1. କୃଷି ଖବର

ଅଦା କିଲୋ ୫ ଟଙ୍କା

ଅଦା କିଲୋ ୫ ଟଙ୍କା । ଶୁଣିଲେ ଆର୍ଶ୍ଚଯ୍ୟ ଲଗୁଥିଲେ ବି କଥା ଟି ସତ ଅଟେ । ଚିନ୍ତାରେ ଅଦା ଚାଷୀ ।

Sudesna Nayak
Sudesna Nayak
Ginger sells for rs 5 per kg

Ginger sells for rs 5 per kg

ଅଦା (Ginger) କିଲୋ ୫ ଟଙ୍କା (Rs 5 per kg) । ଶୁଣିଲେ ଆର୍ଶ୍ଚଯ୍ୟ ଲଗୁଥିଲେ ବି କଥା ଟି ସତ ଅଟେ । ଚିନ୍ତାରେ ଅଦା ଚାଷୀ (Farmers)।

କେଉଁଠି ଜମିରୁ ବାହାରି ପାରୁନି ଅଦା ତ, କେଉଁଠି ଗୋଦାମ ଘରେ ଜମା ହୋଇ ପଡ଼ିରହିଛି ଶହ ଶହ କ୍ବିଣ୍ଟାଲ ଅଦା (Ginger)। ରାଜ୍ୟ ତଥା ରାଜ୍ୟ ବାହାରକୁ ଅଦା ଯୋଗାଉଥିବା ଚାଷୀ (Farmers) ଏବେ ନିଜ ପେଟ ପାଇଁ ଆହାର ଖୋଜୁଛି ।

ସୂଚନା ଅନୁଯାୟୀ, ଅଦା (Ginger)ର ଅଭାବି ବିକ୍ରି । ଅଦା କିଲୋକୁ ୫ ଟଙ୍କା, କିଣିବାକୁ କେହି ନାହିଁ । କୋରାପୁଟ (Koraput)ଜିଲ୍ଲାରେ ଯେଉଁ ଅଦା କିଲୋ ପିଛା ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଥିଲା । ତାହା ଏବେ ବଜାରରେ କେଜିକୁ ୫ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ନେବା ପାଇଁ ଗ୍ରାହକ ନାହାନ୍ତି । ଅଦାର ଅଭାବି ବିକ୍ରି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ବିକ୍ରି ହେଉନଥିବାରୁ ଚାଷୀ ଅଦା ଅମଳ କରୁନାହାନ୍ତି ।

ଅନ୍ୟପଟେ ଅମଳ ହୋଇଥିବା ବସ୍ତା ବସ୍ତା ଅଦା (Ginger) ଘରେ ପଡି ରହିଛି । ସେପଟେ କର୍ଣ୍ଣାଟକ (Karnataka)ରୁ କୋରାପୁଟ (Koraput)ବଜାରକୁ ଅଦା ଆସୁଥିବାରୁ ଅଞ୍ଚଳରେ ଉତ୍ପାଦିତ ଅଦା ବିକ୍ରି ହୋଇପାରୁନଥିବା କହିଛନ୍ତି ଚାଷୀ (Farmers) ।

ଅର୍ଥକାରୀ ଫସଲ ଭାବେ ଅଦା (Ginger)ଚାଷ କରୁଥିଲେ ପଟାଙ୍ଗୀ, ନନ୍ଦପୁର, ଲମତାପୁଟ ବ୍ଳକର ଚାଷୀ (Farmers) । ବର୍ଷକୁ ୫୦ ରୁ ୬୦ ହଜାର ଟନ୍ ଅଦା ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି କରି ଭଲ ରୋଜଗାର ମଧ୍ୟ କରୁଥିଲେ । କିନ୍ତୁ ଗତ ୨ ବର୍ଷ ହେଲା ସମସ୍ୟା ଦେଖା ଦେଇଛି । ଗୋଟିଏ ପଟେ ବଜାରକୁ କର୍ଣ୍ଣାଟକ (Karnataka)ରୁ ଅଦା ଆସୁଛି, ଅନ୍ୟପଟେ ଅମଳ ଅଦାକୁ ସରଂକ୍ଷିତ କରି ରଖିବା ପାଇଁ ଜିଲ୍ଳାରେ ଶୀତଳଭଣ୍ଡାରର ସୁବିଧା ନାହିଁ । ତେଣୁ ଚାଷୀ ଅଭାବି ବିକ୍ରିର ଶିକାର ହେଉଥିବା କହିଛନ୍ତି ।

ପ୍ରକାଶ ଥାଉ ଯେ, ଅଦା ବିକ୍ରିକୁ ନେଇ ଏବେ ଚିନ୍ତାରେ କୋରାପୁଟ (Koraput)ର ଅଦା ଚାଷୀ (Farmers) । ନା ବିକ୍ରି ହେଉଛି ଅଦା, ନା ସଂରକ୍ଷଣ କରି ରଖି ହେଉଛି । ତେଣୁ ସରକାର ଶୀତଳଭଣ୍ଡାର ଟିଏ କଲେ ଅଦା (Ginger) ଚାଷୀ ଲାଭବାନ ହେବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ରାଜସ୍ୱ ମିଳିପାରନ୍ତା ।

ଶସ୍ତା ହେଲା ଅଦା!

ଗୁଡ ନ୍ୟୁଜ ! ହ୍ରାସ ପାଇଲା ସୋରିଷ ତେଲ ଦର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments