
Farming on Moon is possible. Scientists grow plants in lunar soil
ଅନ୍ୟ ଗ୍ରହରେ ଜୀବ ସତ୍ତାକୁ ନେଇ ବିଭିନ୍ନ ସମୟରେ ଅନେକ ଦେଶ ଭିନ୍ନ ଭିନ୍ନ ଗବେଶଣା କରିଆସୁଛନ୍ତି । ଚନ୍ଦ୍ରରେ ଜୀବନର ସମ୍ଭାବନାକୁ ନେଇ ମଧ୍ୟ ଅନୁସନ୍ଧାନ ଚାଲିଛି । ଏହାରି ମଧ୍ୟରେ ଚନ୍ଦ୍ର ପୃଷ୍ଠରୁ ଆସିଥିବା ମାଟିରେ ଚାଷର ମହାପ୍ରୟୋଗ ହୋଇଛି ସଫଳ ।
ଏଣିକି ପୃଥିବୀ ଭଳି ଚନ୍ଦ୍ର ପୃଷ୍ଠରେ ମଧ୍ୟ ଚାଷ କାମ ସମ୍ଭବ ହୋଇପାରିବ । ଯାହାକୁ ନେଇ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛନ୍ତି ବୈଜ୍ଞାନିକ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଚନ୍ଦ୍ରରୁ ଅଣାଯାଥିବା ମାଟିରେ ଚାରା ଲଗାଇ ସଫଳ ପରୀକ୍ଷଣ କରାଯାଇଛି । ଚନ୍ଦ୍ରକୁ ନେଇ କରାଯାଉଥିବା ଗବେଷଣାର ଏକ ବଡ ସଫଳତା କୁହାଯାଇପାରେ ।
ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଖାଦ୍ୟ ଏବଂ କୃଷି ବିଜ୍ଞାନ ସଂସ୍ଥାର ରୋବର୍ଟ ଫେରେଲ କହିଛନ୍ତି ଯେ, ସେ ଏବଂ ତାଙ୍କ ସହକର୍ମୀମାନେ ଆପୋଲୋ ୧୧ର ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଏବଂ ବଂଜ୍ ଆଲଡ୍ରିନ୍ ଏବଂ ଅନ୍ୟାନ୍ୟ ମୁନ୍ ୱାର୍କର୍ସଙ୍କ ଦ୍ୱାରା ଅଣାଯାଇଥିବା ଚନ୍ଦ୍ରର ମାଟିରେ ଆରାବିଡୋପସିସ୍ ( Arabidopsis )ଗଛର ମଞ୍ଜି ଗୁଡିକ ଲଗାଇଥିଲେ । ଏବେ ସମସ୍ତ ବୀଜ ଅଙ୍କୁରିତ ହେବାରେ ଲାଗିଛି ।
ଆପୋଲୋ ମିଶନରେ ଆସିଥଇଲା ଚନ୍ଦ୍ର ମାଟି
ନାସାର ଆପୋଲୋ 11, 12 ଏବଂ 17 ମିଶନ ଦ୍ୱାରା ଚନ୍ଦ୍ର ମାଟି ପୃଥିବୀକୁ ଅଣାଯାଇଥଇଲା । ବର୍ତ୍ତମାନ ବୈଜ୍ଞାନିକମାନେ ଏହି ମାଟିରେ ଚାଷ କରିଛନ୍ତି । ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ପରୀକ୍ଷଣ କରିଛନ୍ତି।
ପରୀକ୍ଷା ପାଇଁ 12 ଗ୍ରାମ ଚନ୍ଦ୍ର ମାଟିର ପ୍ରୟୋଗ
ଚନ୍ଦ୍ର ମାଟିରେ ଜଳ, ପୋଷକ ତତ୍ତ୍ୱ ଏବଂ ଆଲୋକ ମିଶାଇ ଥାଲ କ୍ରସ ମଞ୍ଜି ବୁଣିବା ପାଇଁ ଏହି ବୈଜ୍ଞାନିକଙ୍କ ଟିମ ଏହି ପରୀକ୍ଷଣ କରିଥିଲା । ତେବେ ନାସା ତରଫରୁ ଏହି ଟିମରେ ମାତ୍ର 12 ଗ୍ରାମ ଚନ୍ଦ୍ର ମାଟି ଥିଲା। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ପ୍ରାୟ ସମସ୍ତ ମଞ୍ଜି ଅଙ୍କୁରିତ ହୋଇଛି ।
Share your comments