1. କୃଷି ଖବର

ବିଜୁ ପକ୍କାଘର ମରାମତି ଲାଗି ୩ ହଜାର ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଶୁକ୍ରବାର ଦିନ) ଭିଡିଓ କନ୍‌ଫରେନସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀମାନଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ।

Sudesna Nayak
Sudesna Nayak
bijju pakka ghar scheme

bijju pakka ghar scheme

ଆସିଲା ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଶୁକ୍ରବାର ଦିନ) ଭିଡିଓ କନ୍‌ଫରେନସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀମାନଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ।

ଯାହାକୁ ନେଇ ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି । ଏହି ସହାୟତା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।

ସୂଚନା ଅନୁଯାୟୀ, ଓଡି଼ଶା (Odisha)ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଗୃହ ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କୁ ଘର ମରାମତି ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ଗତ ଡିସେମ୍ବର ୨୧ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍‌ରେ ଘର ମରାମତି ସହାୟତା ବିଷୟରେ ଆଲୋଚନା ଏବଂ ନିଷ୍ପତ୍ତି କରାଯାଇଥିଲା । ନିଷ୍ପତ୍ତିର ୧୫ ଦିନ ମଧ୍ୟରେ ହିଁ (ଶୁକ୍ରବାର ଦିନ) ହିତାଧିକାରୀମାନଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।

କହିବାକୁ ଗଲେ, ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik)କହିଛନ୍ତି ଯେ, ଲୋକମାନଙ୍କୁ ଦେଇଥିବା କଥା ଆମେ ରଖିଛୁ । ୨୦୧୪ ରେ ରାଜ୍ୟ କ୍ୟାବିନେଟ୍‌ (Odisha Cabinet) ର ପ୍ରଥମ ବୈଠକରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟବାସୀମାନଙ୍କୁ ଦେଇଥିବା କଥା ଅନୁଯାୟୀ ଆମେ କାମ କରୁଛୁ । ୨୦୧୪ ରୁ ଆଜି ପର୍ଯ୍ୟନ୍ତ ଆମେ ୩୧ ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦେଇଛୁ । ରାଜ୍ୟର ଶେଷ କଚ୍ଚା ଘରକୁ ପକ୍କା ନ କରିବା ପର୍ଯ୍ୟନ୍ତ ଆମର ଉଦ୍ୟମ ଏହିପରି ଭାବରେ ଜାରି ରହିବ।

ଏଥିସହିତ ମୁଖ୍ୟମନ୍ତ୍ରୀ (Chief Minister) ନବୀନ ପଟ୍ଟନାୟକ କହିଥିଲେ ଯେ, ଘର ସହ ଘର ମରାମତି ମଧ୍ୟ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ତେଣୁ ଘରର ମରାମତି ପାଇଁ ଶୁକ୍ରବାର ଦିନ ୩୦୦୦ ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି । ସବୁ ଗ୍ରାମୀଣ ପକ୍କା ଘର ଯୋଜନାର ହିତାଧିକାରୀମାନେ ଏହି ସହାୟତା ପାଇବେ ବୋଲି ସେ କହିଥିଲେ ।

ପ୍ରକାଶ ଥାଉ ଯେ, ଫନି ବାତ୍ୟା ସମୟରେ ରାଜ୍ୟର ୧୪ଟି ଜିଲ୍ଲାରେ ବହୁ ଲୋକମାନଙ୍କ ଘର ଭାଙ୍ଗି ଯାଇଥିଲା । ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାହାକୁ ନେଇ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ମୁଁ ମଧ୍ୟ ଏ ବିଷୟରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଆସୁଛି । ତା ସହିତ ଆମର ଦକ୍ଷିଣ ଓ ପଶ୍ଚିମ ଓଡିଶାର ଜନଜାତି ଭାଇଭଉଣୀମାନେ ମଧ୍ୟ କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଚାହିଁ ବସି ରହିଛନ୍ତି । ସେମାନେ ବର୍ତ୍ତମାନ ଯେଉଁ ଭଙ୍ଗା ଘରେ ରହୁଛନ୍ତି, ତାର ମରାମତି ପାଇଁ ୫୦୦୦ ଟଙ୍କା ଦେବାକୁ ରାଜ୍ୟ ସରକାର (Odisha Government) ମଧ୍ଯ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆମେ ସଂଗ୍ରହ କରୁଛୁ ଏବଂ ଖୁବଶୀଘ୍ର ସେମାନଙ୍କୁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଘର ମରାମତି ପାଇଁ ମିଳିବ ୩ ହଜାର ଟଙ୍କା

ଆଜିଠୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା,ରୋଗୀଙ୍କ ପାଖରେ ପହଞ୍ଚିବେ ଡାକ୍ତର

Share your comments