1. କୃଷି ଖବର

ଜାନୁଆରୀ ପହିଲାରୁ ଛୋଟ ପିଲାଙ୍କୁ ଟିକାକରଣ

ଏବେ ସାରା ଦେଶରେ ପୁଣିଥରେ ଆତଙ୍କ ଖେଳାଇଛି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଜାନୁୟାରୀ ପହିଲାରୁ ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ ଟିକା । ଏଥିପାଇଁ CoWIN ଆପରେ ପଞ୍ଜୀକରଣ କରିବାକୁ ପଡିବ ।

Sudesna Nayak
Sudesna Nayak
Do you know how to book children corona vaccination procedure

Do you know how to book children corona vaccination procedure

ଏବେ ସାରା ଦେଶରେ ପୁଣିଥରେ ଆତଙ୍କ ଖେଳାଇଛି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । ଜାନୁୟାରୀ ପହିଲାରୁ ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ ଟିକା । ଏଥିପାଇଁ CoWIN ଆପରେ ପଞ୍ଜୀକରଣ କରିବାକୁ ପଡିବ ।

CoWIN (କୋୱିନ) ପ୍ଲାଟଫର୍ମର ମୁଖ୍ୟ ଡଃ ଆର.ଏସ୍ ଶର୍ମା ଏନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଛାତ୍ରଛାତ୍ରୀଙ୍କ ID କାର୍ଡ ବ୍ୟବହାର କରିବାର ବ୍ୟବସ୍ଥା ଅଛି, କାରଣ କେତେକଙ୍କ ପାଖରେ ଆଧାର କାର୍ଡ ନଥାଇପାରେ । ଜାନୁୟାରୀ ୩ ରୁ ପିଲାମାନଙ୍କୁ ଟିକାକରଣ କରାଯିବ ।

କୋୱିନ ପୋର୍ଟାଲରେ ହିଁ ଛୋଟ ପିଲାମାନଙ୍କର ଟିକାକରଣ ପଞ୍ଜୀକରଣ ଜାନୁଆରୀ ପହିଲାରୁ ଆରମ୍ଭ ହେବ ।

ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବଢୁଛି, ଯାହାକୁ ନେଇ ସମସ୍ତ ବିଶେଷଜ୍ଞ ଶିଶୁ ଟିକାକରଣ (Covid Vaccination) ଉପରେ ଗୁରୁତ୍ୱ ଦେଉଛନ୍ତି । ବାକି ଅନ୍ୟଦେଶ ମାନଙ୍କରେ ପିଲାମାନଙ୍କର ଟୀକାକରଣ କାର୍ଯ୍ୟ ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି ।

ଭାରତ ସରକାରଙ୍କ ପ୍ରସ୍ତୁତି ଜାଣନ୍ତୁ...

ଜାନୁଆରୀ ପହିଲାରୁ କୋୱିନ ପୋର୍ଟାଲରେ ପିଲାମାନଙ୍କର ଟିକାକରଣ ପଞ୍ଜିକରଣ ଆରମ୍ଭ ।

ଦଶମଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପରିଚୟ ପତ୍ର ବା ଆଇଡଣ୍ଟିଟି କାର୍ଡ ଲିଙ୍କ୍ କରାଯିବ ।

ଜାନୁଆରୀ ୩(ତିନି) ରୁ ହିଁ ପିଲାମାନଙ୍କର ଟୀକାକରଣ ସରକାରୀ ଭାବେ ଆରମ୍ଭ କରାଯିବ ବୋଲି କୁହାଯାଇଛି ।

କେବଳ ଭାରତୀୟ ପିଲାମାନଙ୍କୁ କୋଭାକ୍ସିନ ଦିଆଯିବ ।

ଏଥିପାଇଁ ୨୮ ଦିନର ବ୍ୟବଧାନ ସ୍ଥିର କରାଯାଇଛି ।

ଓମିକ୍ରନ୍ ଭୟ: ରାଜ୍ୟରେ ଲାଗୁ ହେଲା ୧୦ ଦିନଆ ନାଇଟ କର୍ଫ୍ୟୁ

ଆଜିଠୁ ବର୍ଷା, ୨୯ ଯାଏଁ ବର୍ଷିବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments