1. କୃଷି ଖବର

ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ୬ ମାସ ମିଳିବ ମାଗଣା ଚାଉଳ

ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆଉ ୬ ମାସ ମିଳିବ ମାଗଣା ଚାଉଳ ।

Sudesna Nayak
Sudesna Nayak
CM Naveen Patnaik directs extension of additional rice distribution for another six months

CM Naveen Patnaik directs extension of additional rice distribution for another six months

ଓଡ଼ିଶା ଦିବସରେ (Utkal Divas)ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ (CM Naveen Patnaik)ଙ୍କ ବଡ଼ ଘୋଷଣା । ଆଉ ୬ ମାସ ମିଳିବ ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆଧାରରେ ଏହି ଅତିରିକ୍ତ ମାଗଣା ଚାଉଳ ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ଯାଏଁ ହିତାଧିକାରୀଙ୍କୁ ମିଳିବ ।

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଉ ୬ ମାସ ବଢ଼ିଲା ଅତିରିକ୍ତ ଚାଉଳ ବଣ୍ଟନ । ୬ ମାସ ଅବଧି ବଢ଼ାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାସକୁ ୫ କେଜି ମାଗଣା ଚାଉଳ ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ ।

ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ (CM Naveen Patnaik) ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ୮ ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ ହେବେ । ୬ ମାସ ଅତିରିକ୍ତ ଚାଉଳ ବଣ୍ଟନ ହେବା ଦ୍ୱାରା ରାଜ୍ୟ ସରକାର ୯୧ କୋଟି ୭୦ ଲକ୍ଷ ଟଙ୍କା ବହନ କରିବେ । ଏଥିପାଇଁ ଷ୍ଟେଟପୁଲରୁ ୨୪ ହଜାର ୨୭୦ ଟନ୍ ଚାଉଳ ଯୋଗାଇ ଦିଆଯିବ ।

ପ୍ରକାଶ ଥାଉ ଯେ, ହିତାଧିକାରୀଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ମାଗଣା ଚାଉଳ ପ୍ରଦାନ ଯୋଜନାକୁ ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଆଉ ୩ ବର୍ଷ ବଢ଼ିଲା କାଳିଆ ଅବଧି; ଦୁଇଟି ପର୍ଯ୍ୟାୟରେ ମିଳିବ ୨ ହଜାର ଲେଖାଏଁ ଟଙ୍କା

7th pay commission: ଖୁସିଖବର; ସରକାରୀ କର୍ମଚାରୀଙ୍କୁ ମିଳିବ ୨୦% ବକେୟା ଦେୟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments