1. କୃଷି ଖବର

ଚାଷୀଙ୍କ ପାଇଁ ଖୁସି ଖବର, ସବସିଡି ବଢ଼ାଇବେ ସରକାର !

ଟନାଶକ ଔଷଧ କିଣାର କୃଷକ ମାନଙ୍କୁ ଡ଼ିବିଟିର ଜରିଆରେ ସବସିଡି ଯୋଜନାର ଲାଭ ମିଳିପାରେ |

Rajashree
Rajashree
Government Can Increase Pesticide Subsidy

Government Can Increase Pesticide Subsidy

କୃଷି ଓ କୃଷକ (Farming) ମାନଙ୍କ ସକଳ ଉନ୍ନତି ପାଇଁ ସବୁବେଳେ ଯଥା ସମ୍ଭବ ପ୍ରୟାସ କରିଥାନ୍ତି କେନ୍ଦ୍ର ଓ ରାଜ୍ୟ ସରକାର | କୃଷି କ୍ଷେତ୍ରରେ ଉତ୍ପାଦନ ବଢେଇବା ସହ କୃଷକ ମାନଙ୍କ ଲାଭକୁ ଦୃଷ୍ଟିରେ ରଖି ସରକାର ବିଭିହ୍ନ ପ୍ରକାର ପଦକ୍ଷପ ନିଅନ୍ତି | ତେବେ ବର୍ତମାନର ସରକାର କୀଟନାଶକ ଔଷଧ ଉପରେ ସବସିଡି (Presticide Subsidy) ବଢାଇବା ପାଇଁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି |

ହିମାଚଳର ବାଗବାନି ବିଭାଗ(Agriculture Department) ଦ୍ୱାରା ମିଳୁଥିବା ସୂଚନା ଅନୁଯାୟୀ , କୀଟନାଶକ ଔଷଧ କିଣାର କୃଷକ ମାନଙ୍କୁ ଡ଼ିବିଟିର ଜରିଆରେ ସବସିଡି ଯୋଜନାର ଲାଭ ମିଳିପାରେ | କୃଷକ ମାନଙ୍କୁ ସବସିଡ଼ି ଦେବା ଯୋଜନାରେ ହିମାଚଳ ବାଗବାନି ବିଭାଗ ଅଧିକାରୀଙ୍କ ସହ ବିଚାର ଵିମର୍ଶ କରିବା ପରେ ଏହି ସବସିଡି ଯୋଜନାକୁ ସରଳ ବନାଇ କୃଷକ ମାନଙ୍କୁ ଲଭାବାନ କରେଇବାକୁ ଚେଷ୍ଟା କରୁଛି | ସୂଚନା ଅନୁଯାୟୀ, ଏହି ଯୋଜନା ପୂର୍ବ ବର୍ଷ ମଧ୍ୟ କାର୍ଯ୍ୟକାରୀ ହୋଇଥିଲା କିନ୍ତୁ କୃଷକ ମାନଙ୍କ ତରଫରୁ ଏହି ଯୋଜନା ପାଇଁ ସେତେଟା ଆଗ୍ରହ ପ୍ରକାଶ କରାଯାଇନଥିଲା | କାରଣ ରାଜ୍ୟରେ ଥିବା ସାରା ବିକ୍ରୀୟ କେନ୍ଦ୍ର ମାନ ସିଧା କୀଟନାଶକ ବିକ୍ରି କରିବାର ନିୟମ କୃଷି ଅଧିକାରୀ ମାନେ ବଦଳାଇଦେଇଥିଲେ | ତେଣୁ ଏହି ବର୍ଷ ସେପରି କିଛି ନକରି କୃଷକ ମାନଙ୍କ ଲାଭକୁ ଦୃଷ୍ଟିରେ ରଖି କିଛି ନିୟମ ପରିବର୍ତନ କରିବାକୁ ଚେଷ୍ଟା କରୁଛି ରାଜ୍ୟ କୃଷି ବିଭାଗ |

ମିଡ଼ିଆ ରିପୋର୍ଟସ ଅନୁସାରେ ରାଜ୍ୟ ବାଗବାନି ବିଭାଗ ନିର୍ଦେଶକ ଅଶୋକ ପୃଥ୍ୱୀ ନିଜ ପ୍ରତିକ୍ରିୟାରେ କହିଛନ୍ତି କି , ଏହି ସବସିଡ଼ି ଯୋଜନାରେ (Agriculture Department)କୃଷକ ମାନଙ୍କ ଆଗ୍ରହ ପରିଲିକ୍ଷିତ ହେଉନି | ସେହିପରି ବିଭାଗର ଅନ୍ୟ ଜଣେ ଅଧିକାରୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ଯୋଜନାରେ ସାମିଲ ହୋଇ କୃଷକ ମାନେ କିପରି ଅଧିକ ଲାଭବାନ ହେବେ ତାହା ଉପରେ ବିଚାର ବିମର୍ଶ ଚାଲିଛି | କୃଷକ ମାନଙ୍କ ହିତକୁ ଦୃଷ୍ଟିରେ ରଖି ଦରକାର ପଡିଲେ ଏହି ଯୋଜନାର କିଛି ନିୟମବଳି ପରିବର୍ତନ ହୋଇପାରେ ଏବଂ ଜଲ୍ଦୀ ଏହି ପ୍ରକ୍ରିୟା ଶେଷ କରି ସରକାରଙ୍କୁ ଅବଗତ ହେବ ବୋଲି ସେ ସୂଚନା ଦେଇଛନ୍ତି |

ନାସପାତି ପରି ଫଳ ଗୁଡିକର ଚାଷ ପାଇଁ କରିବା ପାଇଁ କୃଷକ ମାନଙ୍କୁ ହେକ୍ଟର ପ୍ରତି 4,000 ଏବେ ଆମ୍ବ ,ପିଜୁଳି ପରି ଫଳ ଚାଷ କରିବାକୁ ହେକ୍ଟର ପ୍ରତି 2,000 ସବସିଡି ପାଇପାରିବେ | ତେବେ ଏହି ସବୁ ସୁବିଧା ପାଇଁ କୃଷକ ମାନଙ୍କୁ ନିଜ ଜମିର ଦସ୍ତବିଜ ପୋର୍ଟାଲରେ ଅପଲୋଡ କରିବାକୁ ପଡିବ |

କୃଷକ ମାନେ ଇବିଟି ଯୋଜନା (EBT)ରବଦ୍ଧକୁ ପୁନଶ୍ଚ ଲାଗୁ କରିବାକୁ ଚାହୁଁଥିଲେ ମଧ୍ୟ ବିଭାଗ ଏହାକୁ ପୁଣି ଆରମ୍ଭ କରିବାକୁ ଚାହୁଁଥିବା ଖବର ଆସୁଛି | ବିଭାଗର କହିବା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ସୁଧାର ଆଣି ସମସ୍ତଙ୍କ ପାଇଁ ଏକ ଅନୁକୂଳ ପରିସ୍ଥିତିକୁ ସୃଷ୍ଟି କରିବାକୁ ବ୍ୟବସ୍ଥା କରାଯାଉଛି |

କୀଟନାଶକ ବ୍ୟବହାରରେ ସତର୍କତା 

ଧାନ ଫସଲର କୀଟ ପରିଚାଳନା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments