
"Indian Potash Limited" inagurates Sugar Mill, Dhenkanal
ଢେଙ୍କାନାଳ (Dhenkanal) ଜିଲ୍ଲା ଓଡ଼ାପଡ଼ା ବ୍ଲକ ହରିପୁର ଗ୍ରାମ ୫୫ନଂ. ଜାତୀୟ ରାଜପଥ ନିକଟରେ ପ୍ରତିଷ୍ଠିତ ପ୍ରମୁଖ ଚିନି କାରଖାନା ‘ଶକ୍ତି ସୁଗାର୍ସ’( Sakti Sugars ) ର ସ୍ଥାନ ନେଇଛି ଇଣ୍ଡିଆନ୍ ପଟାସ୍ ( Indian Potash Limited ) ଲିମିଟେଡ୍ (IPL) । ଶୁକ୍ରବାର ନୂଆ କମ୍ପାନୀର ପ୍ରଥମ ୟୁନିଟ୍ ଉଦ୍ଘାଟିତ କରାଯାଇଛି । ୨୫୦ କୋଟି ଟଙ୍କା ବ୍ୟୟରେ କାରଖାନା ସମ୍ପ୍ରସାରଣ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବାବେଳେ ଚାଷୀ ଓ କର୍ମଚାରୀଙ୍କ ସାମଗ୍ରିକ ଉନ୍ନତିକୁ ପ୍ରାଥମିକତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

"Indian Potash Limited" inagurates Sugar Mill, Dhenkanal
ଜିଲାର ଏକମାତ୍ର ଚିନି କାରଖାନା ‘ଶକ୍ତି ସୁଗାର୍ସ’ ଗତ ଜୁନ୍ ମାସରେ ବିକ୍ରି ହୋଇଯାଇଥିଲା । କମ୍ପାନୀ ଜାଗାରେ ଆଇପିଏଲ୍ର ନୂତନ ସୁଗାର ୟୁନିଟ୍ ଆରମ୍ଭ ହୋଇଛି ଏବେ । ଏହା ଭାରତର ଆଇପିଏଲ୍ର ୭ମ ୟୁନିଟ୍ ଭାବେ ପରିଚିତ ହୋଇଛି ।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇପିଏଲ୍ ପରିଚାଳନା ନିର୍ଦ୍ଦେଶକ ଡ. ପରବିନ୍ଦର ସିଂ ଗେହେଲଟ୍ କହିଥିଲେ ଯେ , ବ୍ୟକ୍ତିଗତ କାରଣରୁ ଶକ୍ତିସୁଗାର୍ସ ଓଡ଼ିଶା ବାହାରକୁ ଯିବାକୁ ଚାହିଁଥିଲା । ତେଣୁ ଉକ୍ତ ୟୁନିଟ୍କୁ ପ୍ରଦାନ କରିବା ପାଇଁ ଶକ୍ତି ସୁଗାର୍ସକୁ ଅନୁରୋଧ କରାଯାଇଥିଲା। ଖୁସିର କଥା ଏଠାରେ ଆଇପିଏଲ୍ ପକ୍ଷରୁ ନୂତନ ସୁଗାର ୟୁନିଟ୍ ଆରମ୍ଭ ହୋଇଛି । ଏଠାରେ କୃଷକଙ୍କ ଉନ୍ନତିକୁ ପ୍ରାଥମିକତା ଦିଆଯିବ । କର୍ମଚାରୀ ଏବଂ ମ୍ୟାନେଜମେଣ୍ଟର ସୁବନ୍ଦୋବସ୍ତ କରାଯିବ। ଲୋକାଲ ମ୍ୟାନେଜମେଣ୍ଟରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ।
ପୁରୁଣା କମ୍ପାନୀର କର୍ମଚାରୀମାନେ ପୂର୍ବଭଳି କାର୍ଯ୍ୟ କରିବେ । ପ୍ରତି ମାସ ଠିକ ସମୟରେ ଚାଷୀଙ୍କ ପ୍ରାପ୍ୟ ଓ କର୍ମଚାରୀଙ୍କ ଦରମା ଦିଆଯିବ। ଠିକ୍ ଭାବେ କମ୍ପାନୀ ଚଳାଇବା ପାଇଁ ଲୋକାଲ ମ୍ୟାନେଜମେଣ୍ଟ ଏବଂ ଅଧିକାରୀଙ୍କୁ ସ୍ବାଧୀନତା ଦିଆଯିବ ।

"Indian Potash Limited" inagurates Sugar Mill, Dhenkanal
ପ୍ରଥମେ ବିନିଯୋଗ ପରେ ଯେଉଁ ଲାଭ ହେବ ସେହି ଅର୍ଥକୁ ପୁଣି କମ୍ପାନୀର ଖର୍ଚ୍ଚ ରେ ହିଁ ଲଗାଯିବ। ଗୁଣବତ୍ତାରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ ମତ ଦେଇଛନ୍ତି । କର୍ମଚାରୀ ସଂଖ୍ୟା ମଧ୍ୟ ବଢ଼ାଯିବା ସହିତ ସ୍ଥାନୀୟ ଅଞ୍ଚଳର ଉନ୍ନତି, ଶିକ୍ଷାର ବିକାଶ ଦିଗରେ ଧ୍ୟାନ ଦିଆଯିବ। କମ୍ପାନୀ ପରିସରରେ ଗଠନମୂଳକ ପ୍ରସ୍ତାବ ଦେବା ପାଇଁ ସ୍ବତନ୍ତ୍ର ବାକ୍ସ ରହିବ। କର୍ମଚାରୀମାନେ ନିଜର ମତାମତ ଲେଖି ତାହା ଦ୍ୱାରା ଜଣାଇବେ କତ୍ତୃପକ୍ଷଙ୍କୁ । ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯିବ। ସମସ୍ତଙ୍କ ମୂଲ୍ୟବାନ ପ୍ରସ୍ତାବକୁ ଦେଖି କାର୍ଯ୍ୟ କରାଯିବ ।

"Indian Potash Limited" inagurates Sugar Mill, Dhenkanal
ଶକ୍ତି ସୁଗାର୍ସ ଭଳି ଆଇପିଏଲ୍କୁ ସହଯୋଗ କରିବା ପାଇଁ ନୂତନ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି । ମାର୍କେଟିଂ ବିଭାଗ ଜିଏମ୍ ନୀରଜ ଶର୍ମା କମ୍ପାନୀର ସଫଳତା ପାଇଁ ଆଶାବ୍ୟକ୍ତ ରହିଛନ୍ତି । ଆଇପିଏଲ୍ କମ୍ପାନୀର ଭୁବନେଶ୍ୱର ମୁଖ୍ୟପରିଚାଳକ ସଞ୍ଜୀବ ଚନ୍ଦ୍ର ସିହ୍ନା ସ୍ବାଗତ ଭାଷଣରେ କହିଥିଲେ ଯେ , ୧୯୫୫ରେ ଆଇପିଏଲ୍ କମ୍ପାନୀ ଆରମ୍ଭ ହୋଇଥିଲା । ଆରମ୍ଭରେ ଏହାର ବ୍ୟବସାୟ ୮୧ କୋଟି ଥିବାବେଳେ ୨୦୦୯ ବେଳକୁ ୩୨ ହଜାର କୋଟି ପାର୍ କରିବାରେ ସକ୍ଷମ ହୋଇଥିଲା । ଢେଙ୍କାନାଳ ୟୁନିଟ୍ ମୁଖ୍ୟ ଆର୍. ରାମଦୁରାଇ କମ୍ପାନୀର ସଫଳ ପରିଚାଳନାରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ମୁନ୍ମୁନ୍ ସିଂ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଆଇପିଏଲ୍ର ଅର୍ଥ ବିଭାଗର ସାଧାରଣ ପରିଚାଳକ ଆର୍. ଶ୍ରୀନିବାସନ୍ଙ୍କ ସମେତ କମ୍ପାନୀରେ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସୂଚନାଅନୁଯାୟୀ, ଢେଙ୍କାନାଳରେ ୧୯୯୪-୯୫ରେ ଶକ୍ତିସୁଗାର୍ସ କମ୍ପାନୀ ନିଜର ଉତ୍ପାଦନ କାମ ଆରମ୍ଭ କରିଥିଲା । ୧୦୦ ଏକର ଜମିରେ ପ୍ରତିଷ୍ଠିତ ଏହି କମ୍ପାନୀରେ ସେହି ସମୟରେ ବ୍ୟୟ ହୋଇଥିଲା ପ୍ରାୟ ୧୦୦ କୋଟି ଟଙ୍କା । ଢେଙ୍କାନାଳ, କଟକ ଓ ଯାଜପୁର ଜିଲାର ଚାଷୀମାନେ ଏଠାରେ ଆଖୁ ପେଡ଼ାଉଥିଲେ। ବାର୍ଷିକ ୧୯,୦୦୦ ଟନ୍ ଆଖୁ ପେଡ଼ା ଯାଉଥିବାବେଳେ ୨,୫୦୦ ମେଟ୍ରିକ ଟନ୍ ଚିନି ଉତ୍ପାଦନ ହେଉଥିଲା । ଏହାବାଦ୍ ମୋଲାସେସ୍, ଜୈବଖତ, ସୋୟାବିନ୍ ଉତ୍ପାଦନ କରି ଦେଶ ବିଦେଶକୁ ରପ୍ତାନି କରାଯାଉଥିଲା । ଏହି ପ୍ଲାଣ୍ଟରେ ପାଖାପାଖି ୩୦୦ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ ।
ଓଡିଶାରେ 'ଦମନ' ଫିଲ୍ମ ଟ୍ୟାକ୍ସ ଫ୍ରି...
Rozgar Mela:ପ୍ରଧାନମନ୍ତ୍ରୀଙ୍କ ଭେଟି,୭୧ ହଜାର ଜଣଙ୍କୁ ମିଳିବ ଚାକିରି
Share your comments