1. କୃଷି ଖବର

ଅରବିନ୍ଦ କେଜ୍ରିୱାଲଙ୍କୁ କୋରୋନା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋରୋନା (Arvind Kejriwal tests covid positive) । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେଜ୍ରିୱାଲ ।

Sudesna Nayak
Sudesna Nayak
delhi cm arvind kejriwal tested covid 19 positive

delhi cm arvind kejriwal tested covid 19 positive

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋରୋନା (Arvind Kejriwal tests covid positive) । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେଜ୍ରିୱାଲ ।

ଜାତୀୟ ରାଜଧାନୀରେ ଲଗାତାର କୋରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋଭିଡ ପଜିଟିଭ୍ (covid positive) ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସ୍ପର୍ଶରେ ଆସିଥିବା ଲୋକଙ୍କୁ କୋରୋନା ପରୀକ୍ଷା କରିବାକୁ ସେ ଅନୁରୋଧ ମଧ୍ୟ କରିଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାୱ (Arvind Kejriwal) ଟ୍ୱିଟ କରି କହିଛନ୍ତି, “ମୋର କୋରୋନା ରିପୋର୍ଟ ପଜିଟିଭ୍ ବାହାରିଛି । ସାମାନ୍ୟ ଲକ୍ଷଣ ଅଛି । ମୁଁ ନିଜକୁ ଘରେ ଅଲଗା କରି ରଖିଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗ କରିଥିଲେ, ଦୟାକରି ସେମାନେ ନିଜର କୋଭିଡ୍ ଟେଷ୍ଟ କରନ୍ତୁ ।"

ଗତ କିଛି ସପ୍ତାହ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ (Arvind Kejriwal) ପଞ୍ଜାବ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ଧୂଆଁଧାର ନିର୍ବାଚନ ପ୍ରଚାର କରୁଛନ୍ତି । ସୋମବାର ସେ ଡେରାଡୁନରେ ଆପ୍ ପକ୍ଷରୁ ଆୟୋଜିତ ନବପରିବର୍ତ୍ତନ ସଭାରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ରବିବାର ସେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବିଶାଳ ରାଲି କହିଥିଲେ ।

ପ୍ରକାଶ ଥାଉ ଯେ, ଦିଲ୍ଲୀରେ କ୍ରମାଗତ ଭାବେ କୋରୋନାର ଗ୍ରାଫ୍ ଦିନକୁ ଦିନ ବୃଦ୍ଧି ପାଉଛି । ପଜିଟିଭ୍ ରେଟ ୫ ପ୍ରତିଶତ ହୋଇଛି । ସୋମବାର ଦିଲ୍ଲୀରେ ୪୦୦୦ରୁ ଅଧିକ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ଜାତୀୟ ରାଜଧାନୀ ରେଡ୍ ଆଲର୍ଟରେ ରହିଛି । ଯାହାକୁ ନେଇ ସିନେମାହଲ, ମେଟ୍ରୋ ଓ ଅନ୍ୟାନ୍ୟ ଗତିବିଧି ଉପରେ କଟକଣା ଲାଗି ରହିଛି ।

ନୂଆବର୍ଷରେ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର

ଆଜିଠୁ ମହଙ୍ଗା ହେବ ATM ବ୍ୟବହାର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments