ବେକାର ଯୁବକ ଯୁବତୀମାନଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ବ୍ୟାଙ୍କ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ ବ୍ୟାଙ୍କରେ ଖାଲିପଡିଛି ସିକ୍ୟୁରିଟି ଗାର୍ଡ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରନ୍ତୁ ।
ଇଣ୍ଡିଆନ ବ୍ୟାଙ୍କରେ ଖାଲିପଡିଛି ସିକ୍ୟୁରିଟି ଗାର୍ଡ ପଦବୀ । ଇଣ୍ଡିଆନ୍ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର ୨୦୨ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀରେ ଆବେଦନ ପାଇଁ ଅନଲାଇନ୍ ଆବେଦନ କରିପାରିବେ ।
ଆବେଦନ କରିବାର ଶେଷ ଦିନ ମାର୍ଚ୍ଚ 9 ତାରିଖ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ indianbank.inରେ ଅନଲାଇନ୍ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା,ଜାଣନ୍ତୁ...
ପଦବୀରେ ଆବେଦନ ପାଇଁ ପ୍ରାର୍ଥୀମାନଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଏକ ସ୍ୱୀକୃତିପ୍ରାପ୍ତ ରାଜ୍ୟ ଶିକ୍ଷା ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର । ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ସେନା, ନୌସେନା ଓ ବାୟୁସେନାର ଜଣେ ପୂର୍ବତନ ଯବାନ ହେବା ଉଚିତ୍ ।
ପ୍ରାର୍ଥୀମାନଙ୍କ ବୟସ ୨୬ ବର୍ଷ ଏବଂ ଓବିସି ପ୍ରାର୍ଥୀମାନଙ୍କ ପାଇଁ ୨୯ ବର୍ଷ ରହିଛି । ସେହିପରି ଏସଟି ଆବେଦନକାରୀଙ୍କ ପାଇଁ ୩୧ ବର୍ଷ ବୟସ ହେବା ଜରୁରୀ ଅଟେ ।
କିପରି କରିବେ ଆବେଦନ,ଜାଣନ୍ତୁ...
-ପ୍ରଥମେ ଇଣ୍ଡିଆନ ବ୍ୟାଙ୍କର ଅଧିକାରକ ୱେବସାଇଟ indianbank.in କୁ ହିଁ ଯାଆନ୍ତୁ ।
-ଏହାପରେ ହୋମ ପେଜରେ ଥିବା କ୍ୟାରିଅର ଟାବ୍ ଉପରେ କ୍ଲିକ କରନ୍ତୁ ।
-ଏହାପରେ ଏକ ନୂଆ ପେଜ ଖୋଲିବ, ସେଥିରେ ଦିଆଯାଇଥିବା ‘Recruitment of Security Guards ’ ଲିଙ୍କ ଉପରେ ହିଁ କ୍ଲିକ କରନ୍ତୁ ।
-ଏଠାରେ ଆବେଦନକାରୀ ନିଜର ସମସ୍ତ ବିବରଣୀ ଭରିବା ପରେ ଫର୍ମ ସବ୍ମିଟ୍ ବା ଦାକ୍ଷଲ କରନ୍ତୁ ।
Share your comments