1. କୃଷି ଖବର

ଭାରତରେ 200 କୋଟି ଟପିଲା ଟୀକାକରଣ, ବିଶ୍ବରୁ ଛୁଟୁଛି ପ୍ରଶଂସା

ରବିବାର 200 କୋଟି ଅତିକ୍ରମ କରିଛି ଟୀକାକରଣ ଏହି ଐତିହାସିକ ମାଇଲଖୁଣ୍ଟ ପାଇଁ ସମଗ୍ର ବିଶ୍ୱରୁ ଭାରତକୁ ଅଭିନନ୍ଦନ ବାର୍ତ୍ତା ଆସୁଛି ।

Shuvanshu Kar
Shuvanshu Kar
India crosses 200 crore vaccination mark

India crosses 200 crore vaccination mark

ଭାରତରେ କୋରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନ(vaccination drive)ରେ ଏକ ବଡ ସଫଳତା ହାସଲ ହୋଇଛି । ଲୋକଙ୍କୁ ଦିଆଯାଇଥିବା ଡୋଜ ସଂଖ୍ୟା ରବିବାର ଦିନ 200 କୋଟି ଅତିକ୍ରମ କରିଛି। ଏହି ଐତିହାସିକ ମାଇଲଖୁଣ୍ଟ ପାଇଁ ସମଗ୍ର ବିଶ୍ୱରୁ ଭାରତକୁ ଅଭିନନ୍ଦନ ବାର୍ତ୍ତା ଆସୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କହିଛି ଯେ ମହାମାରୀର ପ୍ରଭାବକୁ ହ୍ରାସ କରିବା ପାଇଁ ଦେଶର ପ୍ରତିବଦ୍ଧତା ଏବଂ ପ୍ରୟାସର ଏହା ଆଉ ଏକ ପ୍ରମାଣ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସଫଳତାକୁ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଉପରେ ଉଲ୍ଲେଖନୀୟ ଭରସା ପ୍ରଦର୍ଶନ କରି ୨୦୦ କୋଟି କୋଭିଡ-୧୯ ଟିକା ଡୋଜର ବିଶେଷ ସଂଖ୍ୟା ଅତିକ୍ରମ କରିଥିବାରୁ ଭାରତର ଲୋକଙ୍କୁ ପ୍ରଶଂସା କରିଛନ୍ତି । ଏହି ଅଭିଯାନରେ ଡାକ୍ତର, ନର୍ସ, ଆଗଧାଡିର କର୍ମଚାରୀ, ବୈଜ୍ଞାନିକ, ଉଦ୍ଭାବକ ଏବଂ ଉଦ୍ୟୋଗୀଙ୍କ ଆବେଗ ଏବଂ ନିଷ୍ଠାକୁ ସେ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଘୋଷଣାର ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି ଯେ, ଭାରତ ପୁଣି ଇତିହାସ ସୃଷ୍ଟି କରିଛି! ୨୦୦ କୋଟି ଟିକା ଡୋଜର ବିଶେଷ ସୀମା ଅତିକ୍ରମ କରିଥିବାରୁ ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ । ଭାରତର ଟୀକାକରଣ ଅଭିଯାନକୁ ଗତି ଦେବା ସହିତ ଅଦ୍ୱିତୀୟ କରିବାରେ ସହଯୋଗ କରିଥିବା ବ୍ୟକ୍ତିଙ୍କ ପାଇଁ ଗର୍ବିତ । ଏହା କୋଭିଡ-୧୯ ବିରୋଧରେ ବିଶ୍ୱସ୍ତରୀୟ ସଂଗ୍ରାମକୁ ମଜବୁତ କରିଛି ।

ଏହି ଟିକାକରଣରେ ସଂପୂର୍ଣ୍ଣ ଭାବେ ଭାରତର ଲୋକମାନେ ବିଜ୍ଞାନ ଉପରେ ଉଲ୍ଲେଖନୀୟ ବିଶ୍ୱାସ ପ୍ରଦର୍ଶନ କରିଛନ୍ତି । ଆମର ଡାକ୍ତର, ନର୍ସ, ଆଗଧାଡିର କର୍ମଚାରୀ, ବୈଜ୍ଞାନିକ, ଉଦ୍ଭାବକ ଏବଂ ଉଦ୍ୟୋଗୀ ଏକ ନିରାପଦ ବିଶ୍ୱ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମୁଁ ସେମାନଙ୍କର ଆବେଗ ଏବଂ ନିଷ୍ଠାକୁ ପ୍ରଶଂସା କରୁଛି ।

ସେପଟେ ସ୍ବାଧିନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ୭୫ ଦିନ ପାଇଁ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସର ସମସ୍ତ ନାଗରିକଙ୍କୁ ମାଗଣାରେ କୋଭିଡ-୧୯ ପ୍ରିକସନ ଡୋଜ୍ ଆରମ୍ଭ ହୋଇଯାଇଛି । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣା ବୁଷ୍ଟର ଡୋଜ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । 75 ତମ ସ୍ବାଧିନତା ଦିବସ ପୂର୍ତ୍ତି ଅବସରରେ ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ ।

କଡ ଲେଉଟାଇଲା କୋରୋନା, ଗୋଟିଏ ଦିନରେ 20 ହଜାର ପାର ସଂକ୍ରମଣ

କୋରୋନାକୁ ମାତ ଦେବାକୁ ଆରମ୍ଭ ହେବ ମାଗଣା ବୁଷ୍ଟର ଡୋଜ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments