1. କୃଷି ଖବର

୫ ଦିନ ପ୍ରବଳ ବର୍ଷିବ! ୟେଲୋ ୱାର୍ଣ୍ଣିଂ ଜାରି

ଆଜି ବୁଧବାର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Sudesna Nayak
Sudesna Nayak
heavy rainfall in next 5 days in odisha

heavy rainfall in next 5 days in odisha

ଆଜି ବୁଧବାର (Wednesday)ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା (RAIN)ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୂଚନା ଅନୁୟାୟୀ, ଆସନ୍ତା ୫ ଦିନ ଅର୍ଥାତ୍ ଜୁଲାଇ (JULY)୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା (RAIN) ଲାଗି ରହିବ । ଆଜି ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା (RAIN)ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାସହ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି ହୋଇଛି ।

ନବରଙ୍ଗପୁର ଜିଲ୍ଲା, କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା (RAIN)ହୋଇପାରେ । ଆସନ୍ତା ୨ ଦିନରେ ଉପକୂଳ ଓଡ଼ିଶା (ODISHA)ସମେତ ଉତ୍ତର ଓଡ଼ିଶାରେ ବର୍ଷା (RAIN)ର ପ୍ରଭାବ ରହିବ ।

ପ୍ରକାଶ ଥାଉ ଯେ, ପ୍ରବଳ ବର୍ଷା (RAIN)ଓ କାଳବୈଶାଖୀ (Thunderstorm)କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରଶାସନିକ ପ୍ରସ୍ତୁତି କରିବାକୁ SRC ପରାମର୍ଶ ଦେଇଛନ୍ତି । ଜୁନ୍ ମାସ ପ୍ରଥମାର୍ଦ୍ଧରେ ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା (RAIN)ହୋଇଥିଲା ।

ରାଜ୍ୟରେ ଜୁଲାଇ ୨ ଯାଏଁ ପ୍ରବଳ ବର୍ଷା

ରାଜ୍ୟରେ ଘୂର୍ଣ୍ଣିବଳୟ ବର୍ଷା , ୟେଲୋ ୱାର୍ଣ୍ଣିଂ ଜାରି କରିଲା ପାଣିପାଗ ବିଭାଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments