1. ଉଦ୍ୟାନ କୃଷି

ଜାଣନ୍ତୁ,ଘିକୁଆଁରୀରୁ କିପରି ପ୍ରସ୍ତୁତ କରିବେ ଔଷଧ...

ଘିକୁଆଁରୀ(Aloe Vera) ତାହାର ଔଷଧୀୟ ଏବଂ ଉପଶମକାରୀ ଗୁଣ ଯୋଗୁଁ ପ୍ରାଥମିକ ଚିକିତ୍ସା ଉଦ୍ଭିଦ ଭାବରେ ସୁପରିଚିତ । ଭାରତରେ ସାଧାରଣତଃ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ଘିକୁଆଁରୀକୁ ବ୍ୟବହାର କରାଯାଏ ।ଏହା ସ୍ପିନ ମା ଏଣ୍ଟରାଇଜର, ସ୍ପିନ କ୍ରିମ, ହେୟାର ଟନିକ ଆଦିରେ ବହୁଳ ବ୍ୟବହାର କରାଯାଉଛି । ଏବେ ଏହାର ଜେଲକୁ ଜୁସ୍ ଓ କନସେଣୋଟ ଆଦିରେ ମଧ୍ୟ ବ୍ୟବହାର କରାଯାଉଛି । ବ୍ୟାବସାୟିକ ଭିଭିରେ ଘିକୁଆଁରୀ ଆଲୋଭେରାରୁ ବିଭିନ୍ନ ଉତ୍ପାଦ ତିଆରି କରି ଚାଷୀମାନେ ମଧ୍ୟ ବେଶ୍ ଦୁଇ ପଇସା ଲାଭପାଇପାରିବେ ।

Priyambada Rana
Priyambada Rana
Natural Medicine From Aloe Vera

Natural Medicine From Aloe Vera

ଘିକୁଆଁରୀ(Aloe Vera) ତାହାର ଔଷଧୀୟ ଏବଂ ଉପଶମକାରୀ ଗୁଣ ଯୋଗୁଁ ପ୍ରାଥମିକ ଚିକିତ୍ସା ଉଦ୍ଭିଦ ଭାବରେ ସୁପରିଚିତ । ଭାରତରେ ସାଧାରଣତଃ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ଘିକୁଆଁରୀକୁ ବ୍ୟବହାର   କରାଯାଏ ।ଏହା ସ୍ପିନ ମା ଏଣ୍ଟରାଇଜର, ସ୍ପିନ କ୍ରିମ, ହେୟାର ଟନିକ ଆଦିରେ ବହୁଳ ବ୍ୟବହାର କରାଯାଉଛି । ଏବେ ଏହାର ଜେଲକୁ ଜୁସ୍ ଓ କନସେଣୋଟ ଆଦିରେ ମଧ୍ୟ ବ୍ୟବହାର କରାଯାଉଛି । ବ୍ୟାବସାୟିକ ଭିଭିରେ ଘିକୁଆଁରୀ ଆଲୋଭେରାରୁ ବିଭିନ୍ନ ଉତ୍ପାଦ ତିଆରି କରି ଚାଷୀମାନେ ମଧ୍ୟ ବେଶ୍ ଦୁଇ ପଇସା ଲାଭପାଇପାରିବେ ।

ଘିକୁଆଁରୀ ପତ୍ରର କେନ୍ଦ୍ର ଭାଗରେ ଥିବା ଲାଳୁଆ ଅଂଶକୁ ଘିକୁଆଁରୀ ଜେଲ୍ କୁହାଯାଏ । ସେହିଭଳି ଘିକୁଆଁରୀ ପତ୍ରର ବାହାର ଅଂଶ ନିମ୍ନ ଭାଗରେ ଏକ ପ୍ରକାର ହଳଦିଆ ରଙ୍ଗର ଉତ୍ପାଦ ପ୍ରସ୍ତୁତ ହୋଇଥାଏ । ଏହା ଏଲୋ ଲାଟେକ୍ଟ ଅଥବା ଆଲୋଏନ ଭାବରେ ପରିଚିତ । ଏହାବ୍ୟତୀତ ପତ୍ରରୁ ଲାଳୁଆ ଜେଲକୁ ବାହାର କରିବାପରେ ଯେଉଁ ସବୁଜ ଅଂଶ ରହିଯାଏ ତାହା ଆଲୋଭେରା ପ୍ରକ୍ରିୟାକରଣରେ ଏକ ବାଇ ପ୍ରଡକ୍ଟ ଭାବେ ବିବେଚିତ ହୁଏ ।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଦ୍ଵାରା ଏହାକୁ ଅନେକ ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ ମୂଳ ଉପାଦାନ ଭାବରେ ବ୍ୟବହାର କରାଯାଇପାରିବ । ପିତା ଲାଗୁଥିବା ଆଲୋଏନ ଔଷଧୀୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ସାଧାରଣତଃ ଖାଦ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ।

ଘିକୁଆଁରୀ ଏକ ବର୍ଷରୁ ଅଧୁକ ସମୟର ହୋଇଥିଲେ ତାହା  ପାକଳ ହୋଇଯାଇଥାଏ । ସେହିଭଳି ପତ୍ରକୁ ସଂଗ୍ରହ   କରନ୍ତୁ । ତାହାକୁ ପରିଷ୍କାର କରିବା ପରେ କ୍ଲୋରିନଯୁକ୍ତ ପାଣିରେ ଧୁଅନ୍ତୁ । ତଳ ପଟୁ ୨ ସେଣ୍ଟିମିଟର କଟି ତାହାକୁ ସିଧାକରି ପାଣିରେ ରଖନ୍ତୁ । ଏହାଦ୍ଵାରା ଏଲୋଏନ ଅଂଶ ପାଣିରେ ବୋହିଯିବ । ପ୍ରାୟ ଏକଘଣ୍ଟା ପର୍ଯ୍ୟନ୍ତ ପତ୍ରକୁ ସେହିଭଳି ଛିଡାକରି ରଖନ୍ତୁ । ସବୁତକ ଆଲୋଏନ ଅଂଶ ଧୋଇଯିବା ପରେ ପତ୍ରକୁ ପୁଣିଥରେ ପାଣିରେ ଧୁଅନ୍ତୁ । ଏହାପରେ ପତ୍ରର ଅଗ୍ରଭାଗ ଏବଂ ଦୁଇ  ଧାରାଅଂଶକୁ ଯତ୍ନର ସହିତ ବାହାର କରନ୍ତୁ । ତାହାପରେ ସେଥିରୁ ଜେଲ୍ ସଂଗ୍ରହ କରାଯାଇପାରିବ ।

ଘିକୁଆଁରୀର ବହୁ ପୁଷ୍ଟିଗତ ଗୁଣ ରହିଥିଲେ ମଧ୍ୟ ତାହାର ନିଜସ୍ଵ କୌଣସି ରଙ୍ଗ ଓ ସ୍ଵାଦ ନାହିଁ । ତେଣୁ ସେଥିରୁ ଖାଦ୍ୟରେ ବ୍ୟବହାର ହେବା ଭଳି ଉତ୍ପାଦ ପ୍ରସ୍ତୁତ କରାଯିବା ଦରକାର ।

ଘିକୁଆଁରୀ ରସ ସହିତ ଲେମ୍ବୁ ରସ ଏବଂ କିଛି ଅଦା ରସକୁ ନେଇ ଉତ୍ତମ ଓ ସ୍ଵାସ୍ଥ୍ୟକର ପାନୀୟ ପ୍ରସ୍ତୁତ କରାଯାଇପାରିବ ।

ଘିକୁଆଁରୀ ପତ୍ରରୁ ସଂଗ୍ରହ କରାଯାଉଥିବା ଜେଲରେ କିଛି ପରିମାଣର ତନ୍ତୁ ରହିଯାଉଥିବାରୁ ରସକୁ ପୁଣିଥରେ ଗ୍ରାଇଣ୍ଡ କରି ତାହାକୁ ଭଲ ଭାବରେ ଛାଣିଦେବା ଉଚିତ । ଏହି ପ୍ରକ୍ରିୟାରେ ଉପରେ ରହିଯାଉଥିବା ଖଦଡ ଅଂଶକୁ ଅଲଗା କରି କେବଳ ଜେଲକୁ ରଖନ୍ତୁ । ସେଥିରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଚିନିସିରାମିଶାନ୍ତୁ । ଏହି ପ୍ରକ୍ରିୟାରେ ଲେମ୍ବରସ ଓ ଅଦାରସକୁ ମଧ୍ୟ ମିଶାଯାଇପାରିବ ।

ଅନେକ ରୋଗରୁ ଉପଶମ ଦେଇଥାଏ ଘିକୁଆଁରି

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments