
Dada Saheb Phalke Award to Actor Asha Parekh
ବଲିଉଡର ଭେଟେରାନ ଅଭିନେତ୍ରୀ ଆଶା ପାରେଖ (Asha Parekh)ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ (Dada Saheb Phalke Award)। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ଆୱାର୍ଡରେ ଚଳିତ ବର୍ଷ ଆଶା ପାରେଖଙ୍କୁ ସମ୍ମାନିତ କରାଯିବ ।
ସୂଚନା ଅନୁଯାୟୀ, ଭାରତୀୟ ଚଳଚ୍ଚିତ୍ରରେ ଜୀବନବ୍ୟାପି ସାଧନା ପାଇଁ ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେଖଙ୍କୁ 'ଦାଦା ସାହେବ ଫାଲକେ ପୁରସ୍କାର' (Dada Saheb Phalke Award) ପ୍ରଦାନ କରାଯିବ । ଆଶା ପାରେଖଙ୍କୁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ, ୩୦ ସେପ୍ଟେମ୍ବରରେ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ । ଏହି ଖବର ପ୍ରକାଶ ପାଇବା ପରେ ଲୋକେ ସୋସିଆଲ୍ ମିଡିଆରେ ଆଶା ପାରେଖ (Asha Parekh)ଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରି ଦେଇଛନ୍ତି ।
ଆଶା ପାରେଖ (Asha Parekh)୯୫ ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି । ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ବି ସମ୍ମାନିତ କରାଯାଇଛି । ଆଶା ପାରେଖ (Asha Parekh)ଙ୍କର ସିନେମା ମଧ୍ୟରେ ରହିଛି ‘କଟି ପତଙ୍ଗ’,‘ମେଁ ତୁଲସୀ ତେରି ଆଙ୍ଗନ କୀ’, ‘ଦୋ ବଦନ’, ‘କାରବା’, ‘ଚିରାଗ’, ‘ଜଲୱା’,‘ଘର୍କୀ ଇଜ୍ଜତ’ ଇତ୍ୟାଦି ।
ପ୍ରକାଶ ଥାଉ ଯେ, ଆଶା ପାରେଖ (Asha Parekh) ତାଙ୍କ ସିନେ କ୍ୟାରିଅର ମଧ୍ୟରେ ସେ ଦେବାନନ୍ଦ, ରାଜେଶ ଖାନ୍ନା, ଶଶି କପୁର, ଜିତେନ୍ଦ୍ର, ମନୋଜ କୁମାର ଓ ଧର୍ମେନ୍ଦ୍ରଙ୍କ ଭଳି ଅଭିନେତାଙ୍କ ସହ ଅଭିନୟ କରିଛନ୍ତି ।
୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର, ମୂଳରୁ ଶେଷ ହୋଇଯିବ ଏହି ରୋଗ
Share your comments