1. କୃଷି ଖବର

International Women’s Day: ମହିଳାଙ୍କ ସଫଳତା ପାଇଁ ଦିନଟିଏ

ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ଏବଂ ସେ କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛି ......

Tanushree Mahapatra
Tanushree Mahapatra
International Women’s Day 2024

International Women’s Day 2024

ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ । ଯାହାକୁ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ମହିଳା ଆଜି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି କହିବା ଅତ୍ୟୁକ୍ତ ହେବ ନାହିଁ l

ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ରାଜନୈତିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ ରହିଛି । ଏହାସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି କରିବା ପାଇଁ ଏହା ପାଳନ କରାଯାଉଛି l ମହିଳାମାନେ ଆଜିର ଯୁଗରେ ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିଲେଣି । ଅନେକ କ୍ଷେତ୍ରରେ ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଉଥିବାର ଦେଖିବାକୁ ମିଳିଛି l

ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ଏବଂ ସେ କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛି । ତେବେ ସେମାନେ କିପରି ଆହୁରି ଆଗକୁ ଆଗକୁ ବଢ଼ିପାରିବେ ସେ ନେଇ ସରକାର ଚେଷ୍ଟା କରୁଛନ୍ତି l ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପାଇଁ ସୁଯୋଗ ପ୍ରଦାନ କରାଯାଉଛି l ଅନ୍ତର୍ଜାତୀୟ ମହିଳା ଦିବସରେ ଚଳିତ ବର୍ଷ ଥିମ୍ ରହିଛି  "Inspire Inclusion" । ସାରା ବିଶ୍ୱରେ ଏହି ଦିବସକୁ ଆଜି ପାଳନ କରାଯାଉଛି । ତେବେ ମହିଳାଙ୍କ ସଫଳତାକୁ ସମ୍ମାନ ଦେବା ପାଇଁ ଦିନଟିଏ ଆଜି l

ତେବେ ସବୁଠାରୁ ଖୁସିର ବିଷୟ ଆଜି ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସକୁ ଗୁଗୁଲ୍ ମଧ୍ୟ ଏକ ରଚନାତ୍ମକ ଡୁଡଲ୍ ସହିତ ପାଳନ କରିଥିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ, ଚିତ୍ରଶିଳ୍ପୀ ସୋଫି ଡିଆଓଙ୍କ ଦ୍ଵାରା ନିର୍ମିତ ହୋଇଥିବା ଏହି ଡୁଡଲ୍, ବିଭିନ୍ନ ପିଢିର ମହିଳାଙ୍କ କାହାଣୀ ଏବଂ ଅନୁଭୂତି ବଖାଣୁଥିବା ହୃଦୟସ୍ପର୍ଶୀ ଦୃଶ୍ୟ ଉପସ୍ଥାପନ କରିଛି । ଯାହା ଏକ ସୁନ୍ଦର ଏମ୍ବ୍ରୋଡେଡ୍ କମ୍ବଳରେ ଚିତ୍ରିତ ହୋଇଥିବା ଦେଖିବାକୁ ମିଳିଛି  । କମ୍ବଳ ଉପରେ ଥିବା ପ୍ରତ୍ୟେକଟି ସିଲେଇ ଏବଂ ଢାଞ୍ଚା ଯେମିତି ଲିଙ୍ଗଗତ ସମାନତା ଏବଂ ମହିଳା ଅଧିକାର ଦିଗରେ ବର୍ଷ ବର୍ଷ ଧରି କରାଯାଇଥିବା ପ୍ରଗତିକୁ ଦର୍ଶାଉଛି ।

୧୯୭୫ ମସିହାରେ ମିଳିତ ଜାତିସଂଘ ଦ୍ଵାରା ଆନୁଷ୍ଠାନିକ ଭାବରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା l ମହିଳାଙ୍କ ଅଧିକାର ଏବଂ ଲିଙ୍ଗଗତ ସମାନତା ବିଷୟରେ ଅବଗତ କରିବାକୁ ପାଳନ ହୋଇଥାଏ ଏହି ଦିନ l ତେବେ ଏ ସମସ୍ତ ମଧ୍ୟରେ କୃଷି ଜାଗରଣ ସଂସ୍ଥା ମଧ୍ୟ ଆଜି ଏହି ଦିନଟିକୁ ଖୁବ ଜୋର ସୋରରେ ପାଳନ କରିଥିଲା l ସଂସ୍ଥାର ନିର୍ଦ୍ଦେଶକ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ ଉପହାର ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ ଏହି ଦିନର l ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମଧ୍ୟ ଏହି ଦିନଟିକୁ ଖୁବ ଆନନ୍ଦରେ ପାଳନ କରିଥିଲେ l ତେବେ କୃଷି ଜାଗରଣ ପରିବାର ତରଫରୁ ଆପଣ ସମସ୍ତଙ୍କୁ ମଧ୍ୟ ଆନ୍ତର୍ଜାତୀୟ ମହିଳା ଦିବସର ଅନେକ ଅନେକ ଶୁଭକାମନା l

Bay leaves: ବଦହଜମି ଓ ଏସିଡିଟି ରୋକିବ ଏହି ପତ୍ର

Tea: ଚା ସହିତ ଖାଆନ୍ତୁ ଏହି ଖାଦ୍ୟ, ମିଳିବ ଅନେକ ସ୍ୱାସ୍ଥ୍ୟ ଉପକାର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments