
5th day of rayagada krushi jantrapati mela
ଆଜି ସଫଳତାର ସହ ପଞ୍ଚମ ଦିନ ତଥା ଶେଷ ଦିନରେ ପହଞ୍ଚିଛି ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା ୨୦୨୩ (DISTRICT LEVEL KRUSHI MAHOSTAV AND FARM MECHANISATION MELA)। କୃଷକ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ।
ସୂଚନା ଥାଉ କି, ଆଜି ଏହି ପଞ୍ଚମ ଦିନ ତଥା ଶେଷ ଦିନର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରାୟଗଡ ସୁଶ୍ରୀ ସରସ୍ବତୀ ମାଝି ଯୋଗ ଦେଇଛନ୍ତି । ଏଥି ସହିତ ସଭାପତି ଡ. ଦୟାନିଧି ବାଗ, ପି.ଡି. ଓ୍ବାଟରସିଡ ରାୟଗଡ ଏବଂ ସମ୍ମାନୀତ ଅତିଥି ପଞ୍ଚାୟତ ସମିତି ଅଧ୍ଯକ୍ଷା ମୁନିଗୁଡା ଶ୍ରୀମତୀ ଦୁଖିନି ନିନ୍ଦ୍ରୁକା ,ସିଡିଏଓ ରାୟଗଡ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ସିଡିଭିଓ ରାୟଗଡ ଡ. ହାଡିବନ୍ଧୁ ଭୋଇ, ଏସିବି ଡିରେକ୍ଟର ଶ୍ରୀଯୁକ୍ତ ଜଗନ୍ନାଥ ନୁନ୍ଦ୍ରୁକା, କୋଲନରା ଜିଲ୍ଲା ପରିଷଦ ସଭ୍ୟ ଧବଳେଶ୍ବର ନାଇଡୁ, ବିଷମକଟକ ବ୍ଲକଅଧ୍ୟକ୍ଷା ଯୋଶଦା ହୁଇକା ଯୋଗ ଦେଇଥିଲେ । ଏଥିସହିତ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ମଧ୍ଯ ଯୋଗ ଦେଇଥିଲେ । ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ଯୋଗଦାନ ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକ ସଫଳ କରିବାରେ ସାହାଯ୍ୟ କରିଛି ।
ଏହି ମେଳା ଜରିଆରେ ଛତୁ ଚାଷ ଓ ହାଇ-ଟେକ ଉଦ୍ୟାନର ଭୂମିକା ଚାଷକ୍ଷେତ୍ରରେ,କୃଷିରେ କୀଟନାଶକ ବ୍ୟବହାର,ମତ୍ସ୍ୟ ପାଳନ ଓ ପଶୁ ପାଳନରେ ଯାନ୍ତ୍ରୀକରଣର ଭୂମିକା ଆଦି ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ଏଥି ସହିତ କୃଷି ସମ୍ବନ୍ଧୀୟ ସମସ୍ତ ଦିଗ, କୃଷି ସମ୍ବନ୍ଧୀୟ ସମସ୍ତ ପ୍ରକାରର ଯନ୍ତ୍ରପାତି,ଉପକରଣ ଉପରେ ଆଲେଚନା କରାଯାଇଥିଲା ।
ପ୍ରକାଶ ଥାଉ ଯେ, ଏହି ମେଳାରେ ହଜାର ହଜାର ଚାଷୀ ନିଜର ଯୋଗଦାନ ଦେଇଛନ୍ତି । ଯାହା ଦ୍ବାରା କୃଷକ ନିଜର କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ କିଣିପାରିବେ । ଏହି ମେଳା ଜରିଆରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ପ୍ରତିଭାଙ୍କୁ ସମ୍ମାନିତ ମଧ୍ଯ କରାଯାଉଥିଲା ।
ମହାସମ୍ମିଳନୀ ପର୍ବ : ଚତୁର୍ଥ ଦିନରେ କୃଷି ଯନ୍ତ୍ରପାତି ମେଳା ୨୦୨୩
ତୃତୀୟ ଦିନରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ : ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି
Share your comments