1. କୃଷି ଖବର

RBI ର ବଡ ଦାବି, ମହଙ୍ଗା ମାଡରୁ ମିଳିବ ମୁକ୍ତି

2022-23 ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ (ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ) ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି ଆଶା କରାଯାଉଥିବା କହିଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

Shuvanshu Kar
Shuvanshu Kar
Inflation may ease in second half of 2022-23: RBI governor

Inflation may ease in second half of 2022-23: RBI governor

ଦେଶରେ ମହଙ୍ଗା ମାଡ(Inflation)ରୁ ସାଧାରଣ ଜନତାଙ୍କୁ ମିଳିପାରେ ବଡ ଆଶ୍ବସ୍ତି । ଅକ୍ଟୋବର 2022ରୁ ସାଧାରଣ ଲୋକ ମୁଦ୍ରାସ୍ଫୀତି(Inflation)ରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି । ଏନେଇ ଦାବି କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର(RBI governor) ଶକ୍ତିକାନ୍ତ ଦାସ । 2022-23 ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ (ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ) ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି ଆଶା କରାଯାଉଥିବା କହିଛନ୍ତି ଶକ୍ତିକାନ୍ତ । ଯଦି ଏହା ହୁଏ ତେବେ ଅର୍ଥନୀତିର ସମସ୍ୟା ନିଶ୍ଚିତ ଦୂର ହେବ । ମୁଦ୍ରାସ୍ଫୀତି ହ୍ରାସ ପାଇବା ପରେ ଆରବିଆଇ(RBI governor)ର କଠୋର ମୁଦ୍ରା ନୀତି ନିଷ୍ପତ୍ତି ନେବା ଆବଶ୍ୟକ ପଡିବ ନାହିଁ ବୋଲି ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି ।

ଆରବିଆଇ(RBI governor) ଗଭର୍ଣ୍ଣର କହିଛନ୍ତି ଯେ ବର୍ତ୍ତମାନ ଯୋଗାଣ ଦୃଷ୍ଟିକୋଣ ଭଲ ନଜର ଆସୁଛି ଏବଂ 2022-23 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଅର୍ଥନୀତିର ଏକ ଭଲ ପୁନରୁଦ୍ଧାରକୁ ସୂଚାଉଛି । ଆମେ ଆଶା କରୁଛୁ 2022-23 ର ଦ୍ୱିତୀୟାର୍ଦ୍ଧରେ ଦରଦାମ ହ୍ରାସ ହେବ ।

ଯୋଗାଣ ଶୃଙ୍ଖଳା ସମସ୍ୟା, ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବଂ ୟୁକ୍ରେନ ଉପରେ ଋଷର ଆକ୍ରମଣରୁ ସମଗ୍ର ବିଶ୍ୱର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କଗୁଡିକୁ ସଙ୍କଟର ସାମ୍ନା କରିବାକୁପଡୁଛି । ଏହିସବୁ କାରଣରୁ, ଭାରତର ମୁଦ୍ରାସ୍ଫୀତି ହାର ଚଳିତ ବର୍ଷ ଆରମ୍ଭରୁ ଆରବିଆଇର କ୍ଷମତା ସ୍ତରରୁ 6% ଉପରେ ରହିଛି, ଯେଉଁଥିପାଇଁ ଆରବିଆଇକୁ ରେପୋ ରେଟ ବୃଦ୍ଧି କରିବାକୁ ପଡିଛି । ଆରବିଆଇ ଏହାର ମୁଦ୍ରାସ୍ଫୀତି ପୂର୍ବାନୁମାନକୁ 5.7 ପ୍ରତିଶତରୁ 6.7 ପ୍ରତିଶତକୁ ବୃଦ୍ଧି କରିଛି।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଏହି ବିବୃତ୍ତି ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ । କାରଣ ସମସ୍ତେ ଏବେ ଯେଉଁମାନେ ମହଙ୍ଗା ଋଣ ହେତୁ EMI ବୃଦ୍ଧି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଆରବିଆଇ ଗଭର୍ଣ୍ଣରଙ୍କ ଏହି ବୟାନ ପରେ ଆଗାମୀ ଦିନରେ ସୁଧ ହାର ମହଙ୍ଗା ହେବାର ଆଶଙ୍କା କମ ହୋଇଛି । ଅଗଷ୍ଟରେ ଆରବିଆଇର ମୁଦ୍ରା ନୀତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ ଅନେକ ବିଶେଷଜ୍ଞ ଆରବିଆଇ ରେପୋ ରେଟ ବୃଦ୍ଧି କରିବାର ଆଶଙ୍କା ପ୍ରକାଶ କରୁଛନ୍ତି। ହେଲେ ଆରବିଆଇ ଗଭର୍ଣ୍ଣରଙ୍କ ବିବୃତ୍ତି ପରେ ଏଭଳି ଭୟ ଦୂର ହୋଇପାରେ ।

ନିକଟରେ ଆକାଶ ଛୁଆଁ ଦରଦାମ(Inflation) କାରଣରୁ ପୁଣି ଥରେ ରେପୋ ରେଟ ବଢାଇବାକୁ ଘୋଷଣା କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ(Repo Rate Hike) 0.50 ପ୍ରତିଶତ ବୃଦ୍ଧି ହୋଇ 4.90 ପ୍ରତିଶତ ହୋଇଯାଇଥିଲା ।

ବେକାବୁ ଦରଦାମକୁ ଦୃଷ୍ଟିରେ ରଖି ରେପୋ ରେଟ ବଢାଇବା ବ୍ୟତିତ ଆଉ କୌଣସି ବିକଳ୍ପ ନଥିବା କମିଟିର ସଦସ୍ୟମାନେ ସହମତି ପ୍ରକାଶ କରିଥିଲେ । ଏହା ପୂର୍ବରୁ ଦୀର୍ଘ ଦିନ ପରେ ଗତ ମାସ ରେପୋ ରେଟ ବୃଦ୍ଧି କରିବା ନେଇ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଗଭର୍ଣ୍ଣର ଅଚାନକ ହୋଇଥିବା ଜରୁରୀ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥଇରେ ରେପୋ ରେଟ 0.40 ପ୍ରତିଶତ ବୃଦ୍ଧି ନେଇ ନିଷ୍ପତ୍ତି ନେଇଥିଲେ । ଏହି ବୈଠକରେ ଏମପିସି ସଦସ୍ୟଙ୍କ ସମତିରେ ରେପୋ ରେଟକୁ 0.40 ପ୍ରତିଶତ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଥିଲା । ଏହା ବ୍ୟତିତ ରିଜର୍ଭ ବ୍ୟାଙ୍କ ମେ ମାସରେ ରେପୋ ରେଟ କ୍ୟାଶ ରିଜର୍ଭ ରେସିଓକୁ ମଧ୍ୟ 0.50 ପ୍ରତିଶତ ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଥିଲା । ହେଲେ ଆକୋମୋଡେଟିଭ ମନିଟାରୀ ପଲିସି ଷ୍ଟାନ୍ସ ପୂର୍ବ ଭଳି ରହିଥିଲା ।

Repo Rate Hike:ପୁଣି ରେପୋ ରେଟ ବଢାଇଲା ରିଜର୍ଭ ବ୍ୟାଙ୍କ

ସତର୍କ କରାଇଲା RBI, ମାଗଣା ବାଣ୍ଟରେ ବଢିବ ଚାପ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ