1. କୃଷି ଖବର

budget 2022 : ଚାଷୀଙ୍କୁ ମିଳିଲା ଉପହାର ; ବଜେଟରେ କୃଷି କ୍ଷେତ୍ର ପାଇଁ ବଡ଼ ଘୋଷଣା,ଜାଣନ୍ତୁ କଣ ରହିଛି...

ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ । ତେବେ କୃଷି କ୍ଷେତ୍ର ପାଇଁ କଣ ରହିଛି ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଜେଟରେ ଜାଣନ୍ତୁ...

Sudesna Nayak
Sudesna Nayak
budget 2022 agriculture highlights in 10 points

budget 2022 agriculture highlights in 10 points

ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ । ତେବେ କୃଷି କ୍ଷେତ୍ର ପାଇଁ କଣ ରହିଛି ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଜେଟରେ ଜାଣନ୍ତୁ...

ଫେବୃଆରୀ ୧ ତାରିଖରେ ସଂସଦରେ ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ (Budget)। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଚଳିତ ବର୍ଷ -୨୦୨୨ ଆର୍ଥିକ ବର୍ଷ ପାଇଁ ବଜେଟ (Budget) ଉପସ୍ଥାପନ କରିଛନ୍ତି । ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)କହିଛନ୍ତି, ବିକାଶ ହିଁ ସରକାରଙ୍କ ପ୍ରାଥମିକତା ଅଟେ ।
ତେବେ ସବୁ ବଜେଟରେ କୃଷି କ୍ଷେତ୍ର (Agriculture)କୁ ନେଇ ସାରା ଦେଶର ନଜର ରହିଥାଏ । ତେବେ ଚଳିତବର୍ଷ ବଜେଟରେ କୃଷକ (Farmer)ଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)କହିଛନ୍ତି, କୃଷକ (Farmer)ଙ୍କ ଆକାଉଣ୍ଟରରେ MSP (ସର୍ବନିମ୍ନ ସହାୟତା ମୂଲ୍ୟ) ବାବଦକୁ 2.37 ଲକ୍ଷ କୋଟି ଟଙ୍କା ସିଧାସଳଖ ଟ୍ରାନ୍ସଫର କରାଯିବ । ସେହିପରି ଚଳିତ ବର୍ଷ ୧ ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ଲକ୍ଷ ମଧ୍ୟ ରଖାଯାଇଛି । କୃଷି କ୍ଷେତ୍ରର ମାନରେ ପରିବର୍ତ୍ତନ ହିଁ ଆଣିବା ପାଇଁ ସରକାର ବଜେଟରେ କିଛି ନୂଆ ବ୍ୟବସ୍ଥା ମଧ୍ୟ ହାତକୁ ନେଇଛନ୍ତି ।

ତେବେ ଚାଲନ୍ତୁ ନଜର ପକାଇବା ଚଳିତ ଥର କଣ ରହିଛି କୃଷି କ୍ଷେତ୍ର ପାଇଁ ବ୍ୟବସ୍ଥା...

୧. ବର୍ଷ 2021-22 ରେ ରବି ଋତୁରେ ଓ ଖରିଫ ଋତୁରେ 163 ଲକ୍ଷ ଚାଷୀ (Farmer)ଙ୍କ ଠାରୁ 1208 ଲକ୍ଷ ମେଟ୍ରିକ ଟନ୍ ଗହମ ଏବଂ ଧାନ କିଣାଯିବା ନେଇ ଲକ୍ଷ ରଖାଯାଇଛି । ସହ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ 2.37 ଲକ୍ଷ କୋଟି ଟଙ୍କା ପ୍ରଦାନ କାରାଯିବାର ବ୍ୟବସ୍ଥା ମଧ୍ଯ କରାଯାଇଥିବା ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ।

୨. ସାରା ଦେଶରେ ରସାୟନିକ ମୁକ୍ତ ଚାଷ ଉପରେ ପ୍ରାଥମିକତା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଗଙ୍ଗା ନଦୀ କୂଳରେ 5 କିଲୋମିଟରରେ ଅବଧି ପରିସରରେ ଥିବା କୃଷକ (Farmer)ଙ୍କ ଚାଷ ଜମିରେ ଏହି ଅଭିଯାନକୁ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରାଯିବା ନେଇ ଯୋଜନା କରାଯାଇଛି ।

୩. ବର୍ଷ 2023 କୁ ଆନ୍ତର୍ଜାତୀୟ ମିଲେଟସ୍ ବର୍ଷ ଭାବରେ ଘୋଷଣା କରାଯାଇଛି । ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଫସଲ ଅମଳର ମୂଲ୍ୟ ଯୋଗ, ଘରୋଇ ଉପଯୋଗକୁ ବଢାଇବା ଏବଂ ବ୍ରାଣ୍ଡିଂ ମିଲେଟ ଉତ୍ପାଦ ପାଇଁ ସହାୟତା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।

୪. ତୈଳବୀଜ ଆମଦାନୀ ଉପରେ ଆମର ନିର୍ଭରଶୀଳତା ହ୍ରାସ କରିବାକୁ ମଧ୍ୟ ଲକ୍ଷ ରଖାଯାଇଛି । ତୈଳବୀଜ ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ଏକ ଯୁକ୍ତିଯୁକ୍ତ ଏବଂ ବ୍ୟାପକ ଯୋଜନା କାର୍ଯ୍ୟକାରୀ ହେବ । ଯାହା ଫଳରେ ଆମଦାନୀ ଉପରେ ବିଦେଶୀ ନିର୍ଭରଶୀଳତା ହ୍ରାସ ପାଇବ ।

୫. କୃଷକ (Farmer)ମାନଙ୍କୁ ଡିଜିଟାଲ୍ ଏବଂ ହାଇ-ଟେକ୍ ସେବା ଯୋଗାଇବା ପାଇଁ ପିପିପି ମୋଡରେ ଏକ ଯୋଜନା ଆରମ୍ଭ ହେବ ।

୬. ଫସଲ ସୁରକ୍ଷା , ଜମି ରେକର୍ଡର ଡିଜିଟାଇଜେସନ୍, କୀଟନାଶକ ସ୍ପ୍ରେ ପାଇଁ କିଷାନ ଡ୍ରୋନର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ । ଏହା ଫଳରେ ସ୍ମାର୍ଟ ଫାର୍ମି ଗତି ପାଇପାରିବ ବୋଲି ମଧ୍ୟ ଆଶା ରଖାଯାଇଛି ।

୭. ପ୍ରାକୃତିକ ତଥା ଜୈବିକ କୃଷି, ଆଧୁନିକ କୃଷି ଏବଂ ପରିଚାଳନା ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟଗୁଡିକ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଂଶୋଧନ କରିବେ । ଫଳରେ କୃଷି କ୍ଷେତ୍ରରେ ନୂଆ ପ୍ରଭାବ ଆରମ୍ଭ ହୋଇପାରିବ ।

୮. କୃଷି ଏବଂ ଗ୍ରାମୀଣ ଉଦ୍ୟୋଗ ପାଇଁ ଷ୍ଟାର୍ଟଅପ୍ ଗୁଡିକୁ ଅର୍ଥ ପ୍ରଦାନ, ଚାଷ ଉତ୍ପାଦନ ମୂଲ୍ୟ ଶୃଙ୍ଖଳା ପାଇଁ ଏକାଧିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

୯. ‘କେନ୍ ବେତୱା’ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ନଦୀ ଲିଙ୍କ୍ ପ୍ରୋଜେକ୍ଟରେ ଜଳସେଚନକୁ ଗୁରୁତ୍ବ ଦିଆଯାଇଛି । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ 44,605 ​​କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପ୍ରାୟ 9.08 ଲକ୍ଷ ହେକ୍ଟର ଚାଷୀ (Farmer)ଙ୍କ ଜମିକୁ ଜଳସେଚନ ସୁବିଧା କରାଯାଇପାରିବା ଲକ୍ଷ ରଖାଯାଇଛି ।

ସେହିପରି 62 ଲକ୍ଷ ଲୋକମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ, 103 ମେଗାୱାଟ ହାଇଡ୍ରୋ ଏବଂ 27 ମେଗାୱାଟ ସୌର ଶକ୍ତି ଯୋଗାଇବା ପାଇଁ ଏହା ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ୨୧-୨୨ ରେ 4,300 କୋଟି ଏବଂ 2022-23 ରେ 1,400 କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

୧୦. ଦେଶରେ ପ୍ରାକୃତିକ କୃଷି କ୍ଷେତ୍ରରେ ବିପ୍ଳବ କ୍ଷେତ୍ରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) କହିଛନ୍ତି ଯେ, ଗଙ୍ଗା କରିଡରରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ହିଁ ରାସାୟନିକ ଦ୍ରବ୍ୟର ବ୍ୟବହାରକୁ ବନ୍ଦ କରାଯାଇ ଜୈବିକ କୃଷି ଆଡକୁ ଅଗ୍ରସର ହେବା ପାଇଁ ସରକାର ଏକାଧିକ ଯୋଜନା ମଧ୍ୟ ହାତକୁ ନେଇଛନ୍ତି ।

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ

budget 2022 : ବଜେଟର ରାସାୟନ ମୁକ୍ତ କୃଷିକୁ ପ୍ରୋତ୍ସାହିତ ; MSP ରେକର୍ଡ଼ କ୍ରୟ କରାଯିବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments