1. କୃଷି ଖବର

ମୋଦୀଙ୍କ ବଡ ଘୋଷଣା ; ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ରାସନ ସାମଗ୍ରୀ

ଗରିବ ଲୋକଙ୍କୁ ଆହୁରି ୬ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ । ଶନିବାର କ୍ୟାବିନେଟ୍ ମିଟିଂ ପରେ ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

Sudesna Nayak
Sudesna Nayak
Free Ration scheme extended till september

Free Ration scheme extended till september

ଗରିବ ଲୋକଙ୍କୁ ଆହୁରି ୬ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ (Free Ration)। ଶନିବାର କ୍ୟାବିନେଟ୍ ମିଟିଂ ପରେ ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ( Central Government) । ତେବେ ଆସନ୍ତା ୬ ମାସ ଅର୍ଥାତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦେଶର ପ୍ରତିଟି ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ।

ତେବେ ପ୍ରଧାନମନ୍ତ୍ରୀ ମୋଦୀ (PM Narendra Modi)ଙ୍କ ଏହି ଘୋଷଣା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଯୋଜନାକୁ ଆହୁରି ୩ ମାସ ବଢାଇ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ (PM Narendra Modi)ଏନେଇ ପ୍ରଥମେ ଟୁଇଟ୍ କରି ସୂଚନା ଦେଇଥିଲେ । ମୋଦୀ ଟୁଇଟ୍ କରି ଲେଖିଥିଲେ, ଭାରତବର୍ଷର ସାମର୍ଥ୍ୟ ତାର ଦେଶର ପ୍ରତିଟି ନାଗରିକଙ୍କ ଶକ୍ତିରେ ସମାହିତ ଅଛି । ଏହି ଶକ୍ତିକୁ ଆହୁରି ମଜଭୁତ୍ କରିବାକୁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ (pradhan mantri garib kalyan anna yojana)ଆହୁରି ୬ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଦ୍ୱାରା ଦେଶର ୮୦ କୋଟି ଲୋକ ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ, କୋରୋନା ମହାମାରୀ ସମୟରେ ଲକଡାଉନ କାରଣରୁ ଦେଶର ଅନେକ ଲୋକ ରାସନ (Ration)ଅଭାବରୁ କଷ୍ଟରେ ଜୀବନ କାଟୁଥିଲେ । ଏହି ସମୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (pradhan mantri garib kalyan anna yojana)ରେ ପ୍ରତି ବ୍ୟକ୍ତି ପିଛା ୫ କିଲୋ ମାଗଣା ଖାଦ୍ୟାନ୍ନ ଦେବାକୁ ଘୋଷଣା କରିଥିଲେ ।

ପ୍ରକାଶ ଥାଉ ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପୁଣି ଥରେ ଛଅ ମାସ ପାଇଁ ବୃଦ୍ଧି କରାଯିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର କୋଭିଡର ପ୍ରତିକୂଳ ପରିସ୍ଥିତି ସମୟରୁ ବର୍ତ୍ତମାନ ପର୍ୟ୍ୟନ୍ତ ଦେଶର ସବୁଠାରୁ ବଡ଼ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ସମେତ ଦେଶର ୮୦ କୋଟି ଲୋକଙ୍କୁ ଘରେ ଘରେ ଚାଉଳ ପହଞ୍ଚାଉଛନ୍ତି । ‘ଦେଶରେ କେହି ଭୋକରେ ରହିବେ ନାହିଁ’, ଏହା ସୁନିଶ୍ଚିତ କରାଯାଇଛି ।

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଗୁଡ ନ୍ୟୁଜ, କେନ୍ଦ୍ର ସରକାର କଲେ ବଡ଼ ଘୋଷଣା,ଜାଣନ୍ତୁ...

ବାତିଲ ହୋଇଯିବ ରାସନ କାର୍ଡ, ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ