
Cyclone update in odisha
ରାଜ୍ୟରେ ସମ୍ଭାବ୍ୟ ବାତ୍ୟା (Cyclone)ର ରୂପ କଣ ରହିବ? ଜାଣନ୍ତୁ...ଏହା କେଉଁ ଦିଗରେ ଗତି କରିବ? ବାତ୍ୟା (Cyclone)ଭୀଷଣ ନା କମ୍ ପ୍ରଭାବୀ ହେବ? ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ ଏହା ପୁରୀରୁ ପାରାଦୀପ ଭିତରେ ହିଁ ସ୍ଥଳଭାଗ ଛୁଇଁପାରେ ।
ସୂଚନା ଅନୁଯାୟୀ, ବାତ୍ୟା (Cyclone)ବିଶେଷ ପ୍ରଭାବୀ ହେବନି । ପବନର ବେଗ ଘଣ୍ଟା ପ୍ରତି ୭୦କିମି ପାଖାପାଖି ରହିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ବୁଧବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଆସନ୍ତା ୫ ତାରିଖ ସକାଳୁ ଏହା ଲଘୁଚାପ ରୂପ ନେବ । କ୍ରମଶଃ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟା (Cyclone)ରୂପ ନେବ । ୧୦ ତାରିଖ ସକାଳ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁପାରେ । ତେବେ ଏହା ଅଧିକ ଘନୀଭୂତ ହେବନି । ଏଥିପାଇଁ ବଡ଼ ବାତ୍ୟା (Cyclone)ହେବାର ଆଶଙ୍କା କମ୍ । ପୁରୀ ବା ପାରାଦୀପ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ପବନର ବେଗ କିଲୋମିଟର ପିଛା ଘଣ୍ଟା ପ୍ରତି ୭୦ କି.ମି ଭିତରେ ସୀମିତ ରହିବ ବୋଲି ପ୍ରଫେସର ପଶୁପାଳକ ଆକଳନ ଲଗାଇଛନ୍ତି । ଏହା ପ୍ରାକ୍ ଆକଳନ । ଲଘୁଚାପ ସୃଷ୍ଟି ହେଲା ପରେ ହିଁ ସ୍ପଷ୍ଟ ଚିତ୍ର ମିଳିବ ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୮ ତାରିଖ ରାତିରୁ ରାଜ୍ୟରେ ପାଗ ବଦଳିବ । ୯ ତାରିଖ ଓ ୧୦ ତାରିଖରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ଫୁଲବାଣୀରେ ଭାରୀ ବର୍ଷା (RAIN)ହେବ । ଅଧିକାଂଶ ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା (RAIN) ହେବ । ୧୧ରେ ବି ବର୍ଷା (RAIN) ଅଧିକ ସମ୍ଭାବନା ରହିଛି । ଲଘୁଚାପ ଓ ବାତ୍ୟା (Cyclone)ପ୍ରଭାବରେ ୮ ତାରିଖରୁ ୧୧ ତାରିଖ ଯାଏଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା (RAIN) ସହ ପାଗ ମେଘୁଆ ରହିବ । ଫଳରେ ତାପମାତ୍ରା ବହୁ ମାତ୍ରାରେ କମିଯିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବି ୭ ତାରିଖରୁ ତାପମାତ୍ରା କିଛି କମିବ ବୋଲି ପ୍ରଫେସର ପଶୁପାଳକ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ ଯେ, ସେପଟେ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୦ ବେଳକୁ ସମ୍ଭାବ୍ୟ ବାତ୍ୟା (Cyclone) ସ୍ଥଳଭାଗ ଛୁଇଁପାରେ । ଉତ୍ତର ଓ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ରହିବ । କିନ୍ତୁ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗରେ ଅଧିକ ସମୟ ରହିବ ବୋଲି ସେ ଆକଳନ କରି କହିଛନ୍ତି । ଆଗକୁ ସ୍ଥିତି ସ୍ପଷ୍ଟ ହେବ ।
ଆଜି ୧୫ଟି ଜିଲ୍ଲାରେ କାଳବୈଶାଖୀ, ଝଡ଼ତୋଫାନ ନେଇ ୟେଲୋ ୱାର୍ଣ୍ଣଂ ଜାରି
Share your comments