1. ଉଦ୍ୟାନ କୃଷି

ସ୍ଵତନ୍ତ୍ର ସ୍ଵାଦ ପାଇଁ ବଜାରରେ ଛତୁର ଚାହିଦା

୧୫ ରୁ ୨୦ ଦିନ ମଧ୍ୟରେ ଏହି ପାଳ ଛତୁ ଅମଳ ଦେଇଥାଏ

Tanushree Mahapatra
Tanushree Mahapatra
Mushroom demand in market , image source - pexels

Mushroom demand in market , image source - pexels

ଛତୁ ଖାଇବାକୁ ସମସ୍ତେ ଖୁବ ଭଲ ପାଇଥାନ୍ତି l ଛୋଟ ରୁ ଵୃଦ୍ଧ ଲୋକ ସମସ୍ତେ ଏହାକୁ ପସନ୍ଦ କରନ୍ତି l ଛତୁ ଚାଷରେ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନଥାଏ l ମହିଳା ଏବଂ ପୁରୁଷ ଦୁହେଁ ଏହି ଚାଷ କରି ପାରିବେ l ଛତୁ ଚାଷ ପାଇଁ ସରକାର ମଧ୍ୟ ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି l ବିହନ ରୁ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ସରକାର ସାହାଯ୍ୟ କରୁଛନ୍ତି ଚାଷୀଙ୍କୁ l ପାଳ ଛତୁର ସ୍ଵତନ୍ତ୍ର ସ୍ଵାଦ ରହିଛି ଯାହା ପାଇଁ ଏହାର ବଜାର ଚାହିଦା ସବୁଠାରୁ ଅଧିକ । ଏହି ଛତୁ ସାଧାରଣତଃ ଅଧିକ ତାପମାତ୍ରା ଆବଶ୍ୟକ କରିଥାଏ l ଖରାଦିନେ ଏହାକୁ ଅଧିକ ଚାଷ କରିଥାନ୍ତି ଛତୁ ଚାଷୀ । ପାଳ ଛତୁ ଚାଷ ପାଇଁ ସମୟ ସହିତ ଖର୍ଚ୍ଚ ମଧ୍ୟ କମ୍ । ଏନେଇ ଚାଷୀ ଉନ୍ନତ ପ୍ରଣାଳୀରେ ମଧ୍ୟ ଏହି ଛତୁ ଚାଷ କଲେ ଅଧିକ ଲାଭବାନ୍ ହେବେ I

ଛତୁ ଚାଷ ର କ'ଣ ରହିଛି ଉପଯୋଗିତା ?

ଧାନ ନଡା ଭଳି କୃଷି କାର୍ଯ୍ୟରେ ବାହାରୁ ଥିବା ବର୍ଜ୍ୟବସ୍ତୁକୁ ବ୍ୟବହାର କରି ପାଳ ଛତୁଚାଷ କରାଯାଇଥାଏ । ଯାହା ଆମ ରାଜ୍ୟରେ ପ୍ରଚୁର ପରିମାଣରେ ମିଳିଥାଏ କାରଣ ରାଜ୍ୟରେ ଅଧିକାଂଶ ଲୋକ ଚାଷ କାର୍ଯ୍ୟରେ ନିୟୋଜିତ ରହିଛନ୍ତି l ଅନେକ ପାଳ ଗଦା ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହୋଇଯାଇଥାଏ ବେଳେବେଳେ । ତେଣୁ ନଷ୍ଟ ହୋଇଯାଇଥିବା ବର୍ଜ୍ୟବସ୍ତୁର ଚାଷୀ ସୁବିନିଯୋଗ କରିପାରିବ ପାଳ ଛତୁଚାଷରେ । ଫସଲ ମଧ୍ୟରେ ସବୁଠାରୁ ସଅଳ ଫସଲ ହେଉଛି ପାଳଛତୁ ଚାଷ କରିବା । ପ୍ରାୟତଃ ୧୫ ରୁ ୨୦ ଦିନ ମଧ୍ୟରେ ଏହି ପାଳ ଛତୁ ଅମଳ ଦେଇଥାଏ l ଖୁବ କମ ସମୟ ମଧ୍ୟରେ ଚାଷୀ ଛତୁ ଚାଷର ଲାଭ ପାଇଥାଏ । ଛତୁଚାଷ ପାଇଁ ଭୂମିର ଆବଶ୍ୟକ ହୋଇ ନଥାଏ । କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଛତୁ ଚାଷ କରି ଲାଭ ଉପାର୍ଜନ କରି ପାରିବେ । ଚାଷ କରି ମହିଳା ମଧ୍ୟ ସ୍ଵାବଲମ୍ବୀ ହୋଇପାରିବେ । ମାର୍ଚ୍ଚ ୧୫ ତାରିଖରୁ ନଭେମ୍ବର ପର୍ଯ୍ୟନ୍ତ ଏହି ଛତୁ ଭଲ ଭାବେ ଚାଷ ହୋଇଥାଏ ।

ଆବଶ୍ୟକୀୟ ସ୍ଥାୟୀ ଉପାଦାନ

ଛତୁଚାଷ ପାଇଁ ସଠିକ ଗୃହ, ବାଉଁଶ, ନଡା ବା କୁଣ୍ଡ, ବିଶୋଧନ କୁଣ୍ଡ, ନଡାକୁ ଛୋଟ ଛୋଟ କାଟିବା ପାଇଁ ମେସିନ, ଆବଶ୍ୟକ ପଲିଥିନ ସହିତ ଥନୈର୍ମାହାଇଡ୍ରୋଗ୍ରାମିଟର ଆବଶ୍ୟକ  ହୋଇଥାଏ । ଛତୁ ଚାଷ ପାଇଁ ଆପଣ ଉଚ୍ଚ ମାନର ବିହନ ବ୍ୟବହାର କରିପାରିବେ କୃଷି ବୈଜ୍ଞାନିକଙ୍କ ସହାୟତରେ । ଛତୁ ଚାଷ ପାଇଁ ଗୋଟିଏ ବେଉ ପ୍ରସ୍ତୁତ କରିବାକୁ ୧୨ ରୁ ୧୫ କିଗ୍ରା ନଡା ଆବଶ୍ୟକ ହୋଇଥାଏ । ସେହିପରି ପାଳ ଛତୁ ଗୋଟିଏ ବେଉ ପାଇଁ ୨୨୦ ରୁ ୨୫୦ ଗ୍ରାମ୍ ବିଶିଷ୍ଟ ଏକ ବୋତଲ ମଞ୍ଜି ଆବଶ୍ୟକ ପଡ଼ିଥାଏ ଚାଷୀଙ୍କୁ ।

ଛତୁ ଚାଷ ପରବର୍ତ୍ତୀ ଯତ୍ନ

ଛତୁ ଚାଷ ପାଇଁ ବେଡ୍ ପକାଇବା ୫ ରୁ ୬ ଦିନ ପରେ ପଲିଥିନକୁ ଟେକି ନଡାର ଆର୍ଦ୍ଦତା ପରଖନ୍ତୁ । ଯଦି କୌଣସି ସ୍ଥାନରେ ନଡା ଶୁଝାଯାଏ ତାହେଲ ପାଣି ସିଞ୍ଚନ କରନ୍ତୁ । ବେଡ଼୍ ପଡିବାର ୯ ରୁ ୧୦ ଦିନ ମଧ୍ୟରେ ଛତୁର ମାଲ ସେଲିୟମ୍ ନଡ଼ାରେ ମାଡିବାର ଦେଖିବାକୁ ମିଳେ ।  ସାଗୁଦାନ ପରି ଧଳାଧଳା ଛତୁ କଢ ବାହାରିଥାଏ ଧୀରେ ଧୀରେ । ଏହି ସମୟରେ ପଲିଥିନକୁ କାଢି ଦିଅନ୍ତୁ ଏବଂ ପଟାଳିର ଆର୍ଦ୍ରତା ଦେଖି ପୁଣିଥରେ ପାଣି ସିଞ୍ଚନ କରନ୍ତୁ । ଛତୁ ବିହନ ବୁଣିବା ପରେ ଘୋଡାଇ ରଖନ୍ତୁ ଏହାକୁ । ଛତୁ ବେଉ ପକାଇବା ୫ ରୁ ୬ ଦିନ ପରେ ପଲିଥିନ୍ ଟେକି ପୁଣିଥରେ ନଡାର ଆର୍ଦ୍ଦିତା ପରଖନ୍ତୁ l ସାଗୁଦାନା ପରି ଧଳା ଧଳା ଛତୁ କଢ଼ ବାହାରିବାର ଦେଖାଯାଏ ତେବେ ଏହି ସମୟରେ ପଲିଥିନ କାଢି ଦିଅନ୍ତୁ । ଏହାପରେ ଛତୁ ଗୁଡ଼ିକ ବଡ଼ ହେବା ଆରମ୍ଭ କରେ ଖୁବ ଶୀଘ୍ର l

ଅଧିକ ପଢ଼ନ୍ତୁ

କାହିଁକି କରିବେ ଜୈବିକ କୃଷି ?

ଛତିଶଗଡ଼ରେ ଆୟୋଜିତ ହେବ ଏକ ଦିବସୀୟ ସମ୍ରିଦ୍ଧ କିସାନ ଉତ୍ସବ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ