1. ଚାକିରି

ସରକାରୀ ସ୍କୁଲରେ ବାହାରିଲା ନିଯୁକ୍ତି ଅଫର୍, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ....

ଶିକ୍ଷକତା ପାଇଁ ଉଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଖୁସିଖବର ।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଭାରତ ବର୍ଷରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲରେ ୩୮,୪୮୦ ପଦବୀରେ ନିଯୁକ୍ତି ପାଇଁ ବାହାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ନିଯୁକ୍ତି ଅଧିନରେ ଟିଚିଂ ଓ ନନ୍-ଟିଚିଂ ପଦବିରେ ବାହାରିଥିବା ଭାକାନ୍ସି ପୂରଣ କରାଯିବ ।

Priyambada Rana
Priyambada Rana
Job Vacancy in Ekalavya model residential school...pic credit: www.pexels.com

Job Vacancy in Ekalavya model residential school...pic credit: www.pexels.com

ଶିକ୍ଷକତା ପାଇଁ ଉଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଖୁସିଖବର ।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଭାରତ ବର୍ଷରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲରେ ୩୮,୪୮୦ ପଦବୀରେ ନିଯୁକ୍ତି ପାଇଁ ବାହାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ନିଯୁକ୍ତି ଅଧିନରେ ଟିଚିଂ ଓ ନନ୍-ଟିଚିଂ ପଦବିରେ ବାହାରିଥିବା ଭାକାନ୍ସି ପୂରଣ କରାଯିବ । ଯୋଗ୍ୟ  ପ୍ରାର୍ଥୀମାନେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ୍ emrs.tribal.gov.in ର ଅଫିସିଆଲ୍ ୱେବସାଇଟକୁ ଯାଇ ବିଭିନ୍ନ ପୋଜିସନ୍ ପାଇଁ ଆବେଦନ କରିପାରିବେ ।

ଦରମା କେତେ ?

ସାରା ଦେଶରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ବିଦ୍ୟାଳୟରେ ପଦରେ ଚାକିରି ପାଇବା ପରେ ଆପଣ ପ୍ରତି ମାସରେ ୩୦,୦୦୦ ରୁ ୨ ଲକ୍ଷ ପର୍ଯ୍ୟନ୍ତ ଦରମା ପାଇପାରିବେ ।

ବୟସ-

ଆବେଦନ କରିବା ପାଇଁ ଆପଣଙ୍କ ବୟସ ୧୮ ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।ଏହି ବସୟସୀମା ମଧ୍ୟରେ ପ୍ରାର୍ଥୀମାନେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ବିଦ୍ୟାଳୟରେ ୩୮ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇବା ପାଇଁ ଆବେଦନ କରିପାରିବେ।

କିପରି ରହିଛି ଚୟନ ପ୍ରକ୍ରିୟା ?

ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ବିଦ୍ୟାଳୟ ନିଯୁକ୍ତିରେ ପ୍ରାର୍ଥୀ ଚୟନ ଲିଖିତ ପରୀକ୍ଷା, ଆବିଲିଟି ବା ଦକ୍ଷତା ପରୀକ୍ଷା ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ଆଧାରରେ ଚୟନ କରାଯିବାକର ବ୍ୟବସ୍ଥା ରହିଛି ।

ଖାଲି ପଡ଼ିଥିବା ପଦବୀ-

 

ପ୍ରିନ୍ସିପାଲ  – ୭୪୦ ପୋଷ୍ଟ

 

ଭାଇସ ପ୍ରିନ୍ସିପାଲ  – ୭୪୦ ପୋଷ୍ଟ

 

ସ୍ନାତକ ଶିକ୍ଷକ – ୮୧୪୦ ପୋଷ୍ଟ

 

ସ୍ନାତକ ଶିକ୍ଷକ (କମ୍ପ୍ୟୁଟର ସାଇନ୍ସ) – ୭୪୦ ପୋଷ୍ଟ

 

ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ – ୮୮୮୦ ପୋଷ୍ଟଗୁଡିକ

 

କଳା ଶିକ୍ଷକ ପଦବି – ୭୪୦ ପୋଷ୍ଟ

 

ସଙ୍ଗୀତ ଶିକ୍ଷକ ପଦବି – ୭୪୦ ପୋଷ୍ଟ

 

ଫିଜିକାଲ ଏଜୁକେସନ  ଶିକ୍ଷକ ପଦବି – ୧୪୮୦ ପୋଷ୍ଟ

 

ଲାଇବ୍ରେରିଆନ ପଦବି – ୭୪୦ ପୋଷ୍ଟ

 

ଷ୍ଟାଫ  ନର୍ସ ପଦବି – ୭୪୦ ପୋଷ୍ଟ

 

ହଷ୍ଟେଲ ୱାର୍ଡେନ ପଦବି – ୧୪୮୦ ପୋଷ୍ଟଗୁଡିକ

 

ଆକାଉଣ୍ଟାଣ୍ଟ ପଦବି – ୭୪୦ ପୋଷ୍ଟ

 

କ୍ୟାଟରିଂ ସହାୟକ ପଦବି – ୭୪୦ ପୋଷ୍ଟ

 

ଚୌକିଦାର ପଦବି – ୧୪୮୦ ପୋଷ୍ଟଗୁଡିକ

 

କୁକ୍ ପଦବି – ୭୪୦ ପୋଷ୍ଟ

 

କାଉନସିଲର  ପଦବି – ୭୪୦ ପୋଷ୍ଟ

 

ଡ୍ରାଇଭର – ୭୪୦ ପୋଷ୍ଟ

 

ଇଲେକ୍ଟ୍ରିକାଲ୍ କମ ପ୍ଲମ୍ବର ପଦବି – ୭୪୦ ପୋଷ୍ଟ

 

ଗାର୍ଡନର୍ ପଦବି – ୭୪୦ ପୋଷ୍ଟ

 

ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ ପଦବି – ୧୪୮୦ ପୋଷ୍ଟଗୁଡିକ

 

ଲ୍ୟାବ ଆଟେଣ୍ଡାଣ୍ଟ ପଦବି – ୭୪୦ ପୋଷ୍ଟ

 

ମେସ୍ ହେଲପର ପଦବି – ୧୪୮୦ ପୋଷ୍ଟଗୁଡିକ

 

ବରିଷ୍ଠ ସଚିବ ସହାୟକ ପଦବି – ୭୪୦ ପୋଷ୍ଟ

 

ସୁଇପର ପଦବି– ୨୨୨୦ ପୋଷ୍ଟ

ଏହି ପଦଗୁଡିକରେ ଚୟନ ଅଧୀନରେ ପ୍ରଥମ ତିନି ଘଣ୍ଟାର ଏକ ଲିଖିତ ପରୀକ୍ଷା ହେବାର ପ୍ରାବଧାନ ରହିଛି ।  ଏହା ପରେ ଇଣ୍ଟରଭ୍ୟୁ ଏବଂ ଶେଷରେ ଡକ୍ୟୁମେଣ୍ଟ ଯାଞ୍ଚ ହେବାର ବ୍ୟବସ୍ଥା କରାଯାଇଛି ।  ସମସ୍ତ ସ୍ତରରେ ପାସ୍ କରୁଥିବା ପ୍ରାର୍ଥୀଙ୍କ ଚୁଡ଼ାନ୍ତ ପର୍ଯ୍ୟାୟରେ ଚୟନ କରାଯିବ ।

 କିପରି କରିବେ ଆବେଦନ ?

–  ପ୍ରଥମେ ଅଫିସିଆଲ୍ ୱେବସାଇଟ୍ emrs.tribal.gov.in କୁ ଭିଜିଟ୍ କରନ୍ତୁ ।

– ସମସ୍ତ ସୂଚନା ସେଠାରେ ଦିଅନ୍ତୁ ଏବଂ ଦେୟ ପ୍ରଦାନ କରନ୍ତୁ ।

– ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

– ପରବର୍ତ୍ତୀ ଆବଶ୍ୟକତା ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ ବାହାର କରିନିଅନ୍ତୁ ।

ବଢ଼ିଲା ମାସିକ ପେନସନ୍, ରାଜ୍ୟ ସରକାର କଲେ ଘୋଷଣା...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments