1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସପ୍ତାହରେ ୩ ଦିନ ପଖାଳ ଖାଇବା ଦ୍ୱାରା ଭଲ ହୋଇଥାଏ ଏହି ସବୁ ରୋଗ....

ଆଜି ହେଉଛି ବିଶ୍ୱ ପଖାଳ ଦିବସ(Pakhala Day) । ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟରେ ଥାଏ ସେହି ରାଜ୍ୟର ଭିନ୍ନ ଏକ ମହକ ଓ ଭିନ୍ନ ଏକ ସ୍ୱାଦ । ବିଶ୍ୱ ଦରବାରରେ ଓଡିଆ ମାନଙ୍କର ଯଦି କିଛି ସ୍ୱତନ୍ତ୍ର ପରିଚୟ ଥାଏ ତାହା ହେଉଛି ବଡଦେଉଳ ଆଉ ଓଡିଆମାନଙ୍କର ଅତି ପ୍ରିୟ ପଖାଳକୁ ନେଇ । ପଖାଳ କହିଲେ ଓଡ଼ିଶାର ସଂସ୍କୃତିକୁ ବୁଝାଏ । ପଖାଳ ଓଡ଼ିଶାର ପରିଚୟ । କାହିଁ କେତେ କାଳରୁ ପଖାଳ ସହିତ ଓଡ଼ିଆମାନଙ୍କର ରହି ଆସିଛି ଭାବଗତ ସମ୍ପର୍କ ।

Priyambada Rana
Priyambada Rana
Health Benefits of Watered Rice

Health Benefits of Watered Rice

ଆଜି ହେଉଛି ବିଶ୍ୱ ପଖାଳ ଦିବସ(Pakhala Day) । ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟରେ ଥାଏ ସେହି ରାଜ୍ୟର ଭିନ୍ନ ଏକ ମହକ ଓ ଭିନ୍ନ ଏକ ସ୍ୱାଦ । ବିଶ୍ୱ ଦରବାରରେ ଓଡିଆ ମାନଙ୍କର ଯଦି କିଛି ସ୍ୱତନ୍ତ୍ର ପରିଚୟ ଥାଏ ତାହା ହେଉଛି ବଡଦେଉଳ ଆଉ ଓଡିଆମାନଙ୍କର ଅତି ପ୍ରିୟ ପଖାଳକୁ ନେଇ । ପଖାଳ କହିଲେ ଓଡ଼ିଶାର ସଂସ୍କୃତିକୁ ବୁଝାଏ । ପଖାଳ ଓଡ଼ିଶାର ପରିଚୟ । କାହିଁ କେତେ କାଳରୁ ପଖାଳ ସହିତ ଓଡ଼ିଆମାନଙ୍କର ରହି ଆସିଛି ଭାବଗତ ସମ୍ପର୍କ ।

ପଖାଳ ଶବ୍ଦ ପାଲି ଭାଷା ପଖାଳିବା ରୁ ଆସିଛି । ଯାହାର ଅର୍ଥ ଧୋଇବା । ଗରମ ଭାତ ଥଣ୍ଡା ହେବା ପରେ ତାକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଛି । ବିଭିନ୍ନ ରାଜ୍ୟରେ ପଖାଳକୁ ଭିନ୍ନ ଭିନ୍ନ ନାମରେ ସମ୍ଭୋଧନ କରାଯାଇଥାଏ । ଆସାମରେ ଏହାକୁ ପୋଇତାଭାତ, ଛତିଶଗଡରେ ପଖାଳ ବା ବୋରେ ଭାତ,ପଶ୍ଚିମବଙ୍ଗରେ ପାନ୍ତା ଭାତ, ତାମିଲନାଡୁରେ ବଖାଳବାତ କୁହାଯାଇଥାଏ । ଓଡ଼ିଆ ଓ ପଖାଳ ଅଭିନ୍ନ । ଏହା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ସଦୃଶ । ପଖାଳ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ । ଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱଚ୍ଛଳବର୍ଗର ଲୋକଙ୍କ ଯାଏ ସମସ୍ତେ ପଖାଳକୁ ଭଲ ପାଇଥାନ୍ତି । ସେଥିପାଇଁ ଓଡ଼ିଶାର ପଖାଳ ପାରମ୍ପରିକ ଖାଦ୍ୟ ଭାବେ ପରିଚିତ ।ଓଡିଆ ଜାତିର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ଏହି ପଖାଳ କଂସା ମାୟାରୁ ବାଦ୍ ଯାଇନାହାଁନ୍ତି । ତାଙ୍କ ନିକଟରେ ପରଷା ଯାଉଥିବା ଛପନ ଭୋଗ ମଧ୍ୟରୁ ପଖାଳ ହେଉଛି ଅନ୍ୟତମ । ଏପରିକି ଅନେକ ବିଦେଶୀ ମଧ୍ୟ ଏହି ପଖାଳ ଖାଇ ଏହାର ଭୂରି ଭୂରି ପ୍ରଂଶସା କରିଛନ୍ତି ।

ଓଡ଼ିଆ ଜାତିର ପ୍ରାଣ ଏହି ପଖାଳର ସ୍ୱାସ୍ଥ୍ୟ ଉପଯୋଗୀତାକୁ ମଧ୍ୟ ସ୍ୱୀକାର କରିଛି ବିଜ୍ଞାନ। ବିଶେଷ କରି ଖରାଦିନେ ଏହାକୁ ଖାଇବା ଦ୍ୱାରା ଏହା ଅଂଶୁଘାତ କବଳରୁ ରକ୍ଷା କରୁଥିବା ଡାକ୍ତର ମାନେ ମତ ଦିଅନ୍ତି ।ଆହୁରି ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଏହାକୁ ପ୍ରତ୍ୟେହ ଖାଇବା ଦ୍ୱାରା ଶରୀର ପତଳା ହୋଇଥାଏ । କାରଣ ଏଥିରେ ପାଣି ପୁରାଇ ରାତି ସାରା ରଖାଯାଇଥାଏ । ଯେଉଁଥିପାଇଁ ଏଥିରେ ସଦ୍ଵ ରନ୍ଧା ଯାଇଥିବା ଭାତ ତୁଳନାରେ ୬୦ % କମ୍ କ୍ୟାଲୋରୀ ରହିଥାଏ । ପଖାଳ ଗ୍ରୀଷ୍ମ ଦିନରେ ଉତ୍ତାପରୁ ତ୍ରାହି ଦେବା ସହିତ ଭଳ ନିଦ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ପଖାଳ ଏକ ପ୍ରାକୃତିକ ଥଣ୍ଡା ଖାଦ୍ୟ ହୋଇଥିବାବେଳେ ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ପ୍ରତ୍ୟେହ ସକାଳେ ପଖାଳ ଖାଇବା ଦ୍ୱାରା ପାକସ୍ଥଳୀ ଜନିତ ରୋଗରୁ ମଧ୍ୟ ଉପଶମ ମିଳିଥାଏ ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତିସପ୍ତାହରେ ତିନି ଥର ପଖାଳ ଖାଇବା ଦ୍ୱାରା ଅଲଶର ରୋଗ ମଧ୍ୟ ଭଲ ହୋଇଥାଏ । ପଖାଳ ଖାଇଲେ ମୁହଁର ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖାଯାଇଥାଏ ।

ଏବେକା ସମୟରେ ବିଭିନ୍ନ ପଞ୍ଚ ତାରକା ହୋଟେଲ ମାନଙ୍କରେ ଭଳିକି ଭଳି ପଖାଳ ଉପଲବ୍ଧ ହେଉଛି । ଏହିଥିରେ ସେହି ପୁରୁଣା ପାରମ୍ପରିକ ପଖାଳର ବାସ୍ନା ଦେବା ପାଇଁ ହୋଟେଲ ଗୁଡିକ ସର୍ବଦା ପ୍ରୟାସରତ ଥିବା ବେଳେ ତାକୁ ଖାଇ କେତେକ ପୁରୁଖା ଲୋକ କିନ୍ତୁ ଗାଁର ସେଇ ମାଟି ହାଣ୍ଡିରେ ରନ୍ଧା ଯାଇଥିବା ପଖାଳର ବାସ୍ନାକୁ ଏପର୍ଯ୍ୟନ୍ତ ମନରୁ ପାଶୋରି ପାରିନାହାଁନ୍ତି ।

ପଖାଳ ଖାଇଲେ ଦୂର ହୋଇଥାଏ ଗ୍ୟାଷ୍ଟ୍ରିକ ସମସ୍ୟା..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments