
‘Krishi Sayanta’ will Provide a Biggest Opportunities to Farmers: Pratap Sarangi
ଆଉ ମାତ୍ର ଦିନ କେଇଟା ପରେ ବାଲେଶ୍ୱର(Balasore) ଜିଲ୍ଲା କୁରୁଡ଼ା ପଡ଼ିଆଠାରେ ଓଡ଼ିଶାର ସର୍ବ ବୃହତ କୃଷି ମେଳା ‘କୃଷି ସଂୟତ୍ର’(Krishi Sayantra) ଆୟୋଜିତ ହେବାକୁ ଯାଉଛି ଏ ନେଇ ବାଲେଶ୍ୱରବାସୀଙ୍କ ସମେତ ସମଗ୍ର ରାଜ୍ୟର ଚାଷୀ ଭାଇ-ଭଉଣୀମାନେ ଉତ୍ସାହିତ ଅଛନ୍ତି । ଏକ ମହତ୍ତ୍ୱ ଉଦ୍ଦେଶ୍ୟ ନେଇ ଆୟୋଜିତ ହେବାକୁ ଥିବା ଏହି ମେଳା କିପରି କୃଷକଙ୍କ ପାଇଁ ସହାୟକ ହୋଇପାରିବ ସେ ନେଇ ସାଂସଦ ପ୍ରତାପ ଷଢ଼ଙ୍ଗୀ(Pratap Ch. Sarangi) ନିଜର ମତ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ...
‘ଓଡ଼ିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟରେ ଚାଷ ହେଉଛି ଅଧିକାଂଶ ଓଡ଼ିଆଙ୍କ ପ୍ରଧାନ ଜୀବିକା । କୃଷି ମାଧ୍ୟମରେ ଚାଷୀ ଭାଇମାନେ କିପରି ଅଧିକ ଲାଭାନ୍ୱିତ ହୋଇପାରିବେ, ନୂଆ ନୂଆ ଜ୍ଞାନ କୌଶଳର ପ୍ରୟୋଗ କରି କୃଷିକୁ କିପରି ଲାଭଦାୟକ ବୃତ୍ତିରେ ପରିଣତ କରାଇପାରିବେ ସେ ନେଇ ଚଳିତ ମାସ ୨୫ ରୁ ୨୭ ତାରିଖରେ ‘କୃଷି ଜାଗରଣ’ ଆନୁକୂଲ୍ୟରେ ‘କୃଷି ସୟଂତ୍ର’ ନାମକ ଏକ କୃଷି ମେଳା ଅନୁଷ୍ଠିତ ହେବାକୁ ଯାଉଛି ।ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶେଷ କରି ବାଲେଶ୍ୱରର ବିଭିନ୍ନ ଅଞ୍ଚଳରୁ ଚାଷୀ ଭାଇ, କୃଷି ବୈଜ୍ଞାନିକ, କୃଷି ଇଞ୍ଜିନିୟର ଓ କୃଷି ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏହି କାର୍ଯ୍ୟକ୍ରମ ଜରିଆରେ କୃଷି ସହ ଜଡ଼ିତ ବିଭିନ୍ନ ଉଦ୍ୟୋଗ ସଂସ୍ଥା ଓ ଅନୁଷ୍ଠାନ ନିଜ ଉତ୍ପାଦିତ ସାମଗ୍ରୀ ଓ କୃଷି ଯନ୍ତ୍ରପାତି, ନୂଆ ନୂଆ ଚାଷ ପଦ୍ଧତ୍ତିର ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇବେ । ଏଥି ସହ ଏହି କାର୍ଯ୍ୟକ୍ରମ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀକୁ ମଧ୍ୟ ପ୍ରୋତ୍ସାହିତ କରିବ । କୃଷି କ୍ଷେତ୍ରରେ ବ୍ୟବହୃତ ଉନ୍ନତମାନର ଜ୍ଞାନ-କୌଶଳ ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଏହି କାର୍ଯକ୍ରମରେ ଆଲୋଚନା ହେବ ଯଦ୍ୱାରା ଚାଷୀ ଭାଇମାନେ ଅଧିକ ଉତ୍ପାଦନକ୍ଷମ ଓ ସମୃଦ୍ଧ ହୋଇପାରିବେ । ନୂଆ ନୂଆ କୃଷି ଯନ୍ତ୍ରପାତିର ବ୍ୟବହାର, ଡ୍ରୋନ ଟେକ୍ନୋଲୋଜି ଜରିଆରେ କିପରି ଚାଷ କରାଯିବ ଏପରି ଅନେକ ପ୍ରସଙ୍ଗରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।
ବାଲେଶ୍ୱରରେ ଅନେକ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ । ସମୁଦ୍ର ଉପକୂଳବର୍ତ୍ତୀ ଏହି ଜିଲ୍ଲାରେ ଲୋକମାନେ ବିଭିନ୍ନ ପ୍ରକାରର ଚାଷ କରିଥାନ୍ତି । ଏହି କାର୍ଯ୍ୟକ୍ରମ ଉକ୍ତ ଚାଷୀମାନଙ୍କୁ କୃଷି ସମ୍ବନ୍ଧିତ ନୂତନ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳ ସହ ପରିଚିତ କରାଇ ସେମାନଙ୍କୁ ଅଧିକ ଉତ୍ପାଦନକ୍ଷମ କରାଇପାରିବ ।
କୃଷକଙ୍କ ଉତ୍ପାଦିତ ଫସଲ କିପରି ମାର୍କେଟରେ ଉପଯୁକ୍ତ ମୂଲ୍ୟରେ ବିକ୍ରୟ କରାଯାଇପାରିବ ସେ ନେଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯିବ ।ଏଥିରେ କୃଷି, ଗୋପାଳନ, ମତ୍ସ୍ୟ ପାଳନ, କୁକୁଡ଼ା ପାଳନ ଆଦି ଚାଷ ବିଷୟରେ ଏକ ଗମ୍ଭୀର ଆଲୋଚନା ଚକ୍ର ଆୟୋଜିତ ହେବ ।ଏହା ପରସ୍ପରଙ୍କୁ ବିଚାର ବିନିମୟ କରିବାର ସୁଯୋଗ ପ୍ରଦାନ କରିବ, ଯାହା ଦ୍ୱାରା ଚାଷୀମାନେ ଉପକୃତ ହୋଇ ପାରିବେ ।ତେଣୁ ଆମ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବାର ଆବଶ୍ୟକତା ରହିଛି’ ।
କୃଷି ସଂୟଂତ୍ର: କୃଷକଙ୍କ ପାଇଁ ତିନି ଦିନିଆ କାର୍ଯ୍ୟକ୍ରମ
କୃଷକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ ଆଣିଦେବ ‘କୃଷି ସଂୟଂତ୍ର’ , ଜାଣନ୍ତୁ ଏହା କ’ଣ....
Share your comments