
Cheetah ‘Aasha’ at Kuno National Park shows signs of pregnancy, say officials
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆସିଛି ଏକ ଖୁସି ଖବର (GOOD NEWS)। ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନ ଅବସରରେ ଜାତୀୟ ଉଦ୍ୟାନରେ ଛାଡ଼ିଥିବା ଚିତାଙ୍କ ମଧ୍ୟରୁ ଏକ ଚିତା ଗର୍ଭବତୀ (pregnant)ଥିବା ଖବର ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଦୁଇ ସପ୍ତାହ ତଳେ ନାମିବିଆ (namibia)ରୁ ଆସିଥିବା 8 ଟି ଚିତା ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ (PM Narendra Modi)ଗୋଟିଏ ମାଇ ଚିତାର ନାଁ ‘ଆଶା’Cheetah ‘Aasha’ରଖିଥିଲେ । ‘ଆଶା’ ଏବେ ଗର୍ଭବତୀ (pregnant) ଥିବା ସୂଚନା ମିଳିଛି ।
ଦୀର୍ଘ 70 ବର୍ଷ ପରେ ଭାରତୀୟ ଜଙ୍ଗଲକୁ ଚିତାବାଘ ଫେରିଥିବାବେଳେ ଏବେ ଏହି ଚିତାବାଘ ଆଶା Cheetah ‘Aasha’ର ଗର୍ଭବତୀ ହେବା ଚିତା ବଂଶ ବୃଦ୍ଧି ପାଇଁ ଖୁସିଖବର (GOOD NEWS)। ମଧ୍ୟପ୍ରଦେଶ କୁନୋ ପାଲପୁର ନ୍ୟାସନାଲ ପାର୍କ (Kuno National Park) ରେ ଥିବା ଏହି ଚିତା ଠାରେ ଗର୍ଭବତୀ ହେବାର ସମସ୍ତ ଲକ୍ଷଣ ଥିବା ସେଠାକାର ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ ଯେ, ଚିତାବାଘ ଆଶା Cheetah ‘Aasha’ ଠାରେ ଆଚରଣଗତ , ଶାରିରୀକ ଏବଂ ହରମୋନଗତ ଲକ୍ଷଣ ଦେଖାଯାଉଛି । ଏଥିପାଇଁ ସମସ୍ତେ ଖୁସି ହେବା ସହ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଅଧିକାରୀ କହିଛନ୍ତି । ଆଶା Cheetah ‘Aasha’ ଠାରୁ ମିଳିଥିବା ଶୁଭ ଖବର ପରେ ଦେଶରେ ଚିତା (Cheetahs)ର ସଂଖ୍ୟା ବଢିବ ବୋଲି ବନ ଅଧିକାରୀ ଆଶା ବାନ୍ଧିଛନ୍ତି ।
Share your comments