1. କୃଷି ଖବର

ଚାଲିଗଲେ ନବ ଦାସ

ନବ ଦାସଙ୍କ ପରଲୋକ,୬୧ ବର୍ଷ ବୟସରେ ମୃତ୍ୟୁ । ଗୁଳିମାଡରେ ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଏୟାରଲିଫ୍ଟ ହୋଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ।

Sudesna Nayak
Sudesna Nayak
health minister naba das died

health minister naba das died

ନବ ଦାସ (naba das)ଙ୍କ ପରଲୋକ,୬୧ ବର୍ଷ ବୟସରେ ମୃତ୍ୟୁ । ଗୁଳିମାଡରେ ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଏୟାରଲିଫ୍ଟ ହୋଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ।

ସୂଚନା ଅନୁଯାୟୀ, ଗୁଳିମାଡ଼ରେ ଜୀବନ ହାରିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ (health minister naba das) । ପୋଲିସ ବର୍ଦ୍ଦିରେ ଥାଇ ASI ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁଳି ଚାଳନା କରିବା ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା । ହେଲେ ନବଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ହିଁ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ (health minister naba das)ଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ପ୍ରମୁଖ ବ୍ୟକ୍ତି ବିଶେଷ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟମନ୍ତ୍ରୀ (cm naveen patnaik) ନିଜର ଶୋକ ବାର୍ତ୍ତାରେ ଲେଖିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ଶୋକ ବାର୍ତ୍ତାରେ ନବୀନ ଲେଖିଛନ୍ତି, ନବଙ୍କ ଦେହାନ୍ତରେ ମୁଁ ମର୍ମାହତ । ତାଙ୍କର ବିୟୋଗ ରାଜ୍ୟ ତଥା ଦଳ ପାଇଁ ଅପୂରଣୀୟ କ୍ଷତି । ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇ ରଖାଯାଇପାରିନଥିଲା ।

ପ୍ରକାଶ ଥାଉ ଯେ, ଏନେଇ ନବ କିଶୋର ଦାସ (naba das)ଙ୍କ ପରଲୋକ ପାଇଁ ଶୋକ ପାଳିବ ରାଜ୍ୟ । ରାଜ୍ୟ ବ୍ୟାପି ପାଳନ ହେବ ତିନି ଦିନିଆ ଶୋକ । ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ହେବ ଶେଷକୃତ୍ୟ । ରାଜଧାନୀ ଭୁବନେଶ୍ୱର ଓ ଝାରସୁଗୁଡାରେ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । 29 ରୁ 31 ତାରିଖ ପର୍ଯ୍ୟନ୍ତ ହେବ ଶୋକ । ଶେଷକୃତ୍ୟରେ ଉପସ୍ଥିତ ରହିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ । କୃଷି ଓ ମସ୍ୟ ପଶୁ ସମ୍ପଦ ମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରୀ ଉପସ୍ଥିତ ରହିବେ । ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟରେ ଉପସ୍ଥିତ ରହିବେ। ତିନି ଦିନିଆ ଶୋକ ଘୋଷଣା ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କର ପରଲୋକ

ଲୋକପ୍ରିୟ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments