1. କୃଷି ଖବର

RBI Monetary Policy: କୃଷି କ୍ଷେତ୍ରକୁ ନେଇ କଣ କହିଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ?

ଗ୍ରାମୀଣ ଚାହିଦା ବୃଦ୍ଧି ପାଉଥିବାବେଳେ ନିବେଶର ଚାହିଦା ବଢୁଥିବା କହିଛନ୍ତି ଶକ୍ତିକାନ୍ତ ଦାସ । ସେହିପରି କୃଷି କ୍ଷେତ୍ର ମଧ୍ୟ ସ୍ଥିର ରହିଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର ।

Shuvanshu Kar
Shuvanshu Kar
Agriculture sector and rural demand emain resilient, says RBI Governor Shaktikant Das

Agriculture sector and rural demand emain resilient, says RBI Governor Shaktikant Das

ମୁଦ୍ରା ନୀତିର ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) । ଏହସହିତ ରେପୋ ରେଟ(Repo Rate)ରେ 0.5 ବୃଦ୍ଧି ମଧ୍ୟ ଘୋଷଣା କରାଯାଇଛି । ରେପୋ ରେଟରେ 50 ପଏଣ୍ଟ ବୃଦ୍ଧି ହୋଇ 5.90 ପ୍ରତିଶତ ହୋଇଛି । 5 ମାସରେ ବର୍ତ୍ତମାନସୁଦ୍ଧା ରେପୋ ରେଟରେ 1.90 ପ୍ରତିଶତ ବୃଦ୍ଧି ହୋଇସାରିଛି ।

ବିଶ୍ବବ୍ୟାପୀ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା ବୃଦ୍ଧି ବଢୁଛି । ହେଲେ ଭାରତର ଆର୍ଥିକ ସ୍ଥିତି ଭଲ ରହିଛି । ଆପବିଆଇ ଖାଉଟି ମୂଲ୍ୟ ଆଧାରିତ ମହଙ୍ଗା ଦର (Consumer Price Index (CPI) Inflation)ର ଅନୁମାନ ଆର୍ଥିକ ବର୍ଷ 2023 ପାଇଁ 6.7 ପ୍ରତିଶତ କୁ କାଏମ ରଖିଛି ।

ଆର୍ଥିକ ବର୍ଷ 2023 ପାଇଁ ଘରୋଇ ଉତ୍ପାଦ ଅନୁମାନ 7.2 ପ୍ରତିଶତରୁ ହ୍ରାସ କରି 7 ପ୍ରତିଶତ କରାଯାଇଛି । ଟଙ୍କାର ମୂଲ୍ୟ ହ୍ରାସ ଉପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର 28 ପର୍ଯ୍ୟନ୍ତ ଡଲାର ତୁଳନାରେ ଟଙ୍କା 7.4 ପ୍ରତିଶତ ହ୍ରାସ ପାଇଛି। ଆରବିଆଇ ଟଙ୍କା ପାଇଁ କୌଣସି ନିର୍ଦ୍ଦିଷ୍ଟ ବିନିମୟ ମୂଲ୍ୟ ସ୍ଥିର କରିନାହିଁ। ଭାରତୀୟ ମୂଦ୍ରାର ଅସ୍ଥିରତା ମାମଲାରେ ଆରବିଆଇ ହସ୍ତକ୍ଷେପ କରେ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାରକୁ ମଜବୁତ କରେ।

ସେପଟେ ମାର୍ଜିନ ଷ୍ଟାଣ୍ଡିଂ ଫ୍ୟାସିଲିଟି(MSF)ଓ ବ୍ୟାଙ୍କ ରେଟକୁ 5.65ରୁ ବୃଦ୍ଧି କରି 6.15 ପ୍ରତିଶତ କରାଯାଇଛି । ସେହିପରି ଅନଲାଇନ ପେମେଣ୍ଟ ଏଗ୍ରିଗେଟର୍ସ ପାଇଁ ଯେଉଁ ନିର୍ଦ୍ଦେଶ ରହିଛି, ତାହା ଅଫଲାଇନ ପେମେଣ୍ଟ ଏଗ୍ରିଗେଟର୍ସ ପାଇଁ ମଧ୍ୟ ଉପଲବ୍ଧ ରହିବ ।

ଏପ୍ରିଲ ଓ ଜୁଲାଇ ଅବଧିରେ ପ୍ରତ୍ୟେକ୍ଷ ବିଦେଶୀ ନିବେଶ 18.9 ଆରବ ଡଲାର ରହିଛି, ଯାହା ଗତ ବର୍ଷ ଏହି ସମୟରେ 13.1 ଆରବ ଡଲାର ଥିଲା । ଏପଟେ ବ୍ୟାଙ୍କ ଋଣ 16.2 ପ୍ରତିଶତ ଦ୍ରୁତ ଗତିରେ ଆଗକୁ ବଢୁଛି ।

ଦାସ କହିଛନ୍ତି, ବିଶ୍ବ ବଜାରରେ ଅଶୌଧିତ ତୈଳ ମୂଲ୍ୟ ସ୍ଥିର ରହିଛି । ଯଦି ଏଭଳି ଆଗକୁ ରୁହେ, ତେବେ ଦରଦାମ ବୃଦ୍ଧି ଉପରେ ଆଶ୍ବସ୍ତି ମିଳିବା ସମ୍ଭାବନା ଅଛି ।

ଗ୍ରାମୀଣ ଚାହିଦା ବୃଦ୍ଧି ପାଉଥିବାବେଳେ ନିବେଶର ଚାହିଦା ବଢୁଥିବା କହିଛନ୍ତି ଶକ୍ତିକାନ୍ତ ଦାସ । ସେହିପରି କୃଷି କ୍ଷେତ୍ର ମଧ୍ୟ ସ୍ଥିର ରହିଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର ।

ବ୍ୟାଙ୍କର ଘରୋଇକରଣ ପ୍ରସଙ୍ଗରେ କଣ ଭାବନ୍ତି RBI ଗଭର୍ଣ୍ଣର ?

Repo Rate Hike:ପୁଣି ରେପୋ ରେଟ ବଢାଇଲା ରିଜର୍ଭ ବ୍ୟାଙ୍କ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments