1. କୃଷି ଖବର

ସହଜରେ ମିଳିବ ସ୍ବାସ୍ଥ୍ୟ ସୂଚନା, ସରକାର ଆଣିଲେ ‘ଆଭା’ ମୋବାଇଲ ଆପ୍

ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ଆଭା)ର ପୁନର୍ବିନ୍ୟାସ । ‘ଆଭା’ ମୋବାଇଲ ଆପ୍ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ ପରିଚାଳନା କରାଯିବା ଘେନି ସୂଚନା ଦେଲେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ।

Shuvanshu Kar
Shuvanshu Kar

ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ଆଭା)ର ପୁନର୍ବିନ୍ୟାସ । ‘ଆଭା’ ମୋବାଇଲ ଆପ୍ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ ପରିଚାଳନା କରାଯିବା ଘେନି ସୂଚନା ଦେଲେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ । ଆଭା ମୋବାଇଲ ଆପ୍‌ରେ ନୂଆ ଇଣ୍ଟରଫେସ ଓ ଅନ୍ୟାନ୍ୟ ସୁବିଧା ରହିଛି ଏବଂ ବ୍ୟବହାରକାରୀ ଏଥିରୁ ଅଧିକ ସେବା ପାଇବେ ।

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆକାଉଣ୍ଟ “ଆଭା”ର ପୁନଃବିନ୍ୟାସ କରାଯାଉଛି । ପ୍ରାଧିକରଣ ପକ୍ଷରୁ ଏହା ଘୋଷଣା କରାଯାଇ କୁହାଯାଇଛି ଯେ ଆଭା ଆପ୍‌, ଯାହା ପୂର୍ବରୁ ଏନ୍‌ଡିଏଚଏମ୍ ହେଲଥ ରେକର୍ଡ ଆପ୍ ଭାବେ ପରିଚିତ ଥିଲା ଏବେ ତାହା ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିବାକୁ ଉପଲବ୍ଧ । ଇତିମଧ୍ୟରେ ୪ଲକ୍ଷରୁ ଅଧିକ ଆଭା ଆପ୍ ଡାଉନଲୋଡ ହୋଇସାରିଲାଣି ।

ଏହି ପୁନର୍ବିନ୍ୟସ୍ତ ଆଭା ଆପ୍‌ରେ ଅନେକ ନୂଆ ସୁବିଧା ରହିଛି ଓ ବ୍ୟବହାରକାରୀ ଏଥିରୁ ଅଧିକ ସେବା ପାଇପାରିବେ । ଅପ୍‌ଡେଟେଡ୍ ଆଭା ଆପ୍ ମାଧ୍ୟମରେ ବ୍ୟକ୍ତିବିଶେଷ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ ଆକ୍‌ସେସ୍ କରିପାରିବେ । ପୂର୍ବର ଆଭା ଆପ୍‌କୁ ୟୁଜରମାନେ ନିଜର ପୂର୍ବ ଆପ୍ ଭର୍ସନକୁ ମଧ୍ୟ ନୂଆ ଭର୍ସନକୁ ଅପଡେଟ କରିପାରିବେ ବୋଲି ସରକାରୀଭାବେ ଘୋଷଣା କରାଯାଇଛି ।

ଆଭା ମୋବାଇଲ ଆପ୍ଲିକେସନ ବ୍ୟକ୍ତି ବିଶେଷଙ୍କୁ ଏକ ଆଭା ଆଡ୍ରେସ କ୍ରିଏଟ କରିବାକୁ ସୁବିଧା ଦେଇଥାଏ । ଏହି ଠିକଣା ହେଲା (username@abdm)ଏହି ୟୁଜର୍ସ ଆଡ୍ରେଶକୁ ମନେ ରଖିବା ସହଜ । ଏହାକୁ ୧୪ସଂଖ୍ୟା ବିଶିଷ୍ଟ ର‌୍ୟାଣ୍ଡମଲୀ ଜେନେରେଟଡ୍ ଆଭା ନମ୍ବର ସହିତ ଲିଙ୍କ୍ କରି ହେବ । ଏହି ଆପ୍ ମାଧ୍ୟମରେ ୟୁଜରମାନେ ଏବିଡିଏମ୍ ଅନୁକୂଳ ହେଲ୍‌ଥ ଫ୍ୟାସିଲିଟିରେ ସୃଷ୍ଟି ହୋଇଥିବା ନିଜର ସ୍ୱାସ୍ଥ୍ୟ ରେକର୍ଡ ସହିତ ସଂଯୋଗ ସ୍ଥାପନ କରିପାରିବେ । ନିଜର ସ୍ମାର୍ଟଫୋନ ଦ୍ୱାରା ଏହି ଲିଙ୍କ ସ୍ଥାପନ କରି ବ୍ୟବହାରକାରୀ ଏହାକୁ ଦେଖି ପାରିବେ ।

ଏହି ଆପ୍ ମାଧ୍ୟମରେ ମଧ୍ୟ ନିଜର ଫିଜିକାଲ ହେଲଥ ରେକର୍ଡକୁ ଏବିଡିଏମ୍ ଅନୁକୂଳ ହେଲଥ ଲକରରେ ଅପଲୋଡିଂ କରିହେବ । ଏହାଛଡା ବ୍ୟବହାରକାରୀ ନିଦାନ ରିପୋର୍ଟ, ପ୍ରେସକ୍ରିପସନ, କୋୱିନ ଭ୍ୟାକସିନ୍ ସାର୍ଟିଫିକେଟ ଆଦିକୁ ଡିଜିଟାଲ ହେଲ୍‌ଥ ରେକର୍ଡକୁ ସେୟାର କରିହେବ । ତେବେ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ସମ୍ମତି ଏବିଡିଏମ ମାଧ୍ୟମରେ ହାସଲ କରିବାକୁ ପଡିବ ।

ଏହା ସହିତ ଆଭା ମୋବାଇଲ ଆପ୍ଲିକେସନରେ ଆଉ କେତେକ ନୂଆ ବିଶେଷତ୍ୱ ରହିଛି । ସେଗୁଡିକ ମଧ୍ୟରୁ ଏଡିଟ୍ ପ୍ରୋଫାଇଲ ଓ ଆଭା ଆଡ୍ରେସ ସହିତ ୧୪ ଡିଜିଟ୍ ବିଶିଷ୍ଟ ଆଭା ନମ୍ବରର ଲିଙ୍କ ଓ ଅନଲିଙ୍କ୍ ସୁବିଧା ଅନ୍ୟତମ । ଆହୁରି ମଧ୍ୟ ଲଗ୍‌ଇନ୍ ଭାୟା ଫ୍ରେସ ଆଥେଣ୍ଟିକେସନ /ପିଙ୍ଗରପ୍ରିଣ୍ଟ୍‌/ବାୟୋ ମେଟ୍ରିକ ଓ ସ୍କାନ କୋଡ୍ କ୍ୟୁଆର୍ ସୁବିଧା ଉପଲବ୍ଧ ।

ଆଭା ମୋବାଇଲ ଆପ୍ ସମ୍ପର୍କରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ଆର୍ ଏସ୍ ଶର୍ମା କହିଛନ୍ତି ଯେ ବ୍ୟବହାରକାରୀ ଏହା ସାହାଯ୍ୟରେ ନିଜର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ରେକର୍ଡ ରଖିପାରିବେ। ଆବଶ୍ୟକ ସମୟରେ ରୋଗୀ/ବ୍ୟକ୍ତିବିଶେଷ ନିମିଷକ ମଧ୍ୟରେ ଆଭା ଆଡ୍ରେସରେ ଏହାକୁ ପାଇପାରିବେ । ଏହା ଫଳରେ ସେମାନେ ଉପକୃତ ହେବେ । ଗୋଟିଏ ସ୍ଥାନରେ ଲୋକେ ନିଜର ସମସ୍ତ ସ୍ୱାସ୍ଥ୍ୟ ଗତ ତଥ୍ୟ ଠୁଳ କରି ରଖିବାର ସୁବିଧା ଏହା ମାଧ୍ୟମରେ ପାଇବେ । ଆବଶ୍ୟକସ୍ଥଳେ ସେମାନେ ଏହି ତଥ୍ୟକୁ ଯେତେବେଳେ ଯାହା ପାଖକୁ ଚାହିଁବେ ସେୟାର କରିପାରିବେ । ଏହା ଫଳରେ ସେମାନଙ୍କୁ ଚିକିତ୍ସାଗତ ସୁବିଧା ଅଧିକ ସୁଗମ ହେବ ।

ଆୟୁଷ୍ମାନ ଭାରତ ହେଲ୍ପ ଆକାଉଂଟ (ଆଭା) ମୋବାଇଲ ଆପ୍ (ପୂର୍ବରୁ ଏନ୍‌ଡିଏଚଏମ ବା ହେଲଥ ରେକର୍ଡ ବା ପିଏଚଆର୍ ଆପ୍ ନାମରେ ପରିଚିତ)କୁ https:// play.google.com/ store/apps/ details ?id= in. ndhm. phr . ଲିଙ୍କରେ ଗୁଗୁଲ ପ୍ଲେ ଷ୍ଟୋରକୁ ଡାଉନଲୋଡ କରିହେବ । ଆଭା ମୋବାଇଲ ଆପ୍‌ର ଆଇଓଏସ୍ ଭର୍ସନ ଖୁବ୍ ଶୀଘ୍ର ଆରମ୍ଭ ହେବ ।

ଓଡିଶାରେ ଟେନସନ ବଢାଇଲା ଟମାଟୋ ଫ୍ଲୁ, 26 ରୋଗୀ ଚିହ୍ନଟ

ହାତ ପାଆନ୍ତାରେ ହ୍ବାଟ୍ସଆପରୁ ମିଳିବ ସରକାରୀ ଡିଜିଲକର

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ