
5 degree winter news in odisha
ଫେରିବ ଶୀତ । ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ କମିବାରେ ଲାଗିବ ତାପମାତ୍ରା । ବିଶେଷ କରି ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ (5 degree) ପର୍ଯ୍ୟନ୍ତ ଖସିବ । ପୁଣି ଜାଡ଼ ଲେଉଟିବ, ଫେରିବ ଶୀତ (cold) । ଏଣିକି ରାଜ୍ୟକୁ ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଶୁକ୍ରବାର ସକାଳେ ରାଜ୍ୟର ୧୭ ଟି ଜିଲ୍ଲାରେ ଘନ କୁହୁଡ଼ି ହେବ ।
କହିବାକୁ ଗଲେ, ଅପରପକ୍ଷେ ଶନିବାର ରାତିରୁ ନୂଆବର୍ଷ(new year) ସକାଳ ପର୍ଯ୍ୟନ୍ତ ରାଜ୍ୟର ୧୮ ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ସେହି ଜିଲ୍ଲାଗୁଡିକ ସମସ୍ତ ସତର୍କ ପାଳନ କରିବାକୁ ଏବଂ ସୁରକ୍ଷିତ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସଆରସି ସତର୍କ ସୂଚନା ଜାରି କରିଛନ୍ତି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖିଛନ୍ତି ।
ଶୁକ୍ରବାର(friday) ସକାଳେ ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କଟକ, ଢେଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଦେଓଗଡ଼ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସମ୍ବଲପୁର ଜିଲ୍ଲା, ବରଗଡ଼ ଜିଲ୍ଲା, ନୂଆପଡ଼ା ଜିଲ୍ଲା, ବୌଦ୍ଧ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ସେହିପରି ଉପରୋକ୍ତ ଜିଲ୍ଲାଗୁଡିକ ସମେତ ବଲାଙ୍ଗୀର ଜିଲ୍ଲାରେ ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖା ଦେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏପରି ପରୁସ୍ଥିତିରେ ସଡ଼କ ଦୁର୍ଘଟଣା ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ଓ ପରିବହନ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍ଆରସି କଡା ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଏଚ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଶୁକ୍ରବାର ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେବ । ସେହିପରି ଏବେ ରାଜ୍ୟର କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ (5 degree) ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହୁଥିବା ବେଳେ ଧୀରେ ଧୀରେ ତାପମାତ୍ରା ଖସିବ । ଯାହା ସ୍ୱାଭାବିକ ହେବ ବୋଲି ଡ. ଏଚ ବିଶ୍ୱାସ ଆକଳନ କରି କହିଛନ୍ତି ।
ଗୁରୁବାର ସକାଳ ସମୟ ୮ ଟା ୩୦ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ୫୬ ମିଲିମିଟର ବର୍ଷା ହୋଇଛି । ସେହିପରି ସୋନପୁରରେ ୫୩ ମିଲିମିଟର, ବଲାଙ୍ଗୀରରେ ୩୨ ମିଲିମିଟର, ଫୁଲବାଣୀ ଓ ଝାରସୁଗୁଡ଼ାରେ ୨୭ ମିଲିମିଟର, ସୁନ୍ଦରଗଡ଼ରେ ୨୫ ମିଲିମିଟର, କେନ୍ଦୁଝରରେ ୨୨ ଓ ବୌଦ୍ଧରେ ୨୧ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରି ସୂଚନା ଦେଇଛି ।
Share your comments