1. କୃଷି ଖବର

ଆଉ ୩ ବର୍ଷ ବଢ଼ିଲା କାଳିଆ ଅବଧି; ଦୁଇଟି ପର୍ଯ୍ୟାୟରେ ମିଳିବ ୨ ହଜାର ଲେଖାଏଁ ଟଙ୍କା

ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି । ଆଉ ୩ ବର୍ଷ ଲାଗି ବଢିଲା ‘କାଳିଆ’ ଅବଧି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ଅବଧି ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ଏହାକୁ ତିନି ବର୍ଷ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Sudesna Nayak
Sudesna Nayak
kalia scheme has been extended

kalia scheme has been extended

ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି । ଆଉ ୩ ବର୍ଷ ଲାଗି ବଢିଲା ‘କାଳିଆ’ ଅବଧି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ଅବଧି ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ଏହାକୁ ତିନି ବର୍ଷ ବଢ଼ାଇବାକୁ ରାଜ୍ୟ ସରକାର (State Government) ନିଷ୍ପତ୍ତି ନେଇଛନ୍ତି ।

ରବିବାର ଦିନ (Sunday)ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିବା ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ।

ରବିବାର ଦିନ (Sunday)ପୂର୍ବାହ୍ନରେ କ୍ୟାବିନେଟ ବୈଠକ ବସିଥିବା ବେଳେ ଏଥିରେ ୨୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ବିଧାନସଭା ଚାଲିଥିବାରୁ ସରକାରଙ୍କ ପକ୍ଷରୁ ଏନେଇ ସବିଶେଷ ସୂଚନା ଦିଆଯାଇ ନାହିଁ । ହେଲେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବର୍ଷକୁ ଦୁଇଟି ପର୍ଯ୍ୟାୟରେ ଚାଷୀଙ୍କୁ କାଳିଆ ସହାୟତା ମିଳିବ । ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ଚାଷୀମାନଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଯିବ ।

ସେହିପରି ମହାମାରୀ ସମୟରେ ଅନାଥ ହୋଇଥିବା ପିଲାମାନଙ୍କ ଲାଗି ‘ଆଶୀର୍ବାଦ’ଯୋଜନା ଲାଗୁ ହୋଇଥିବା ବେଳେ ଏବେ ସେମାନଙ୍କୁ ମାଗଣାରେ ଉଚ୍ଚଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ପାଇଁ ହିଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ବି କ୍ୟାବିନେଟ୍ ମୋହର ବାଜିଛି । ଏହାବାଦ୍ ସମ‌ଲେଶ୍ବରୀ ମନ୍ଦିର ଅଞ୍ଚଳରେ ଉନ୍ନତୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ‘ସମଲାଇ’ ପ୍ରକଳ୍ପକୁ ଟର୍ଣ୍ଣକି ପ୍ରକଳ୍ପ ଭାବେ କରିବାକୁ ନିଷ୍ପତ୍ତି ହୋଇଛି ।

ଐତିହ୍ୟ ସହର ପୁରୀ (PURI)ରେ ‘ଅବଢ଼ା’ଯୋଜନାରେ ବେଳାଭୂମି ରାସ୍ତାର ଉନ୍ନତୀକରଣ ଓ ସମ୍ପ୍ରସାରଣ ସହ ଆଚାର୍ଯ୍ୟ ହରିହର ଛକର ପୁନଃଉନ୍ନତୀକରଣ, ଦିଗବାରେଣୀ ଛକରେ ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା, ଯାତ୍ରିକା ଓ ସିପସରୁବାଲି ନିକଟରେ ପାର୍କିଂ ବ୍ୟବସ୍ଥା କରିବାକୁ ହିଁ ନିଷ୍ପତ୍ତି ହୋଇଛି ।

ପ୍ରକାଶ ଥାଉ ଯେ, ଭବାନୀପାଟଣାସ୍ଥିତ ନୂଆ ସରକାରୀ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ନିର୍ମାଣ କରାଯିବ। ଏଥିରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମସ୍ଥଳୀ, ଆହାର କେନ୍ଦ୍ର, ଶବାଗାର, ଇଏସ୍‌ଏସ୍‌, ରାସ୍ତା, ପାଚେରୀ, ଡ୍ରେନ୍, ସୌନ୍ଦର୍ଯ୍ୟୀକରଣ କରାଯିବ । ଏସମ୍ପର୍କିତ ଟେଣ୍ଡରକୁ ବି ଅନୁମୋଦନ କରାଯାଇଛି । ଉପରୋକ୍ତ ତିନିଟି ପ୍ରକଳ୍ପ ପୂର୍ତ୍ତ ବିଭାଗ କରିବ ।

ସରକାରୀ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ; ମାର୍ଚ୍ଚ ମାସରେ ପାଇବେ ମୋଟା ଅଙ୍କର ଦରମା,ମୁଖ୍ୟମନ୍ତ୍ରୀ ଦେଲେ ଏହି ନିର୍ଦ୍ଦେଶ

ବିଜୁ ପକ୍କାଘର ମରାମତି ଲାଗି ୩ ହଜାର ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments