1. କୃଷି ଖବର

ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ଜିଲ୍ଲାରେ ଇଏସ୍‌ଆଇସି ଚିକିତ୍ସାଳୟ

ଦିଲ୍ଲୀରୁ ପଲ୍ଲୀ ସବୁଠି ଶୁଭିଥିଲା ଗୋଟିଏ ନା.....

Tanushree Mahapatra
Tanushree Mahapatra
ESIC hospitals in the district for working class people, image source -pexels

ESIC hospitals in the district for working class people, image source -pexels

ପ୍ରତାପ ଷଡ଼ଙ୍ଗୀ ଯାହା ରାଜନୀତି କ୍ଷେତ୍ରରେ ଏକ ଚର୍ଚ୍ଚିତ ଚେହେରା l  ରାଜ୍ୟ ଦୁଇ ଥର ବିଧାୟକ ରହିବା ପରେ ସାଂସଦ ପାଦ ପାଇଥିଲେ l ଦ୍ୱିତୀୟ ଥର ମୋଦି ସରକାର କ୍ଷମତାକୁ ଆସିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱର ସଂସଦୀୟ କ୍ଷେତ୍ର ଭରା ମିଳିଥିଲା ।

ମାତ୍ର ଦିନ କେଇଟାରେ ପ୍ରତାପଙ୍କ କ୍ରେଜ ଯେପରି ଆକାଶ ଛୁଆଁ ହୋଇଥିଲା । ଦିଲ୍ଲୀରୁ ପଲ୍ଲୀ ସବୁଠି ଶୁଭିଥିଲା ଗୋଟିଏ ନା ପ୍ରତାପଙ୍କ ର । ଦିଲ୍ଲୀ ଦରବାରରେ ପାୱାରଫୁଲ କୋଟରୀରେ ସାମିଲ ହୋଇଥିଲା ଆଉ ଜଣେ ଓଡ଼ିଆଙ୍କ ନାଁ, ସେ ଥିଲା ପ୍ରତାପ ଷଡ଼ଙ୍ଗୀଙ୍କର । ନିଜ ରାଜନୈତିକ ଜୀବନରେ ପାଇଥିବା ପ୍ରତିଟି ପଦ ର ଦାୟିତ୍ତ୍ୱ ସେ ଖୁବ ଭଲ ଭାବେ କାର୍ଯ୍ୟକାରୀ କରିଥିଲେ l

ସେହିପରି ଅନେକ ଚେଷ୍ଟା ପରେ ବାଲେଶ୍ୱରରେ ଇଏସ୍‌ଆଇସି ଚିକିତ୍ସାଳୟ ଖୋଲିବା ନେଇ ମିଳିଥିଲା ଅନୁମୋଦନ । ଯେଉଁଠି ଜିଲ୍ଲାର ଗରିବ ଅସହାୟ ଲୋକଙ୍କୁ ସଠିକ ଚିକିତ୍ସା ସହଜରେ ଉପଲବ୍ଧ ହୋଇପାରିବ l ଜିଲ୍ଲାରେ ଇଏସ୍‌ଆଇସି ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବହୁବାର ଲିଖିତ ଭାବେ ଜଣାଇଥିଲେ । ଶ୍ରୀ ଷଡ଼ଙ୍ଗୀ ଦୀର୍ଘଦିନ ଧରି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କୁ ଲିଖିତ ଭାବେ ଏହାକୁ ପ୍ରତିଷ୍ଠା କରିବା ପାଇଁ ଜଣାଇଥିଲେ । ଅନେକ ଥର ଲିଖିତ ଚିଠିକୁ ବିଚାର କରି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଇଏସ୍‌ଆଇସି ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଥିଲେ । ଏହାପରେ ଶ୍ରୀ ଷଡ଼ଙ୍ଗୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ l

ବାଲେଶ୍ୱର ଜିଲ୍ଲାରେ ହଜାର ହଜାର ଶ୍ରମିକ ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରୁଛନ୍ତି ପ୍ରତିଦିନ । ପ୍ଲାଷ୍ଟିକ, ଷ୍ଟିଲ୍‌, ମତ୍ସ୍ୟ ସମ୍ପର୍କିତ ଶିଳ୍ପ କାରଖାନା ତଥା ଅନ୍ୟାନ୍ୟ ପ୍ରକାରର ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଦୀର୍ଘବର୍ଷ ଧରି ଶ୍ରମିକମାନେ ଜିଲ୍ଲାରେ କାର୍ଯ୍ୟ କରିଆସୁଛନ୍ତି । ସେହି ଶ୍ରମିକମାନଙ୍କ ଜରୁରୀକାଳୀନ ଚିକିତ୍ସା ପାଇଁ ଜିଲ୍ଲାରେ ଇଏସ୍‌ଆଇସି ଚିକିତ୍ସାଳୟ ନଥିଲା ଯାହା ଅତି ଆବଶ୍ୟକୀୟ ହୋଇପଡ଼ିଥିଲା ଜିଲ୍ଲା ପାଇଁ ।

ଏନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଗତ ୨୦୧୯ ଠାରୁ ଶ୍ରୀ ଷଡ଼ଙ୍ଗୀ ଜଣାଇ ଆସୁଥିଲେ । ତେବେ ଏହାକୁ ଦୀର୍ଘ ବର୍ଷ ଧରି ଅପେକ୍ଷାର ସହିତ ଶ୍ରୀ ଷଡ଼ଙ୍ଗୀ ସଫଳତାର ସହ ଅନୁମୋଦନ କରାଇଥିଲେ l ଏହା ଜିଲ୍ଲାର ପ୍ରତି ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ମିଡ଼ିକାଲ ସହାୟତା ଯୋଗାଇବ l

ଜଳ ଜୀବନ ମିଶନ ଓ ସ୍ୱଚ୍ଛ ଭାରତ ମିଶନ ପ୍ରଭାବ ବାଲେଶ୍ୱର ଜିଲ୍ଲାରେ

ଶିକ୍ଷାରେ ପ୍ରତାପ ଷଡ଼ଙ୍ଗୀଙ୍କ ଭୂମିକା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ