
E-Shram Card shram card holder goods there is a profit of two lakh rupees
କୋରୋନା (Corona)ଭାଇରସ ମହାମାରୀରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଶିଳ୍ପପତିମାନଙ୍କୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡ଼ିଛି, ଯାହାକୁ ପୂରଣ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଆପାଦରୁ ମସ୍ତକ ଯାଏଁ ପରିଶ୍ରମ କରୁଛନ୍ତି । କେନ୍ଦ୍ର (Central Government)ଓ ରାଜ୍ୟ ସରକାର (State Government) ଲୋକମାନଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି ।
ସୂଚନା ଅନୁଯାୟୀ, ଯଦି ଆପଣ ଈ-ଶ୍ରମ ପୋର୍ଟାଲ ଯୋଜନାରେ ଜଡ଼ିତ ଅଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ୍ ଜରୁରୀ ଅଟେ । ଆଜିକାଲି ଈ-ଶ୍ରମ କାର୍ଡଧାରୀ (E-Shram Card)ଙ୍କ ଉପରେ ସରକାର ବହୁତ ଦୟାଳୁ ହଉଛନ୍ତି । E-Shram Cardଧାରୀଙ୍କୁ ସରକାର ୫୦୦ ଟଙ୍କା ପ୍ରତି ମାସକୁ ଦେବା ସହିତ ଆହୁରି ଅନେକ ସୁବିଧା ମଧ୍ୟ ଦେଉଛନ୍ତି, ଯାହାର ଲାଭ ଆପଣ ମଧ୍ୟ ଉଠାଇପାରିବେ ।
ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଈ-ଶ୍ରମ କାର୍ଡ (E-Shram Card) ବନେଇ ନାହାନ୍ତି, ତେବେ ଆପଣଙ୍କୁ ଅତି ଶୀଘ୍ର ଏହାକୁ ବନେଇବାର ଜରୁରୀ । ଈ-ଶ୍ରମ କାର୍ଡ (E-Shram Card) ଦ୍ଵାରା ଶ୍ରମିକ ଓ କର୍ମଚାରୀମାନଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଉଛି ।
ବହୁତ ଲାଭ ମିଳୁଛି,ଜାଣନ୍ତୁ...
ଦେଶରେ ଅସଂଗଠିତ କ୍ଷେତ୍ରରେ ଥିବା କର୍ମଚାରୀମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବାପାଇଁ ସରକାର ଏହି ସ୍କିମର ଆରମ୍ଭ କରିଛନ୍ତି। ଈ-ଶ୍ରମ କାର୍ଡ (E-Shram Card)ଧାରୀଙ୍କୁ କିସ୍ତି ଛଡ଼ା ୨ ଲକ୍ଷ ଟଙ୍କାର ଏକ ବିଶେଷ ସୁବିଧା ଦିଆଯାଉଛି ।
ମିଳୁଥିବା ସୁବିଧା ବିଷୟରେ,ଜାଣନ୍ତୁ...
କେନ୍ଦ୍ର ସରକାର (Central Government)ଙ୍କ ଈ-ଶ୍ରମ କାର୍ଡଧାରୀଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତରେ ୨ ଲକ୍ଷ ଟଙ୍କା ବୀମା ମିଳୁଛି । ଏହି ବୀମା କଭର ପାଇଁ ଶ୍ରମିକ ଓ କର୍ମଚାରୀମାନଙ୍କୁ କୌଣସି ପ୍ରକାର ପ୍ରିମିୟମ ଭରିବାକୁ ପଡ଼ିନଥାଏ ।
ଏହି ବୀମା କଭରର ଲାଭ ଶ୍ରମିକମାନଙ୍କୁ କିଛି ଖାସ୍ ପରିସ୍ଥିତିରେ ହିଁ ମିଳିଥାଏ । ବୀମା କଭର ଅନ୍ତର୍ଗତରେ ଯଦି କୌଣସି କର୍ମଚାରୀ ବିକଳାଙ୍ଗ ହେଇଯାଆନ୍ତି, ତେବେ ଏହି ପରିସ୍ଥିତିରେ ତାଙ୍କୁ ୧ ଲକ୍ଷ ଟଙ୍କାର ଲାଭ ଦିଆଯାଏ।
ଏହି ବୀମା କଭରର ଲାଭ ଶ୍ରମିକମାନଙ୍କୁ କିଛି ଖାସ ପରିସ୍ଥିତିରେ ହିଁ ମିଳିଥାଏ । ବୀମା କଭର ଅନ୍ତର୍ଗତରେ ଯଦି କୌଣସି କର୍ମଚାରୀ ବିକଳାଙ୍ଗ ହେଇଯାଆନ୍ତି, ତାହେଲେ ଏହି ପରିସ୍ଥିତିରେ ତାଙ୍କୁ ୧ ଲକ୍ଷ ଟଙ୍କାର ଲାଭ ଦିଆଯାଏ ।
ପ୍ରକାଶ ଥାଉ ଯେ, ଆପଣ ଶ୍ରମ ପୋର୍ଟାଲ eshram.gov.in କୁ ଯାଇ ସହଜରେ ନିଜର ଈ-ଶ୍ରମ କାର୍ଡ (E-Shram Card) ବନେଇ ପାରିବେ । ଏଥିରେ ଆପଣଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିବନି । ଈ-ଶ୍ରମ କାର୍ଡ (E-Shram Card) ବନେଇବା ପରେ ଶ୍ରମିକମାନଙ୍କର ଡାଟା ବେସ ସରକାରଙ୍କ ପାଖରେ ପହଞ୍ଚିଯାଏ । ଏମିତିରେ ସେମାନଙ୍କୁ ଭବିଷ୍ୟତରେ ରୋଜଗାର ମିଳିବାର ସମ୍ଭାବନା ବହୁତ ଅଧିକ ହୋଇଯାଏ ।
Share your comments