1. କୃଷି ଖବର

ପର୍ବତ ଉପରେ କୃଷିମେଳା, ଯାହାର ଲାଭ ଉଠାଇବେ ଚାଷୀ

କୃଷି ଓ କୃଷକଙ୍କ ବିକାଶ ପାଇଁ ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଟି ଆଣ୍ଡ ମ୍ୟାନେଜମେଣ୍ଟ ତରଫରୁ ଏକ ନିଆରା ପଦକ୍ଷେପ ନିଆଯାଇଛି । ଚଳିତ ମାସ ଆସନ୍ତା ୧୭ ତାରିଖରେ ବିଶ୍ୱବିଦ୍ୟାଳୟ ତରଫରୁ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତ ଉପରେ ଏକ ‘କୃଷି ମେଳା’ ବା ‘ଏଗ୍ରି-ଏକ୍ସପୋ’ର ଆୟୋଜନ କରାଯାଇଛି । ଏହି ‘ଏଗ୍ରି-ଏକ୍ସପୋ’ର ଉଦ୍ଦେଶ୍ୟ ହେଉଛି କୃଷକ ଭାଇ-ଭଉଣୀମାନଙ୍କୁ ନିଜର ଆୟ ବୃଦ୍ଧି ସହ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଉପରେ ଶିକ୍ଷାପ୍ରଦାନ କରିବା ।

Sudesna Nayak
Sudesna Nayak
Farm Machinery Exibition In Gajapati

Farm Machinery Exibition In Gajapati

କୃଷି ଓ କୃଷକଙ୍କ ବିକାଶ ପାଇଁ ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଟି ଆଣ୍ଡ ମ୍ୟାନେଜମେଣ୍ଟ ତରଫରୁ ଏକ ନିଆରା ପଦକ୍ଷେପ ନିଆଯାଇଛି । ଚଳିତ ମାସ ଆସନ୍ତା ୧୭ ତାରିଖରେ ବିଶ୍ୱବିଦ୍ୟାଳୟ ତରଫରୁ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତ ଉପରେ ଏକ ‘କୃଷି ମେଳା’ (Farm Exibition 2023)ବା ‘ଏଗ୍ରି-ଏକ୍ସପୋ 2023’ର ଆୟୋଜନ କରାଯାଇଛି । ଏହି ‘ଏଗ୍ରି-ଏକ୍ସପୋ’ର ଉଦ୍ଦେଶ୍ୟ ହେଉଛି କୃଷକ ଭାଇ-ଭଉଣୀମାନଙ୍କୁ ନିଜର ଆୟ ବୃଦ୍ଧି ସହ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଉପରେ ଶିକ୍ଷାପ୍ରଦାନ କରିବା । ଏହାର ମିଡିଆ ପାର୍ଟନର ଅଟେ କୃଷି ଜାଗରଣ (krishi jagran) । 

ସୂଚନା ଅନୁଯାୟୀ, ଗଜପତି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କୃଷକମାନଙ୍କର ସାମଗ୍ରିକ ଉନ୍ନତି କାମନା କରି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏହି କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଜରିଆରେ ଚାଷୀ ଭାଇ-ଭଉଣୀମାନଙ୍କୁ ନୂଆ ନୂଆ କୃଷି ଜ୍ଞାନକୌଶଳ,ପ୍ରଯୁକ୍ତିବିଦ୍ୟା ଓ ବିକଶିତ କୃଷି ପ୍ରଣାଳୀକୁ ଆପଣେଇ କିପରି କୃଷି କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇପାରିବ ସେନେଇ ଶିକ୍ଷା ପ୍ରଦାନ କରାଯିବ । ଓଡ଼ିଶାର ଦ୍ୱିତୀୟ ଉଚ୍ଚତମ ପର୍ବତ ମହେନ୍ଦ୍ରଗିରିର ୪,୯୨୫ ଫୁଟ୍ ଉଚ୍ଚତା ଉପରେ ଏହି ମେଳା ଆୟୋଜନ କରାଯାଇଛି । ତେବେ ଏଭଳି ଏକ ସ୍ୱତନ୍ତ୍ର ମେଳା ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଯାହାକି ରାଜ୍ୟର କୃଷି କ୍ଷେତ୍ରରେ ଏକ ନିଆରା ଛାପ ଛାଡ଼ିବ ବୋଲି ଆଶା କରାଯାଉଛି ।

Farm Machinery Exibition In Gajapati

Farm Machinery Exibition In Gajapati

ସମସ୍ତ ପ୍ରକାର କୃଷିଗତ ସମସ୍ୟାର ନିରାକରଣ ପାଇଁ ସୁଯୋଗ ସୃଷ୍ଟି କରିବ ଏହି କାର୍ଯ୍ୟକ୍ରମ । ଆଧୁନିକ ଜ୍ଞାନ କୌଶଳରେ କିପରି କୃଷିର ଅଭିବୃଦ୍ଧି ହୋଇପାରିବ ଏହା ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯିବ । ସେହିପରି କୃଷକମାନେ ମଧ୍ୟ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ କୃଷି ବିଶେଷଜ୍ଞଙ୍କ ଠାରୁ ସମାଧାନ ପାଇଁ ପରାମର୍ଶ ନେଇପାରିବ । ଉନ୍ନତ କୃଷି ଯନ୍ତ୍ରପାତି (Farm Machinery),ବିହନ ,ସାର, ନୂଆ ଜ୍ଞାନ କୌଶଳ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହବ ।

ପ୍ରକାଶ ଥାଉ ଯେ, ଗଜପତି ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କର କୃଷିକାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃଷି ଉପକରଣ ସରକାରୀ ରିହାତି ମୂଲ୍ୟରେ (Subsidy for farmers) ଯୋଗାଇଦେବା ପାଇଁ ଏହି ମେଳା ଆୟୋଜନ ହେଉଛି । ଯେଉଁଥିରେ ଚାଷୀଙ୍କ ଚାଷ ଜମିରେ ବ୍ୟବହୃତ ହେଉଥିବା ସମସ୍ତ କୃଷି ଉପକରଣ ଶସ୍ତାରେ ଉପଲବ୍ଧ ହେବ । ଚାଷୀ ନିଜ ଚାଷ ଜମି ପାଇଁ ସବସିଡିରେ ଚାଷ ଉପକରଣ କିଣିବା ପାଇଁ ସୁଯୋଗ ପାଇବେ ।

ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ: "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩"

ରାୟଗଡ଼ କୃଷି ଯନ୍ତ୍ରପାତି ମହୋତ୍ସବ ୨୦୨୩ : ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments