1. କୃଷି ଖବର

Indian Economy: ବ୍ରିଟେନକୁ ପଛରେ ପକାଇ ବିଶ୍ବର ପଞ୍ଚମ ସ୍ଥାନରେ ଭାରତ

ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଭାରତ। ଗତ 10 ବର୍ଷ ମଧ୍ୟରେ ଭାରତ ଏକ ବୃହତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି ।

Shuvanshu Kar
Shuvanshu Kar
India beats UK to become world's fifth largest economy

India beats UK to become world's fifth largest economy

ଅର୍ଥନୈତିକ(economy) କ୍ଷେତ୍ରରେ ଭାରତକୁ ବଡ ସଫଳତା । ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି(fifth largest economy)ରେ ପରିଣତ ହୋଇଛି । ବ୍ରିଟେନକୁ ପଛରେ ପକାଇ ଏହି ସ୍ଥାନ ଦଖଲ କରିଛି ଭାରତ। ବ୍ରିଟେନରେ ଅର୍ଥନୀତି ଅନେକ ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ଭାରତକୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ଅନ୍ତର୍ଭୁକ୍ତ କରାଯାଇଛି ।

ଗତ 10 ବର୍ଷ ମଧ୍ୟରେ ଭାରତ ଏକ ବୃହତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି ଏବଂ ଏକ ଦଶନ୍ଧି ପୂର୍ବରୁ ଭାରତ ବିଶ୍ୱର ଏକାଦଶ ବୃହତ୍ତମ ଅର୍ଥନୀତି ଥିଲା । ବର୍ତ୍ତମାନ ଏହା ଷଷ୍ଠ ସ୍ଥାନକୁ ପଞ୍ଚମ ସ୍ଥାନକୁ ଉଠିଛି । ଭାରତର ଏହି ସଫଳତା ସହିତ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସି ଆସିଛି ।

ଡଲାର ବିନିମୟ ମୂଲ୍ୟ ଅନୁଯାୟୀ ନୋମିନଲ କ୍ୟାଶ ଆଧାରରେ ମାର୍ଚ୍ଚ ତ୍ରୈମାସିକରେ ଭାରତୀୟ ଅର୍ଥନୀତିର ଆକାର 854.7 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଏହି ଆଧାରରେ, ବ୍ରିଟେନର ଅର୍ଥନୀତି 816 ବିଲିୟନ ଡ଼ଲାରକୁ ଖସିଆସିଛି । ଆର୍ଥିକ ବର୍ଷ 2021ର ଶେଷ ତିନି ମାସରେ ଭାରତ ବ୍ରିଟେନକୁ ଅତିକ୍ରମ କରିଛି ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଅନୁଯାୟୀ, 2022-23 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମଧ୍ୟ ଭାରତର ଆର୍ଥିକ ସ୍ଥିତିରେ ଦୃତ ବୃଦ୍ଧି ଘଟିଛି । ଏହି ଆର୍ଥିକ ବର୍ଷରେ ମଧ୍ୟ ଭାରତୀୟ ଅର୍ଥନୀତି 7 ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

2022-23 ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର 13.5 ପ୍ରତିଶତ ହାରରେ ବୃଦ୍ଧି ପାଇଛି ଏବଂ ଏହାର ପ୍ରଭାବଶାଳୀ ଅଭିବୃଦ୍ଧି ହେଉଛି ଏକ ସଙ୍କେତ ଯେ ଦେଶର ଅର୍ଥନୀତି କୋରୋନା ସମୟର ସଙ୍କଟ ଅପେକ୍ଷା ଦ୍ରୁତ ଗତିରେ ଆଗକୁ ବଢୁଛି । ଏଥି ସହିତ ବ୍ରିଟେନରେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ବିମୁଦ୍ରାକରଣର ଆଶଙ୍କା ଏହାକୁ ପଛକୁ ଠେଲି ଦେଉଛି।

ଜାତିସଂଘର ରିପୋର୍ଟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

ଗ୍ରାମ୍ୟ ଅର୍ଥନୀତିକୁ NSC ଡିଜି କୃଷ୍ଣ ଚନ୍ଦ୍ର ସାହୁଙ୍କ ଗୁରୁତ୍ବ

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ