1. କୃଷି ଖବର

ମଦ ନିଶାରେ ନାଗକୁ କରୁଥିଲେ ଚୁମ୍ବନ, ଚୋଟ ଖାଇ ମେଡିକାଲରେ ଭର୍ତ୍ତି

ନିଜ ମୁହଁ ପାଖକୁ ନାଗର ମୁହଁକୁ ଲଗାଉଥିଲେ । ହେଲେ ନାଗ ରାଦରେ ମାରିଛି ଚୋଟ ।

Shuvanshu Kar
Shuvanshu Kar
Kissing Cobra Lands Drunk Youth In Hospital

Kissing Cobra Lands Drunk Youth In Hospital

ବିଷଧର ନାଗ(Cobra) ସାପ ସହ ଯୁବକଙ୍କ ଦୁଃସାହାସିକ ଖେଳ। ନାଗ ଦଂଶନ(snake bite)ରେ ଦରମରା ଯୁବକ । ନିଜ ମୁହଁ ପାଖକୁ ନାଗର ମୁହଁକୁ ଲଗାଉଥିଲେ । ହେଲେ ନାଗ ରାଗରେ ମାରିଛି ଚୋଟ ।

ସାପ ସହ ଖେଳିବା(playing with snake) ପଡିଛି ମହଙ୍ଗା । ନାଗକୁ ଗେଲ କରି ଚୋଟ ଖାଇଛନ୍ତି ଯୁବକ । ନବରଙ୍ଗପୁର ପାପଡାହାଣ୍ଡି ଜାମ୍ବଗୁଡାରେ ଘଟିଛି ଏଭଳି ଛାତିଥରା ଘଟଣା । ଯୁକ ଜଣକ ନିଶାରେ ନାଗ ସାପକୁ ଗେଲ କରୁଥିବା ଜଣାପଡିଛି ।

ପାପଡାହାଣ୍ଡି ଜାମ୍ବଗୁଡାରେ ଜଣେ ଯୁବକ ନାଗ ସାପକୁ ଧରି ଖେଳୁଥିଲେ । ନିଶାସକ୍ତ ଅବସ୍ଥାରେ ନାଗକୁ ଗେଲ କରୁଥିବାବେଳେ ସାପ ଯୁବକଙ୍କୁ ଚୋଟ ମାରିଥିଲା । ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କୁ ମେଡିକାଲେ ଭର୍ତ୍ତି କରାଯାଇଛି ।

ଶୁଣିଲେ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ହେବେ ! ପାଇପ୍ ଭିତରେ ଏହା ଦେଖି ସମସ୍ତେ ହେଲେ ଆଚମ୍ବିତ!

ସାବଧାନ !ଏହା ନେଇପାରେ ଆପଣଙ୍କ ଜୀବନ -୨

ସାପ ଚୋଟ ମାରିଥିବା ଯୁକ ଜଣକ ପାପଡାହାଣ୍ଡି ବ୍ଲକ ପାତ୍ରୀ ଗ୍ରାମର ମାଧବ ଗୌଡ଼ ବୋଲି ଜଣାପଡିଛି । ସାପକୁ କେତେବେଳେବେକରେ ଗୁଡାଇ ତ ଆଉ କେତେବେଳେ ଚୁମ୍ବନ ଦେଇ ଗେଲ କରୁଥିଲେ ମାଧବ ଗୌଡ଼ । ହେଲେ ଏହି ଗେଲ ତାଙ୍କୁ ମହଙ୍ଗା ପଡିଛି । ମାଧବଙ୍କ ଓଠକୁ ଚୋଟ ମାରିଛି ନାଗ । ତେବେ ତୁରନ୍ତ ମାଧବଙ୍କୁ ଏକ ଆମ୍ବୁଲାନ୍ସ ଯୋଗେଁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ମାଧବ ଗୌଡ଼ ନିଶାଶକ୍ତ ଅବସ୍ଥାରେ ଜାମ୍ବଗୁଡ଼ା ଜଙ୍ଗଲରେ ବୁଲୁଥିଲେ । ଏହି ସମୟରେ ଏକ ବିଷଧର ନାଗ ସାପ ଜଙ୍ଗଲରେ ତାଙ୍କ ହାବୁଡ଼ରେ ପଡ଼ି ଯାଇଥିଲା । ନିଶାରେ ମାତାଲ ମାଧବ ସାପଟିକୁ ଧରି ବେକରେ ପକାଇ ରାସ୍ତା ଉପରକୁ ଚାଲି ଆସିଥିଲେ । ଏହାପରେ ସେ ସାପଟି ସହ ଖେଳିବା ଆରମ୍ଭ କରିଦେଇଥଇଲେ । ଏପରିକି ସାପକୁ ଚୁମ୍ବନ କରିବାକୁ ଉଦ୍ୟମ କରିଥିଲେ ସେ । ହେଲେ ସାପଟି ରାଗିଯାଇ ତାଙ୍କୁ ଚୋଟ ମାରିଥିଲା ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments