1. କୃଷି ଖବର

ଚାଷ ଜମି ହଡପ ଅଭିଯୋଗରେ ଫସିଲେ ଅବସରପ୍ରାପ୍ତ IAS ଅଧିକାରୀ, ଥାନାରେ ମାମଲା

ରାଜସ୍ବ ବିଭାଗରରେ ଅବସରପ୍ରାପ୍ତ IAS ଅଧିକାରୀ ଏସ୍ କେ ଲାଙ୍ଗାଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି ଗୁଜୁରାଟ ଖେଡାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ । କୃଷକ ନହୋଇ ମଧ୍ୟ ଭିରୋଜା ଗ୍ରାମରେ ଲାଙ୍ଗା ଚାରି ହେକ୍ଟର କୃଷି ଜମି କିଣିଥିବା ଅଭିଯୋଗରେ ଦର୍ଶାଯାଇଛି ।

Shuvanshu Kar
Shuvanshu Kar
Complaint filed against rtd IAS officer for illegally buying agriculture land

Complaint filed against rtd IAS officer for illegally buying agriculture land

ରାଜସ୍ବ ବିଭାଗରରେ ଅବସରପ୍ରାପ୍ତ IAS ଅଧିକାରୀ ଏସ୍ କେ ଲାଙ୍ଗା(IAS officer S.K. Langa)ଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି ଗୁଜୁରାଟ ଖେଡାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ । ଅବରପ୍ରାପ୍ତ ଆଇଏଏସ ଅଧିକାରୀ ଲାଙ୍ଗା ଜଣେ କୃଷକ ନହୋଇ ମଧ୍ୟ ଏଠାରେ ଭିରୋଜା ଗ୍ରାମରେ ଚାରି ହେକ୍ଟର କୃଷି ଜମି(agriculture land) କିଣିଥିବା ଅଭିଯୋଗରେ ଦର୍ଶାଯାଇଛି ।

ମଟର ଅଞ୍ଚଳରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ପି.ସି. ଭଗତ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଗୁଜୁରାଟର କୃଷି ଜମି ଅଧିନିୟମ 1948(Gujarat Tenancy and Agricultural land Act 1948)ର ଧାରା 84 ଅନୁଯାୟୀ ରାଜସ୍ୱ ବିଭାଗ ନିକଟରେ ଅଭିଯୋଗ କରାଯାଇଛି ଏବଂ ଆଭ୍ୟନ୍ତରୀଣ ତଦନ୍ତ ଶେଷ ହେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଟଙ୍କା ଥାଇ ବି ମିଳିବନି ଖାଦ୍ୟ ! କାହିଁକି ଏମିତି କହିଲେ କୃଷି ମନ୍ତ୍ରୀ ?

ଭାରତରୁ କାହିଁକି ଚୀନ କିଣିବ ଏହି ତେଲ ? ଜାଣନ୍ତୁ...

ଅଭିଯୋଗରେ ଦର୍ଶାଯାଇଛି ଯେ ଦୁଇ ବର୍ଷ ପୂର୍ବେ ଅଫିସରୁ ଅବସର ନେଇଥିବା ଲାଙ୍ଗା ଅତିରିକ୍ତ ଜିଲ୍ଲାପାଳ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବରେ ତାଙ୍କ କାର୍ଯ୍ୟକାଳରେ କ୍ଷମତାର ଅପବ୍ୟବହାର କରିଥିଲେ । ଏଭଳି ଏକ ଅଭିଯୋଗ ପଞ୍ଚମହଲ ଜିଲ୍ଲାର ପୋଲିସ ନିକଟରେ ଦାଖଲ କରାଯାଇଛି । ଲାଙ୍ଗା ସରକାରୀ ରେକର୍ଡରେ ଅଣ-ଚାଷୀଙ୍କୁ ଅବୈଧ ଭାବରେ କୃଷକ ବର୍ଗରେ ପରିବର୍ତ୍ତନ କରିଥିଲେ ଏବଂ କିଛି ଲୋକଙ୍କୁ କୃଷି ଜମି କିଣିବାରେ ସାହାଯ୍ୟ କରିଥିଲେ ।

ଅଭିଯୋଗ ଅନୁଯାୟୀ ଲାଙ୍ଗା ଜିଲ୍ଲାପାଳ ଥିବାବେଳେ ଗାନ୍ଧିନଗରରେ ମଧ୍ୟ ତାଙ୍କ ବିରୋଧରେ ସମାନ ଅଭିଯୋଗ କରାଯାଇଥିଲା । ଖେଡା ଜିଲ୍ଲାରେ ରାଜ୍ୟ ସରକାର ଗତ ଚାରି ବର୍ଷ (2018-2022) ର ରାଜସ୍ୱ ରେକର୍ଡ ଯାଞ୍ଚ କରିଥିଲେ ଏବଂ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରାୟ 100 ଟି ଏଣ୍ଟ୍ରି କରାଯାଇଛି ଯେଉଁଠାରେ ବ୍ୟକ୍ତିମାନେ ରାଜସ୍ୱ ରେକର୍ଡରେ କୃଷକ ହୋଇ କୃଷି ଜମି କ୍ରୟ କରିଛନ୍ତି ।

ରାଜସ୍ୱ ବିଭାଗର ସୂତ୍ରରୁ ପ୍ରକାଶ ଯେ, ଯେଉଁଠାରେ ଲଙ୍ଗା ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି, ଆବଶ୍ୟକ ହେଲେ ସରକାର ସେହି 6ଟି ଜିଲ୍ଲାରୁ ରେକର୍ଡ ଖୋଜିପାରନ୍ତି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments