1. କୃଷି ଖବର

PAN Card ଥିଲେ ଜଲଦୀ କରନ୍ତୁ ଏହି କାମ, ନହେଲେ ଗଣିବାକୁ ପଡିବ ମୋଟା ଅଙ୍କ

ଯଦି ଆପଣମାନଙ୍କ ପାନ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ପାନ୍ କାର୍ଡ ଧାରକମାନଙ୍କୁ ସେମାନଙ୍କର ପର୍ମାନେଣ୍ଟ ଆକାଉଣ୍ଟ୍ ନମ୍ବର (PAN)କୁ ଆଧାର କାର୍ଡ ସହିତ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଲିଙ୍କ୍ କରିବାକୁ ପରାମର୍ଶ ଦିଆଯାଇଛି ।

Sudesna Nayak
Sudesna Nayak
aadhaar pan linking deadline 31st march 2022

aadhaar pan linking deadline 31st march 2022

ଯଦି ଆପଣମାନଙ୍କ ପାନ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ପାନ୍ କାର୍ଡ ଧାରକମାନଙ୍କୁ ସେମାନଙ୍କର ପର୍ମାନେଣ୍ଟ ଆକାଉଣ୍ଟ୍ ନମ୍ବର (PAN)କୁ ଆଧାର କାର୍ଡ ସହିତ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଲିଙ୍କ୍ କରିବାକୁ ପରାମର୍ଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଯଦି ଆପଣ ଏହି ସମୟସୀମା ପୂର୍ବରୁ ଆପଣଙ୍କର PAN କୁ ଆଧାର ସହିତ ଲିଙ୍କ୍ ନକରନ୍ତି, ତେବେ ଆପଣଙ୍କର PAN କାର୍ଡ ନିଷ୍କ୍ରିୟ ମଧ୍ୟ ହୋଇପାରିବ । ଏହା ବ୍ୟତୀତ ପାନ୍କୁ ଆଧାର ସହିତ ଲିଙ୍କ୍ କରିବା ପାଇଁ ଆପଣଙ୍କୁ ୧୦୦୦୦ ଟଙ୍କା ଦେବାକୁ ପଡିବ ।

ପାନ୍ କାର୍ଡ ଓ ଆଧାର ଲିଙ୍କ ନ ହେଲେ ବହୁ ସମସ୍ୟା ହେବ । ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍ ମାର୍କେଟରେ ବିନିଯୋଗ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଇତ୍ୟାଦିରେ ବହୁ କଷ୍ଟକର ହେଇଯିବ । ଯଦି ସେହି ବ୍ୟକ୍ତି ପୁଣି ଥରେ ପାନ୍ କାର୍ଡ ତିଆରି କରନ୍ତି ତେବେ ତାଙ୍କୁ ଆୟକର ଅଧିନିୟମ ୧୯୬୧ ର ଧାରା ୨୭୨ଏନ୍ ଅନୁଯାୟୀ, ମୂଲ୍ୟାଙ୍କନ ଅଧିକାରୀ ନିର୍ଦ୍ଦେଶରେ ଏହିପରି ବ୍ୟକ୍ତିଙ୍କ ଉପରେ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ ।

ଅନଲାଇନରେ ଆଧାର-ପାନ ଲିଙ୍କ୍,ଜାଣନ୍ତୁ...

-ସର୍ବପ୍ରଥମେ ଇନକମ ଟ୍ୟାକ୍ସ ୱେବସାଇଟକୁ ଯାଆନ୍ତୁ ।
-ଆଧାର କାର୍ଡରେ ଦିଆଯାଇଥିବା ନାମ, ପାନ୍ ନମ୍ବର ଏବଂ ଆଧାର ନମ୍ବର ହିଁ ଏଣ୍ଟ୍ରି କରନ୍ତୁ ।
-ଆଧାର କାର୍ଡରେ ଯଦି ଜନ୍ମ ବର୍ଷ ଦିଆଯାଏ ତେବେ ହିଁ ଟିକ୍ କରନ୍ତୁ ।
-ଏବେ କ୍ୟାପଚା କୋଡ୍ ଏଣ୍ଚ୍ରୀ କରନ୍ତୁ ।
-ବର୍ତ୍ତମାନ ଲିଙ୍କ୍ ଆଧାର ବଟନ୍ ଉପରେ ହିଁ କ୍ଲିକ୍ କରନ୍ତୁ ।
-ଏବେ ଆପଣଙ୍କର ପାନ୍-ଆଧାର ସହିତ ଲିଙ୍କ୍ ହେଇଯିବ ।

SMS ମାଧ୍ୟମରେ ଲିଙ୍କ୍ କରିପାରିବେ,ଜାଣନ୍ତୁ...

-ପ୍ରଥମେ ଫୋନରେ UIDPAN ଟାଇପ୍ କରିବାକୁ ପଡିବ ।
-ଏହା ପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏଣ୍ଟ୍ରି ହିଁ କରନ୍ତୁ ।
-ଏହାପରେ ୧୦ ଅଙ୍କ ବିଶିଷ୍ଟ PAN ନମ୍ବର ଦିଅନ୍ତୁ ।
-ବର୍ତ୍ତମାନ ସେହି ଟେକ୍ଟକୁ 567678 କିମ୍ବା 56161ରେ ହିଁ ପଠାନ୍ତୁ ।

ନିଷ୍କ୍ରିୟ ପ୍ୟାନକୁ କିପରି ସକ୍ରିୟ କରିବେ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ନିଷ୍କ୍ରିୟ ପ୍ୟାନ କାର୍ଡ ସକ୍ରିୟ ହୋଇପାରିବ । ଏଥିପାଇଁ ଆପଣଙ୍କୁ ଏକ SMS ପଠାଇବାକୁ ପଡିବ । ପଞ୍ଜୀକୃତ ମୋବାଇଲର ମେସେଜ୍ ବକ୍ସକୁ ଯାଇ ୧୦ ଅଙ୍କ ବିଶିଷ୍ଟ PAN ନମ୍ବର ପରେ ସ୍ପେସ ଦେଇ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଲେଖନ୍ତୁ । ତାପରେ ଏହାକୁ 567678 କିମ୍ବା 56161କୁ SMS କରନ୍ତୁ ।

ଏହି ତାରିଖ ପୂର୍ବରୁ PAN-Aadhar ଲିଙ୍କ କିରି ନିଅନ୍ତୁ , ନଚେତ୍ ୧୦,୦୦୦ ଟଙ୍କା ଜରିମାନା

ଖୁସି ଖବର, ଆକାଉଣ୍ଟରେ ଆସିଲା PF ସୁଧ ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments