1. କୃଷି ଖବର

ସଂଧ୍ୟା ସୁଦ୍ଧା ବାତ୍ୟା !

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି । ଯାହା ଫଳରେ ଆଜି ବୁଧବାର ସଂଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି ।

Sudesna Nayak
Sudesna Nayak
Depression over BoB to intensify into cyclonic storm today: IMD,Pic Credit: @mcbbsr

Depression over BoB to intensify into cyclonic storm today: IMD,Pic Credit: @mcbbsr

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି । ଯାହା ଫଳରେ ଆଜି ବୁଧବାର (Wednesday) ସଂଧ୍ୟା ସୁଦ୍ଧା ବାତ୍ୟା (cyclonic storm)ର ରୂପ ନେବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ଅନୁମାନ କରିଛି ।

ସୂଚନା ଅନୁଯାୟୀ, ଭାରତୀୟ ପାଣିପାଗ ବିଭାଗ ମତ ଅନୁଯାୟୀ, ବାତ୍ୟା (Cyclone)ଓଡ଼ିଶା (ODISHA),ପଶ୍ଚିମବଙ୍ଗ, ଆନ୍ଧ୍ର ଛୁଇଁବାର ସମ୍ଭାବନା ହିଁ ନାହିଁ । 13 ତାରିଖରେ ବାତ୍ୟା (Cyclone) ମିଆଁମାର (myanmar)ଓ ବାଂଲାଦେଶ (bangladesh)ଆଡକୁ ମୁହାଁଇବ ।

ଜାଣି ରଖନ୍ତୁ ଯେ, ସମୁଦ୍ର ଅଶାନ୍ତ ରହୁଥିବାରୁ ବାତ୍ୟା (cyclone)କୁ ନେଇ ମତ୍ସ୍ୟଜୀବୀ, ଜାହାଜ, ଟ୍ରଲର ଏବଂ ଛୋଟ ଡଙ୍ଗାମାନକୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି ।

ପ୍ରକାଶ ଥାଉ ଯେ, ଓଡ଼ିଶା (ODISHA) ଉପରେ ଏହାର ଏତେଟା ତ ପ୍ରଭାବ ନପଡ଼ିପାରେ ବୋଲି କୁହାଯାଉଛି । ବାତ୍ୟା (cyclone) କୁ ନେଇ ପାଣିପାଗ ବିଭାଗ (IMD)ର ଆକଳନ ରାଜ୍ୟବାସୀମାନଙ୍କ ସହ ଚାଷୀ (FARMERS)ମାନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି ।

ଆଜି ସୃଷ୍ଟି ହେବ ଲଘୁଚାପ....

ଆସୁଛି ୯ରେ ବାତ୍ୟା ‘ମୋଚା’

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments