1. କୃଷି ଖବର

କଡ ଲେଉଟାଇଲା କୋରୋନା, ଗୋଟିଏ ଦିନରେ 20 ହଜାର ପାର ସଂକ୍ରମଣ

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ଗତ 24 ଘଣ୍ଟାରେ 20,044 ନୂଆ କୋଭିଡ ମାମଲା ସାମ୍ନାକୁ ଆସିଛି । ସେହିପରି 56 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ।

Shuvanshu Kar
Shuvanshu Kar
India Records 20,000 New Covid Cases

India Records 20,000 New Covid Cases

ଭାରତରେ କଡ ଲେଉଟାଇଛି କୋରୋନା (covid-19)। ସଂକ୍ରମଣ ଥମିବାର ନାଁ ନେଉନାହିଁ । ପୁଣି ଥରେ ଦେଶରେ 20 ହଜାରରୁ ଉର୍ଦ୍ଧ୍ବ ମାମଲା ହୋଇଛି ରିପୋର୍ଟ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ(Health Ministry) ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ଗତ 24 ଘଣ୍ଟାରେ 20,044 ନୂଆ କୋଭିଡ ମାମଲା(Covid Cases) ସାମ୍ନାକୁ ଆସିଛି । ସେହିପରି 56 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ।

ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ସଂକ୍ରୟ ମାମଲା ସଂଖ୍ୟା 1,40,760 ରହିଛି । କୋରୋନାର ସଦ୍ୟତମ ରିପୋର୍ଟ ଅନୁଯାୟୀ ଗତ 24 ଘଣ୍ଟାରେ 18,301 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଯଦି ଦୈନିକ ସଂକ୍ରମଣ ମାମଲାର କଥା କହିବା ତେବେ ଏହା 4.80% ରହିଛି ।

ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ଟପ 5 ରାଜ୍ୟରେ ପଶ୍ଚିମବଙ୍ଗ, କେରଳ, ମହାରାଷ୍ଟ୍ର, ତାମିଲନାଡୁ ଓ ଓଡିଶା ସାମିଲ ରହିଛି । ପଶ୍ଚିମବଙ୍ଗରେ 3067 ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ କେରଳରେ 2979, ମହାରାଷ୍ଟ୍ରରେ 2371, ତାମିଲନାଡୁରେ 2312 ଓ ଓଡିଶାରେ 1043 ମାମଲା ସାମ୍ନାକୁ ଆସିଛି । ଦେଶର ମୋଟ ମାମଲାର 58.72 ମାମଲା ଏହି 5 ରାଜ୍ୟରୁ ଚିହ୍ନଟ ହୋଇଛି ।

ବଢୁଥିବା କୋରୋନା ସଂକ୍ରମଣ ମଧ୍ୟରେ ସାରା ଦେଶରେ ଟୀକାକରଣର ଗତି ମଧ୍ୟ ବୃଦ୍ଧି ହୋଇଛି । ଭାରତରେ ଟୀକାକରଣର ସଂଖ୍ୟା 200 କୋଟି ଟପିସାରିଛି । ଏହାସହିତ ଏହି ସଂଖ୍ୟା ଛୁଇଁବାରେ ଭାରତ ବିଶ୍ବରେ ଦ୍ବିତୀୟ ଦେଶ ହୋଇଛି ।

ସ୍ବାଧିନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ୭୫ ଦିନ ପାଇଁ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସର ସମସ୍ତ ନାଗରିକଙ୍କୁ ମାଗଣାରେ କୋଭିଡ-୧୯ ପ୍ରିକସନ ଡୋଜ୍ ଆରମ୍ଭ ହୋଇଯାଇଛି । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣା ବୁଷ୍ଟର ଡୋଜ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । 75 ତମ ସ୍ବାଧିନତା ଦିବସ ପୂର୍ତ୍ତି ଅବସରରେ ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ ।

ବଢୁଛି କୋରୋନା, ଚିଠି ଲେଖି ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

କୋରୋନାକୁ ମାତ ଦେବାକୁ ଆରମ୍ଭ ହେବ ମାଗଣା ବୁଷ୍ଟର ଡୋଜ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments