1. କୃଷି ଖବର

ଓଡିଶାରେ ଅନୁସୂଚିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା

ର୍ଦ୍ଦିଷ୍ଟ ଅଞ୍ଚଳଗୁଡିକର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଶିକ୍ଷା ଯୋଜନା ମାଧ୍ୟମରେ ମେଧାବୀ ଅନୁସୂଚିତ ଛାତ୍ରଛାତ୍ରୀଙ୍କୁ ଭଲ ଆବାସିକ ବିଦ୍ୟାଳୟଗୁଡିକରେ ଆଡମିଶନ ପ୍ରଦାନ କରାଯାଉଛି ।

Shuvanshu Kar
Shuvanshu Kar
Big announcement by government for students

Big announcement by government for students

ଅନୁସୂଚିତ ଜାତିବର୍ଗଙ୍କ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ(Ministry of Social Justice and Empowerment)ଙ୍କ ଦ୍ୱାରା ଅନୁଦାନପ୍ରାପ୍ତ ଆବାସିକ ବିଦ୍ୟାଳୟ(Residential school) ଦେଶରେ ନାହିଁ । ତେବେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡିକର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଶିକ୍ଷା ଯୋଜନା ମାଧ୍ୟମରେ ମେଧାବୀ ଅନୁସୂଚିତ ଛାତ୍ରଛାତ୍ରୀଙ୍କୁ ଭଲ ଆବାସିକ ବିଦ୍ୟାଳୟଗୁଡିକରେ ଆଡମିଶନ ପ୍ରଦାନ କରାଯାଉଛି ।

ଓଡିଶାରେ ମୋଡ ୧ରେ ୧୬ଟି ଓ ମୋଡ ୨ରେ ୬ଟି ବିଦ୍ୟାଳୟରେ ଶ୍ରେଷ୍ଠ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଏ. ନାରାୟଣସ୍ୱାମୀ ରାଜ୍ୟସଭାରେ ଲିଖିତ ଉତ୍ତର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ନିକଟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓଡ଼ିଶା ଗସ୍ତରେ ଆସି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦାସର୍ବଦା ଓଡ଼ିଆ ଓ ଜନଜାତିଙ୍କ ହିତଲାଗି ବିଭିନ୍ନ ଯୋଜନା କରିଥାନ୍ତି । ୨୦୨୪ସୁଦ୍ଧା ମୋଦୀ ସରକାର ବନବାସୀ ପିଲାଙ୍କ ଲାଗି ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଖୁବଶୀଘ୍ର ସଫଳ ହେବ ବୋଲି ଟୁଡୁ କହିଥିଲେ ।

ଓଡ଼ିଶାକୁ ଦେଶରେ ସର୍ବାଧିକ ୮୭ ଏକଲବ୍ୟ ସ୍କୁଲ ନିର୍ମାଣ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଏଥି ସହିତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୯ଟି ଏକଲବ୍ୟ ସ୍କୁଲର ଭୂମି ପୂଜନ ସରିଛି ଯାହା ଦେଶରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହିସାବରେ ୧ନଂ ସ୍ଥାନରେ ଅଛି । ଏପର୍ଯ୍ୟନ୍ତ ଓଡ଼ିଶାରେ ୪୫ଟି ଏକଲବ୍ୟ ସ୍କୁଲର ଭୂମିପୂଜନ କାର୍ଯ୍ୟକ୍ରମ ସରିଥିବା ସୂଚନା ଦେଇଥିଲେ ମନ୍ତ୍ରୀ ବିଶେଶ୍ବର ଟୁଡୁ ।

ଦେଶରେ ଓଡ଼ିଶାକୁ ମିଳିବ ସର୍ବାଧିକ ଏକଲବ୍ୟ ମଡେଲ ସ୍କୁଲ

ପିଲାଙ୍କୁ PM CARES ଲାଭ ଦେବେ ପ୍ରଧାନମନ୍ତ୍ରୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments