1. କୃଷି ଖବର

ଶକ୍ତିଶାଳୀ ହେଉଛି ଲଘୁଚାପ

ରାଜ୍ୟରେ ବଢିବ ବର୍ଷା । ଆଗକୁ 2 ଦିନ ରାଜ୍ୟରେ କାଚିବ ବର୍ଷା । ୧୦ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

Sudesna Nayak
Sudesna Nayak
heavy rain in odisha august

heavy rain in odisha august

ରାଜ୍ୟରେ ବଢିବ ବର୍ଷା (Rain)। ଆଗକୁ 2 ଦିନ ରାଜ୍ୟରେ କାଚିବ ବର୍ଷା (Rain)। ୧୦ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ହେବ ।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା (Rain) ଜାରି ରହିଥିବା ‌ବେଳେ ଆସନ୍ତା ୧୦ ତାରିଖ ଯାଏଁ ବର୍ଷା (Rain)କାଚିବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା (Odisha) ରେ 9 ତାରିଖ ଏବଂ 10 ତାରିଖରେ ପ୍ରବଳ ବର୍ଷା (Rain)ହେବ । ଭୁବନେଶ୍ୱର (Bhubaneswar)ସମେତ ବାକି ଉପକୂଳ ଜିଲ୍ଲାରେ 9 ତାରିଖରେ ଭାରି ବର୍ଷା (Rain)ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କହିଛନ୍ତି ।

ଅନ୍ୟପଟେ ଲଗାଣ ବର୍ଷା (Rain) ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧିର ଆଶଙ୍କା ରହିଛି । ବିଶେଷ କରି ଋଷିକୁଲ୍ୟା, ବଂଶଧାରା ଓ ନାଗାବଳୀ ନଦୀ ଫୁଲିବାର ଆଶଙ୍କା ରହିଥିବାରୁ ସତର୍କ ରହିବାକୁ ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଓ ସଂଲଗ୍ନ ଓଡ଼ିଶା (Odisha) ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ (low pressure) ପ୍ରଭାବରେ ରବିବାର (Sunday)ଦିନ ରାଜ୍ୟର କଳାହାଣ୍ଡି ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାରେ ଭୀଷଣ ବର୍ଷା (Rain)ହୋଇଛି ।

ପ୍ରକାଶ ଥାଉ ଯେ, ଆଜି ସୋମବାର (MONDAY)ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, ନୟାଗଡ଼ ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ମାଲକାନଗିରି ଜିଲ୍ଲା ଓ କୋରାପୁଟ ଜିଲ୍ଲା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ (Rain) ବୋଲି ପାଣିପାଗ ବିଜ୍ଞାନ କହିଛନ୍ତି ।

ଅଗଷ୍ଟ ୯ ଯାଏଁ କାଚିବ ବର୍ଷା

ସକ୍ରିୟ ହେଲା ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments