1. କୃଷି ଖବର

ବଢୁଛି ଶୀତ,ଥରୁଛି ଓଡ଼ିଶା

ରାଜ୍ୟରେ ଜାରି ରହିଛି ଶୀତଲହରୀ । ଉତ୍ତର ଦିଗରୁ ଥଣ୍ଡା ପବନ ବହିବାରୁ ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଫୁଲବାଣୀ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ପ୍ରବଳ ଶୀତ ଅନୁଭୁତ ହେଉଛି ।

Sudesna Nayak
Sudesna Nayak
cold wave grips odisha phulbani records 5 degree celsius

cold wave grips odisha phulbani records 5 degree celsius

ରାଜ୍ୟରେ ଜାରି ରହିଛି ଶୀତଲହରୀ । ଉତ୍ତର ଦିଗରୁ ଥଣ୍ଡା ପବନ ବହିବାରୁ ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଫୁଲବାଣୀ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।

ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ହେଇଯାଇଛି ଓଡ଼ିଶା । ଖସୁଛି ପାରଦ, ଥରୁଛି ରାଜ୍ୟ । ରାଜ୍ୟରେ ଜାରି ରହିଛି ଶୀତର ଲହରୀ । କନ୍ଧମାଳରୁ ଶିମିଳିପାଳ ଯାଏ ସବୁଠି ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି । ଦିନ ୧୦ ହେଲେ ବି ଘରୁ ବାହାରିବା ମୁସ୍କିଲ୍ ହୋଇ ପଡ଼ୁଛି ।

ଆଜି(ଗୁରୁବାର) ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ ହୋଇଛି । ଯେତେବେଳେ କି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ତାପମାତ୍ରା ୬.୫ ଡିଗ୍ରୀ ରହିଛି । ରାଜ୍ୟର ୧୫ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଛି ।

ଶୀତର ପ୍ରଭାବରେ ଲୋକମାନଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଲୋକମାନେ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି । ଦିନ ମଜୁରିଆ ମାନେ ସକାଳ ଆଠଟା ପରିବର୍ତ୍ତେ ସକାଳ ଦଶଟା ବେଳେ ଦୈନଦୀନ କାର୍ଯ୍ୟ ଆରମ୍ଭ କରୁଛନ୍ତି । ସ୍ଥାନେ ସ୍ଥାନେ ଶୀତରୁ ତ୍ରାହି ପାଇଁ ନିଆଁ ପୁଆଁଉଛନ୍ତି ଲୋକେ ।

କହିବାକୁ ଗଲେ, ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ବ୍ରାଘ୍ୟ ଅଭୟାରଣ୍ୟ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଶିମିଳିପାଳ ଅଭୟାରଣ୍ୟର ଉପର ବାରା କାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । ଯାହାକୁ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହୋଇପାରେ । ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ସ୍ୱଭାବିକ ଠାରୁ ୪ ରୁ ୫ ଡିଗ୍ରୀ ଯାଏଁ କମ୍ ରହିବ । ଉପକୂଳ ଜିଲ୍ଲାରେ ରାତି ତାପମାତ୍ରା ସ୍ୱଭାବିକ ଠାରୁ ୨ ରୁ ୩ ଡିଗ୍ରୀ କମ୍ ରହିବ ବୋଲି ଜଣାପଡିଛି ।

ଅଧିକ ପଢନ୍ତୁ...

ବଢୁଛି ଶୀତ, ଦାରିଙ୍ଗବାଡ଼ିରେ ୩.୫ ଡିଗ୍ରୀକୁ ଖସିଲା ପାରଦ

ଆହୁରି ବଢିବ ଶୀତ, ଦାରିଙ୍ଗବାଡିରେ ରେକର୍ଡ ହେଲା ସିଜନର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ