1. କୃଷି ଖବର

କୃଷି ଅଧିକାରୀଙ୍କ ବାସଭବନ ଉପରକୁ ଗ୍ରେନେଡ ଆକ୍ରମଣ

ମଣିପୁରର ଇମ୍ଫାଲ ପଶ୍ଚିମ ଜିଲ୍ଲାର କୃଷି ବିଭାଗର ନିର୍ଦ୍ଦେଶକ ନଙ୍ଗଥୋମ୍ବମ୍ ଗୋଜେନ୍ଦ୍ରଙ୍କୁ ଚୀନ୍ ନିର୍ମିତ ହ୍ୟାଣ୍ଡ ଗ୍ରେନେଡ ଦ୍ୱାରା ଆକ୍ରମଣ କରାଯାଇଛି ।

Shuvanshu Kar
Shuvanshu Kar

ମଣିପୁରରେ ଗ୍ରେନେଡ ଆକ୍ରମଣ । ମଣିପୁର ରାଜଧାନୀ ଇମ୍ଫାଲରେ କୃଷି ବିଭାଗର ନିର୍ଦ୍ଦେଶକଙ୍କ ବାସଭବନ ଉପରକୁ ପୁଣି ଥରେ ବୋମା ମାଡ କରିଛନ୍ତି ଦୁବୃର୍ତ୍ତ । ପୋଲିସ ସୂତ୍ରରୁ ପ୍ରକାଶ ଯେ ମଣିପୁରର ଇମ୍ଫାଲ ପଶ୍ଚିମ ଜିଲ୍ଲାର କୃଷି ବିଭାଗର ନିର୍ଦ୍ଦେଶକ(Agriculture Department Director) ନଙ୍ଗଥୋମ୍ବମ୍ ଗୋଜେନ୍ଦ୍ର (Nongthombam Gojendra)ଙ୍କୁ ଚୀନ୍ ନିର୍ମିତ ହ୍ୟାଣ୍ଡ ଗ୍ରେନେଡ ଦ୍ୱାରା ଆକ୍ରମଣ କରାଯାଇଛି । ତେବେ ହ୍ୟାଣ୍ଡ ଗ୍ରେନେଡ ବିସ୍ଫୋରଣ ହୋଇ ନ ଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ଗୋଜେନ୍ଦ୍ରଙ୍କ ପରିବାର ଲୋକ ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ ଜଣେ ସଦସ୍ୟ ଫାଟକ ନିକଟରେ ଖବରକାଗଜ ଆଣିବାକୁ ଯ଼ାଇଥିବାବେଳେ ଗ୍ରେନେଡ ଆକ୍ରମଣ ହୋଇଥିଲା । ସୂଚନା ପାଇବା ପରେ ବୋମା ନିଷ୍କ୍ରିୟକାରୀ ଟିମ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସିସିଟିଭି କ୍ୟାମେରାରେ ଜଣେ ଅଜ୍ଞାତ ଲୋକକୁ ହ୍ୟାଣ୍ଡ ଗ୍ରେନେଡ ଫିଙ୍ଗୁଥିବାର ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ କୌଣସି ବେଆଇନ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି ।

ଏହା ପୂୀର୍ବରୁ ଜୁନ 26ରେ ମଧ୍ୟ ସରକାରୀ ଅଧିକାରୀଙ୍କ ବାସଭବନ ଉପରେ ଗ୍ରେନେଡ ଆକ୍ରମଣ କରାଯାଇଥିଲା । ମଣିପୁର ସରକାରଙ୍କ ବରିଷ୍ଠ ଅଧଇକାରୀଙଅକ ବାସଭବନ ଉପରକୁ ଫିଙ୍ଗାଯାଇଥିବା ଗ୍ରେନେଡ ଚୀନ ନିର୍ମିତ ବୋଲି ସ୍ପଷ୍ଟ ହୋଇଛି । ଏହି ଗ୍ରେନେଡ ଅଧିକାରୀଙ୍କ ଗାଧୁଆ ଘର ନିକଟରେ ପଡିଥିଲା । ତେବେ ବିସ୍ଫୋରଣରେ ଘର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିଲେ ।

ସିସିଟିଭି କ୍ୟାମେରାରେ ବୋମା ଫିଙ୍ଗୁଥିବା ଦୁଇ ବାଇକ ଆରୋହୀଙ୍କୁ ଦେଖିବାକୁ ମିଳିଥିଲା । ତେବେ ଏହି ଆକ୍ରମଣରେ ଅଧିକାରୀଙ୍କ ବାସଭବନ ପରିସରରେ ପାର୍କିଂ ହୋଇଥିବା କିଛି କାର ନଷ୍ଟ ହୋଇଥଇଲା । ପରିବାର ସଦସ୍ୟ କହିଛନ୍ତି ଯେ ଏହା ପଛରେ କୌଣସି କେଉଁ ଗୋଷ୍ଠୀ ଅଛନ୍ତି କି ନାହିଁ ତାହା ସେମାନେ ଜାଣିନାହାନ୍ତି । ତେବେ ଏ ନେଇ ଆଗୁ କୌଣସି ଧମକ ମଧ୍ୟ ମିଳଇନଥିବା ପରିବାର ଲୋକେ ସ୍ପଷ୍ଟ କରିଛନ୍ତି ।

କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କଲେ ପ୍ରେମଚନ୍ଦ୍ର ଚୌଧୁରୀ

ଆରପାରିରେ ବିହାରର ପୂର୍ବତନ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments