
Ex Odisha Bureaucrat Bijay Nayak Appointed Addl Press Secy Of Prez Murmu
ଦେଶର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ପ୍ରେସ ସଚିବ( Addl Press Secy Of Prez Murmu) ନିଯୁକ୍ତ ହୋଇଛନ୍ତି ପୂର୍ବତନ ଓଡିଆ ପ୍ରଶାସନିକ ଅଧିକାରୀ ବିଜୟ ନାୟକ(Ex Odisha Bureaucrat Bijay Nayak) । ଜଣାଶୁଣା ସାହିତ୍ବ୍ୟିକ ବିଜୟ ନାୟକ ନିଜର କାର୍ଯ୍ୟଭାର ଗ୍ରହଣ କରିସାରିଛନ୍ତି ।
ଅବସର ପୂର୍ବରୁ ଓଡିଶା ସରକାରଙ୍କ ସଂସ୍କୃତି ନିର୍ଦ୍ଦେଶକ ଥିଲେ ନାୟକ । ଏବେ ସେ ପୁରୀ ସାଖିଗୋପାଳରେ ନିର୍ମାଣ ହେବାକୁ ଥିବା ଓଡିଶା ବିଶ୍ବବିଦ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟଅଧିକାରୀ ପଦରେ ଦାୟିତ୍ବ ତୁଲାଉଥିଲେ । ଜୁନ ଶେଷ ସପ୍ତାହରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ ।
2000ରୁ 2002 ଯାଏଁ ମୁର୍ମୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିବା ସମୟରେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ରହିଥିଲେ । ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ମଧ୍ୟ ବ୍ୟକ୍ତିଗତ ସଚିବ ରହିସାରିଛନ୍ତି ବିଜୟ ନାୟକ ।
ବିଜୟ ନାୟକ ଓଡିଶାର ଜଣେ ପ୍ରତିଷ୍ଠିତ ସାହିତ୍ବିକ ଭାବରେ ଜଣାଶୁଣା । ସେ ଗତ 20 ବର୍ଷରୁ ସାହିତ୍ବ୍ୟିକ ପତ୍ରିକା 'କାହାଣୀ'ର ସମ୍ପାଦକ ଅଛନ୍ତି । ନିଜ କଲେଜ କ୍ୟାରିଅରରେ ନାୟକ ଭଦ୍ରକ କଲେଜ ଛାତ୍ର ସଂଘ ଓ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରସଂଘର ସଭାପତି ଥିଲେ ।
25 ଜୁଲାଇରେ ଦେଶର 15 ତମ ରାଷ୍ଟ୍ରପତି(President Of India)ରୂପେ ଶପଥ ଗ୍ରହଣ କରିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ(Droupadi Murmu) । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ।
Share your comments