1. କୃଷି ଖବର

25 ଲକ୍ଷ ଓଡିଶାବାସୀ ନେଇ ନାହାନ୍ତି ଦ୍ବିତୀୟ ଡୋଜ

ରାଜ୍ୟର ୮ଟି ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ ନାଗରିକ ଦ୍ୱିତୀୟ ଡୋଜ୍ ଟିକା ନେଇ ନଥିବା ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟର ୮୭ ପ୍ରତିଶତ ନାଗରିକ ଏ ପର୍ଯ୍ୟନ୍ତ ବୁଷ୍ଟର ଡ଼ୋଜ୍ ଟିକା ନେଇ ନାହାନ୍ତି ।

Shuvanshu Kar
Shuvanshu Kar
25 lakh people of Odisha have not taken second dose covid vaccine

25 lakh people of Odisha have not taken second dose covid vaccine

ମହାମାରୀ କୋରୋନାକୁ ସମ୍ପୂର୍ଣ୍ଣ ମାତ ଦେବା ପାଇଁ ଏକମାତ୍ର ଉପାୟ ହେଉଛି ଟୀକାକରଣ(vaccination) । ଦେଶରେ ପ୍ରଥମ ଓ ଦ୍ବିତୀୟ ଡୋଜ ଟୀକାକରଣ ପରେ ଏବେ ଚାଲିଛି ବୁଷ୍ଟର ଡୋଜ(booster dose) ଟୀକାକରଣ ପର୍ଯ୍ୟାୟ । ହେଲେ ଏବେ ମଧ୍ୟ କିଛି ଜଣ ଟୀକା(vaccine) ନେଇନଥିବା ତଥ୍ୟ ସାମ୍ନାକୁ ଆସିଛି । ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବାବେଳେ ନାଗରିକଙ୍କୁ ସଚେନତନ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ରାଜ୍ୟର ୬ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ଜଗତସିଂପୁର, ସୁନ୍ଦରଗଡ଼, ପୁରୀ ଏବଂ ଅନୁଗୁଳରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି । ରାଜ୍ୟର ୮ଟି ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ ନାଗରିକ ଦ୍ୱିତୀୟ ଡୋଜ୍ ଟିକା ନେଇ ନଥିବା ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟର ୮୭ ପ୍ରତିଶତ ନାଗରିକ ଏ ପର୍ଯ୍ୟନ୍ତ ବୁଷ୍ଟର ଡ଼ୋଜ୍ ଟିକା ନେଇ ନାହାନ୍ତି ।

ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ତରଫରୁ ପ୍ରଥମେ କୋଭିଡର ଦୁଇଟି ଡୋଜ୍ ଏବଂ ଏବେ ବୁଷ୍ଟର ଡୋଜ୍ ମାଗଣାରେ ଦିଆଯାଉଛି । ବୁଷ୍ଟର ଡୋଜ୍ ଦେବା ପାଇଁ ଅମୃତ କାଳରେ ଜୁଲାଇ ୧୫ରୁ ୭୫ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ୧୮ ବର୍ଷରୁ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେଇ ସୁସ୍ଥ ରହିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏବେ ବର୍ଷାଋତୁରେ କୋଭିଡ଼ ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ତିଆରି ହୋଇଛି । ଏହି କୋଭିଡ୍ ମହାମାରୀକୁ ପ୍ରତିହତ କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଟୀକା । ତେଣୁ ଯେଉଁମାନେ ପ୍ରିକସନ ଡୋଜ୍ ନେବା ପାଇଁ ଯୋଗ୍ୟ, ସେମାନେ କାଳ ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ଯାଇ ଡୋଜ୍ ନିଅନ୍ତୁ । ବୁଷ୍ଟର ଡୋଜ୍ ନେଇ ନ ଥିବା ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରନ୍ତୁ । ନିଜ ପରିବାର, ସମାଜ, ରାଜ୍ୟ ତଥା ଦେଶକୁ ସୁରକ୍ଷିତ ରଖନ୍ତୁ । ବୁଷ୍ଟର ଡୋଜ ନେଇ ସ୍ୱାସ୍ଥ୍ୟକର୍ମୀ ଓ ବୈଜ୍ଞାନିକଙ୍କ ପରିଶ୍ରମକୁ ଉଚିତ୍ ସମ୍ମାନ ଦେବା । କୋଭିଡ଼ ବିରୁଦ୍ଧରେ ଆମ ଲଢ଼େଇକୁ ଆହୁରି ବ୍ୟାପକ କରିବା ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବକୁ ସଗୌରବେ ପାଳନ କରିବା ପାଇଁ ପ୍ରଧାନ ନାଗରିକଙ୍କୁ ଆହ୍ୱାନ କରିଛନ୍ତି ।

ବଢୁଛି କୋରୋନା, ଚିଠି ଲେଖି ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ଭାରତରେ 200 କୋଟି ଟପିଲା ଟୀକାକରଣ, ବିଶ୍ବରୁ ଛୁଟୁଛି ପ୍ରଶଂସା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments