1. କୃଷି ଖବର

ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ଆସନ୍ତାକାଲି ଅର୍ଥାତ୍‌ ୮ ତାରିଖରେ ଲାଗୁଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ (Lunar Eclipse) । ଜ୍ୟୋତିର୍ବିଦମାନେ ଏହାକୁ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ବୋଲି କହୁଛନ୍ତି । ତେବେ ରାଜଧାନୀବାସୀ ( odisha – Bhubaneswar ) ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ୍‌ ଅର୍ଥାତ୍‌ ସନ୍ଧ୍ୟା ୫ଟା ୫ରୁ ୫ଟା ୧୧ ପର୍ଯ୍ୟନ୍ତ ଦେଖିପାରିବେ ।

Tanushree Mahapatra
Tanushree Mahapatra
Chandra graham 2022 final lunar eclipse

Chandra graham 2022 final lunar eclipse

ଆସନ୍ତାକାଲି ଅର୍ଥାତ୍‌ ୮ ତାରିଖରେ ଲାଗୁଛି  ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ (Lunar Eclipse) । ଜ୍ୟୋତିର୍ବିଦମାନେ ଏହାକୁ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ବୋଲି କହୁଛନ୍ତି । ତେବେ ରାଜଧାନୀବାସୀ  ( odisha – Bhubaneswar ) ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ  ମାତ୍ର ୬ ମିନିଟ୍‌ ଅର୍ଥାତ୍‌ ସନ୍ଧ୍ୟା ୫ଟା ୫ରୁ ୫ଟା ୧୧ ପର୍ଯ୍ୟନ୍ତ ଦେଖିପାରିବେ । ସନ୍ଧ୍ୟା  ୫ଟା ୧୧ରୁ  ୬ଟା୧୯ ଯାଏ ଆଶିଂକ  ଚନ୍ଦ୍ର ଗ୍ରହଣ ଦେଖାଯିବ । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ ।

ଆସନ୍ତାକାଲି ଲାଗୁଥିବା ପୂର୍ଣ୍ଣ ଗ୍ରହଣ ଦେଖିବାକୁ ଲୋକମାନଙ୍କ ପାଇଁ ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ୱତନ୍ତ୍ର( pathani samanta planetorium )  ବ୍ୟବସ୍ଥା କରାଯାଇଛି । ପାଗ ମେଘୁଆ ରହିଲେ କାର୍ଯ୍ୟକ୍ରମ ବାତିଲ ହୋଇପାରେ ବୋଲି ପ୍ଲାନେଟାରିୟମ୍‌ ପକ୍ଷରୁ ସୂଚନା  ମିଳିଛି । 

ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦରରେ( puri jagannath temple ) ମଧ୍ୟ ସ୍ୱତନ୍ତ୍ର ନିତିକାନ୍ତି କରାଯାଇଛି । ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ( kartik purnima ) ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଥିବା ନେଇ ସୂଚନା ରହିଛି । ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ ।

ପୁନଶ୍ଚ ସେହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି । ତେବେ ଦେବନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ବତନ୍ତ୍ର ନୀତି ଯୋଗୁଁ ଭକ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି । ତେବେ ଏ ନେଇ ଭକ୍ତଙ୍କ ମନ  ଦୁଃଖ ହୋଇଛି l

ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ୮ତାରିଖ ରାତି ୧୨ଟା ୧୦ ମିନିଟରେ ଦ୍ବାର ଫିଟି ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ( lord jagannath ) ଦୁର୍ଲଭ ସୁନାବେଶ ବା ରାଜାଧିରାଜ ବେଶ ସରିବ । ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦିନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗନୀତି ହୋଇ ଅନ୍ୟାନ୍ୟ ନୀତି ଥିବାରୁ ଏହି ଦିନ ସୁନାବେଶ ଦେଖିବା ସମ୍ଭବ ପର ହେବ ନାହିଁ ବୋଲି ସୂଚନା ମିଳିଛି । 

ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ମଙ୍ଗଳବାର ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଗ୍ରହଣ ଦିନ କାର୍ତିକ ପୂର୍ଣ୍ଣିମା ପଡ଼ୁଥିବାରୁ କେତେବେଳେ ଡଙ୍ଗା ଭସାଇବେ, ତାକୁ ନେଇ ଚିନ୍ତାରେ ଶ୍ରଦ୍ଧାଳୁ । ସେପଟେ ଚନ୍ଦ୍ରଗ୍ରହଣ ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ସନ୍ଧ୍ୟା ୫ଟା ୫ ମିନିଟରୁ ୬ଟା ୧୯ ଯାଏ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖାଇବାର ବ୍ୟବସ୍ଥା କରାଯିବ । ଏଭଳି ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର( 2025 september ) ମାସରେ ଦେଖାଯିବ । ସେହିପରି ଭାରତରେ ପରବର୍ତୀ ସୂର୍ଯ୍ୟପରାଗ ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସରେ ଦେଖାଯିବ ।

ସବୁଠାରୁ ବଡ ଚଦ୍ରଗ୍ରହଣ !

ପରିଶେଷରେ ସୂର୍ଯ୍ୟ ପରାଗ !କେଉଁ ରାଶି ଉପରେ କଣ ରହିବ ପ୍ରଭାବ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments