1. କୃଷି ଖବର

ରାଜ୍ୟରେ ଘୂର୍ଣ୍ଣିବଳୟ ବର୍ଷା , ୟେଲୋ ୱାର୍ଣ୍ଣିଂ ଜାରି କରିଲା ପାଣିପାଗ ବିଭାଗ

ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଆଜି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି |

Rajashree
Rajashree
heavy rain in Odisha , yeallow warning alert  for some district

heavy rain in Odisha , yeallow warning alert for some district

ଗତକାଲି ରାଜ୍ୟରେ ପାଗ ଅନୁକୂଳ (Odisha weather) ରହିଥିଲା | ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା | ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଏବେ ଏକ ଘୂର୍ଣ୍ଣିବଳୟ ରହିଥିବା ବେଳେ ସମୁଦ୍ର ପତ୍ତନଠାରୁ ଏହା ୩.୧ କିମି ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି | ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଦିନ କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଅନେକ ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖାଯାଇଛି |

ପାଣିପାଗ ବିଭାଗର ସୂଚନାଅନୁଯାୟୀ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଆଜି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି | ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା (Heavy rain) ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସେହି ଜିଲ୍ଲା ମାନଙ୍କୁ ୟେଲୋ ୱାର୍ଣ୍ଣିଂ(Yellow Warning) ଜାରି କରାଯାଇଛି |

କେନ୍ଦ୍ର ଏହା ବି କହିଛି ଯେ, ଆସନ୍ତା ୨୮ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ମାଲକାନଗିରି ଓ କୋରାପୁଟ ଆଦି ୭ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା(Heavy rain) ହେବାର ସମ୍ଭାବନା ରହିଛି | ସେହିଭଳି ୨୯ ଓ ୩୦ ତାରିଖ ଦିନ ଏହି ୭ ଜିଲ୍ଲା ସହିତ ଅନୁଗୁଳ, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋୱାର୍ଣ୍ଣିଂ(Yellow Warning) ଜାରି ହୋଇଛି |

ଗତକାଲି ରାଜ୍ୟର କିଛି ପ୍ରମୁଖ ସ୍ଥାନରେ ସକାଳ ସମୟରେ ପାଗ ମେଘୁଆ (Rainy Weather) ଥିଲେ ବି , ମଧ୍ୟାହ୍ନରେ ଟାଣ ଖରା ହୋଇଥିଲା | ଆକାଶ ଆଂଶିକ ମେଘୁଆ ମଧ୍ୟ ରହିଥିଲା | ଆଜି ମଧ୍ୟ ପାଗ ଆଂଶିକ ମେଘୁଆ ରହିବ |

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଓଡିଶା ଛୁଇଁଛି ମୌସୁମୀ ବାୟୁ, ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments