1. କୃଷି ଖବର

ଦୁବାଇରେ ନବୀନଙ୍କ ସହ ନିବେଶକଙ୍କ ବୈଠକ, ବଡ ବିଜନେସ ଡିଲ ସମ୍ଭାବନା !

ଦୁବାଇରେ ଆୟୋଜିତ ହୋଇଛି ଇନଭେଷ୍ଟର୍ସ ମିଟ । ବୈଠକରେ ବଡ ବଡ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

Shuvanshu Kar
Shuvanshu Kar
CM Naveen Patnaik to meet investors today in Dubai

CM Naveen Patnaik to meet investors today in Dubai

ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ( CM Naveen Patnaik) ଓଡିଶା ଇନଭେଷ୍ଟର୍ସ ମିଟରେ ହେବେ ସାମିଲ । ଦୁବାଇରେ ଆୟୋଜିତ ହୋଇଛି ଇନଭେଷ୍ଟର୍ସ ମିଟ । ବୈଠକରେ ବଡ ବଡ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ଓଡିଶାରେ ନିବେଶର ସୁଯୋଗ ପାଇଁ ନିବେଶକଙ୍କୁ ନିମନ୍ତ୍ରଣ କରିପାରନ୍ତି ନବୀନ । ତେବେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଡାଉନଷ୍ଟ୍ରିମ ଆଣ୍ଡ ଆନ୍ସିଲାରୀ, ଇଏସଡିଏମ୍-ଆଇଟି ଓ ଆଇଟିଏସ୍, ଅଟୋ ଓ ଅଟୋ ଯନ୍ତ୍ରାଂଶରେ ପୁଞ୍ଜିନିବେଶର ଯଥେଷ୍ଟ ସମ୍ଭାବନା ରହିଛି ।

ରାଜ୍ୟ ସରକାର ପେଟ୍ରୋକେମିକାଲ୍ସ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ଏବଂ ମେଟାଲ ଡାଉନଷ୍ଟ୍ରିମ ଭଳି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିପାରନ୍ତି। ଏହି ପୁଞ୍ଜି ବିନିଯୋଗ ମୁଖ୍ୟତଃ ଗଲ୍ଫ ଏବଂ ଉତ୍ତର ଆଫ୍ରିକା ଦେଶଗୁଡିକରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କାରଣ ଏହି ଅଞ୍ଚଳର ବ୍ୟବସାୟିକ ପ୍ରତିନିଧୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଆଶା କରାଯାଉଛି ।

ଦୁବାଇରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଓ ଇପିକଲର କିଛି ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ । ସମ୍ମିଳନୀରେ ଦେଶର ଜଣାଶୁଣା ଶିଳ୍ପପତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ହିଣ୍ଡାଲକୋ, ଆଦାନି, ଜେଏସଡବ୍ଲୁ, ଜେଏସପିଏଲ୍, ମିତଲ, ଟାଟା, ଇମ୍ଫାର ପ୍ରତିନିଧି ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।

ଏହାପୂର୍ବରୁ ଇଟାଲୀର ରୋମରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ଖାଦ୍ୟ ସୁରକ୍ଷାର କାହାଣୀ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଜ୍ୟର ଖାଦ୍ୟ ସୁରକ୍ଷା(Food Security) ଅଭିଯାନ ଓ ବିପର୍ଯ୍ୟୟ ପରିଚାଳନାକୁ ନେଇ ମତ ରଖିଥିଲେ ନବୀନ । ମୁଖ୍ୟମନ୍ତ୍ରୀ କହିଥିଲେ, ସାରାବିଶ୍ୱରେ ଏକ ଗରିବ ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ରାଜ୍ୟ ଭାବେ ଅପବାଦ ମୁଣ୍ଡାଇଥିଲା ଓଡିଶା । ଏବେ କିନ୍ତୁ ସମୟ ବଦଳିଛି, ଓଡିଶା ଆଉ ଖାଦ୍ୟ ଅଭାବ ରାଜ୍ୟ ହୋଇ ରହିନାହିଁ । ଖାଦ୍ୟ ଉତ୍ପାଦନରେ ଓଡିଶା ଏବେ ବଳକା ରାଜ୍ୟରେ ପରିଣତ ହୋଇଛି ।

ରୋମରେ ଖାଦ୍ୟ ସୁରକ୍ଷା ଉପରେ କଣ କହିଲେ ନବୀନ ? ଜାଣନ୍ତୁ...

ରାତି ପାହିଲେ ବିଦେଶ ଯାତ୍ରାରେ ବାହାରିବେ ମୁଖ୍ୟମନ୍ତ୍ରୀ

ଅନେକ ସମୟରେ ଓଡିଶା ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି । ଖାଦ୍ୟ ଅଭାବରୁ ବହୁ ଲୋକଙ୍କ ଜୀବନ ହାରିଛନ୍ତି । ଏନେଇ ସାରାବିଶ୍ୱରେ ଏକ ଗରିବ ଓ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ରାଜ୍ୟ ଭାବେ ଅପବାଦ ମୁଣ୍ଡାଇଥିଲା ଓଡିଶା । ଏବେ କିନ୍ତୁ ସମୟ ବଦଳିଛି, ଓଡିଶା ଆଉ ଖାଦ୍ୟ ଅଭାବ ରାଜ୍ୟ ହୋଇ ରହିନାହିଁ । ଖାଦ୍ୟ ଉତ୍ପାଦନରେ ଓଡିଶା ଏବେ ବଳକା ରାଜ୍ୟରେ ପରିଣତ ହୋଇଥିବା ରୋମ(WFP in Rome)ରେ ଦେଇଥିବା ଅଭିଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ( CM Naveen Patnaik) ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments