
2ND day of ouat agri edu fair 2023
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ତଥା ଓୟୁଏଟି (OUAT)ରେ କୃଷି ଶିକ୍ଷା ମେଳା ଉଦ୍ଘାଟିତ ହୋଇଯାଇଛି । ଏହି ମେଳାର ଆଜି ତଥା ଗୁରୁବାର ହେଉଛି ଦ୍ବିତୀୟ ଦିନ । ଏହି ମେଳା ଡିସେମ୍ବର 20 ରୁ ଆରମ୍ଭ ହୋଇ ଡିସେମ୍ବର 22 ଯାଏଁ (ମୋଟ 3 ଦିନ ) ଧରି ଚାଲିବ । ଏହି ମେଳାରେ ଆଧୁନିକ ଜ୍ଞାନକୌଶଳର ଆବଶ୍ୟକତାକୁ ଗୁରୁତ୍ବ ଦିଆଯାଇଥିଲା । କୃଷକଙ୍କୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ପାଇଁ ପରାମର୍ଶ ମଧ୍ଯ ଦିଆଯାଇଥିଲା ।
ସୂଚନା ଥାଉ ଯେ, ଏହି ମେଳାରେ ବିଭିନ୍ନ ବିଦ୍ଯାଳୟର ପାଖାପାଖି 200 ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ମେଳାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ 71 ଟି ଷ୍ଟଲ ପଡିଛି । କୃଷକମାନେ ବିଭିନ୍ନ ଷ୍ଟଲ ବୁଲି ବୁଲି ଦେଖିବା ସହ ନୂଆ ନୂଆ ଚାଷ ପଦ୍ଧତି ସମ୍ପର୍କରେ ଜ୍ଞାନ ଆହରଣ, କୃଷି ଜାତ ଦ୍ରବ୍ୟର କ୍ରୟ ଓ ବିଭିନ୍ନ ବିଷୟ ଉପରେ ନୂଆ ନୂଆ ଶିକ୍ଷା ଗ୍ରହଣ କରି ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ପ୍ରତି ଦିନ 500ରୁ ଅଧିକ ଚାଷୀଙ୍କ ଯୋଗଦାନ ରହୁଛି ଏହି ମେଳାରେ ।
କୁଳପତି ପ୍ରଫେସର ପ୍ରଭାତ ରାଉଳ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି କହିଥିଲେ ଯେ, ଏହି ଭଳି କାର୍ଯ୍ୟକ୍ରମ ଦ୍ବାରା ବିଦ୍ୟାର୍ଥୀମାନେ କୃଷି ଶିକ୍ଷା ବିଷୟରେ ବହୁତ କିଛି ନୂଆ ତଥ୍ୟ ଜାଣିପାରିବେ। ଏହି ମେଳାରେ ଉନ୍ନତ ଫସଲ ପାଇଁ ଭଲ ବିହନର ଆବଶ୍ୟକତା,ନୂଆ ନୂଆ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଫାଇଦା ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରାଯାଇଥିଲା ।
କୃଷକ ଏବଂ ବୈଜ୍ଞାନିକଙ୍କ ମଧ୍ଯରେ ଏକ ଆଲୋଚନା ଚକ୍ର ହୋଇଥିଲା । ଯାହା ଦ୍ବାରା ଚାଷୀମାନେ ବୈଜ୍ଞାନିକଙ୍କ ସହ ଆଲୋଚନା ମଧ୍ଯ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା କୃଷକମାନେ ବୈଜ୍ଞାନିକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ବାବଦରେ ମଧ୍ଯ କହିଥିଲେ । ଏହି ମେଳାରେ ମୁଖ୍ୟ ଭାବରେ ଡିନ୍ ଏକ୍ସଟେସନ ଏଜ୍ୟୁକେସନ (Dean extension education)ପି.ଜେ ମିଶ୍ର, ପ୍ରଫେସର ଏସ.କେ ସ୍ବାଇଁ ଡିନ୍ ରିର୍ସଚ ଯୋଗ ଦେଇଥିଲେ ।
ପ୍ରକାଶ ଥାଉ ଯେ, ଏହି ମେଳା ଜରିଆରେ କୃଷି ଶିକ୍ଷାରେ ରହିଥିବା ବିଭିନ୍ନ ସୁଯୋଗ ବିଷୟରେ ଆଲୋଚନା ହୋଇଥିଲା । ଆଧୁନିକ ବୈଷୟିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବ୍ୟବହାର ଯୋଗୁଁ କୃଷି ଉତ୍ପାଦନ ବୃଦ୍ଧି ପାଇଥିବା ଉଲ୍ଲେଖ କରିଥିଲେ ।
ଏହି ମେଳାରେ ପ୍ରତିଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଏହି ମେଳା ସମାପନ ହେଉଛି ।
Share your comments