1. କୃଷି ଖବର

ଆଜି ପହିଲି ରଜ, କୃଷି ଭିତ୍ତିକ ପର୍ବ ବିଷୟରେ ଜାଣନ୍ତୁ କିଛି ନିଆରା କଥା...

ଆଜି ପୃଥିବୀର ମାତୃତ୍ଵ କାମନା କରି ଜୟ ଗୀତ ଗାନ କରେ କୃଷକ | ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର ହୋଇ ଉଠେ ସବୁଆଡେ ।

Rajashree
Rajashree
know about raja festival

know about raja festival

ଆଜି ଓଡିଶାର ଗଣପର୍ବ ରଜର (Raja festival )ପ୍ରଥମ ଦିନ | ମାଟି ଓ ମୌସୁମୀର ମିଳନର ପର୍ବ ରଜ | ଆଜି ପୃଥିବୀର ମାତୃତ୍ଵ କାମନା କରି ଜୟ ଗୀତ ଗାନ କରେ କୃଷକ | ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର ହୋଇ ଉଠେ ସବୁଆଡେ । ବର୍ଷ ସାରା ମୁଣ୍ଡ ଝାଳ ତୁଣ୍ଡରେ ମାରି କାମ କରୁଥିବା କୃଷକ (Farmer) ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଆଣି ଦେଇଥାଏ ଏହି ରଜ ପର୍ବ |

ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଆସିଥାଏ ମାଟି ଓ ମୌସୁମୀର ମିଳନର ପର୍ବ ରଜ |

ରଜରେ ମୌସୁମୀ ବର୍ଷାର ପ୍ରଥମ ସ୍ପର୍ଶ ପାଏ ଧରିତ୍ରୀ ମାତା | ମାଟିର ଭୁରୁଭୁରୁ ଗନ୍ଧ ମହକେଇ ଦିଏ ଚତୁର୍ପାଶ୍ୱ | ଋତୁମତୀ ଧରାର ସଂକେତ ବହନ କରି ସମସ୍ତଙ୍କ ପାଇଁ ମହାନିୟା, ବନ୍ଦନୀୟା ହୁଏ ଧରିତ୍ରୀ ମାତା | ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ବି ଏଇ ପାଞ୍ଚଦିନ ଚାଷୀ ପାଇଁ ବିଶ୍ରାମର ବେଳ |

ଏହି ପର୍ବରେ ଝିଅ ମାନେ ଭୂଇଁରେ ଖାଲି ପାଦରେ ଚାଲିବା ମନା ହୋଇଥାଏ | ଏହି ପର୍ବରେ (Raja festival) ମାଟିକୁ କର୍ଷଣ କରିବାକୁ ମଧ୍ୟ ବାରଣ ହୋଇଥାଏ |

ଫସଲ ଉତ୍ପାଦନ ଭଳି ଗୁରୁତ୍ଵପୂର୍ଣ୍ଣ କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ପରିକଳ୍ପନା | ଏ ପର୍ବରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି , ଫେରି ଆସିଥାନ୍ତି ଘରକୁ । ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହସ କୌତୁକକ ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦ । ଖରାର ଦର୍ପ କମିଲା ପରେ ମୌସୁମୀର କଅଁଳଛୁଆଁ ଶିହିରିତ କରେ ମନ ପ୍ରାଣକୁ | 

ବାସୁମତି ବନ୍ଦନାର ଋତୁ ହୋଇଥାଏ ରଜ ପର୍ବ (Raja festival ) | କ୍ଳାନ୍ତ ଧୂସର ଆକାଶରେ ପଇଁତରା ମାରେ ବାଦଲ । ଗଛର ସବୁଜିମା ଉପରେ ଆସ୍ତରଣ କମାଇଥିବା ବହଳ ଧୁଳି ଟୋପା ଟୋପା ମେଘରେ ଧୋଇ ହୋଇଯାଏ | ମୌସୁମୀ ଆସିଲେ ଅମୃତର ଶୀତଳର ବାରି ଝରିପଡେ ଆକାଶରୁ ଯାହା ଚାଷୀଙ୍କ କାମକୁ ଆହୁରି ସୁନ୍ଦର ଓ ସହଜ କରିଦେଇଥାଏ |

ରଜରେ ଭିଜିବ ଓଡିଶା

ଓଡ଼ିଶାର କୃଷି ପର୍ବ: ପବିତ୍ର ଅକ୍ଷୟ ତୃତୀୟା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments