1. କୃଷି ଖବର

ପକେଟକୁ ମହଙ୍ଗା ମାଡ , କନ୍ଦାଉଛି ଟମାଟୋ

ଲୋକଙ୍କ ମୁଣ୍ଡପିଛା ଆୟବୃଦ୍ଧି ସହିତ ଖାଦ୍ୟଶୈଳୀରେ ପରିବର୍ତ୍ତନ ଯୋଗୁ ଟମାଟୋର ଚାହିଦା ବର୍ଷସାରା ଲାଗି ରହିଛି | ଆଜିକାଲି ବଜାରରେ ବର୍ଷସାରା ଟମାଟୋ ମିଳୁଥିବାରୁ ଲୋକେ ବର୍ଷସାରା ଟମାଟୋ କିଣି ଖାଉଛନ୍ତି |

Rajashree
Rajashree

ଦିନକୁ ଦିନ ଟମାଟୋର ଚାହିଦା ସହ ମୂଲ୍ୟ ମଧ୍ୟ ବଢିବାକୁ ଲାଗିଛି | ଲୋକଙ୍କ ମୁଣ୍ଡପିଛା ଆୟବୃଦ୍ଧି ସହିତ ଖାଦ୍ୟଶୈଳୀରେ ପରିବର୍ତ୍ତନ ଯୋଗୁ ଟମାଟୋର (Tamato)ଚାହିଦା ବର୍ଷସାରା ଲାଗି ରହିଛି | ଆଜିକାଲି ବଜାରରେ ବର୍ଷସାରା ଟମାଟୋ ମିଳୁଥିବାରୁ ଲୋକେ ବର୍ଷସାରା ଟମାଟୋ କିଣି ଖାଉଛନ୍ତି |

ଆମ ରାଜ୍ୟରେ ସାଧାରଣତଃ ଡିସେମ୍ବର ମାସଠାରୁ ମାର୍ଚ୍ଚ ଯାଏଁ ଟମାଟୋ ଅମଳ ହୋଇ ବଜାରକୁ ଆସିଥାଏ, କିନ୍ତୁ ଅନ୍ୟ ମାସମାନଙ୍କରେ ବାହାର ରାଜ୍ୟରୁ ଓ ଆମ ରାଜ୍ୟର କିଛି ଥଣ୍ଡା ଅଞ୍ଚଳରୁ ଟମାଟୋ ଆମଦାନୀ ହୋଇଥାଏ | ବଜାର ଚାହିଦା ଅଧିକ ରହିଲେ ଓ ଉତ୍ପାଦନ କମିଗଲେ ଦରଦାମ ବଢ଼ି ଯାଇଥାଏ |


ଆମ ଦେଶରେ ବାର୍ଷିକ ପ୍ରାୟ ୧୦ ଲକ୍ଷ ହେକ୍ଟର ଜମିରେ ଟମାଟୋ ଚାଷ(Tamato farming) କରାଯାଇ ୨୦୭ ଲକ୍ଷ ଟନ ଟମାଟୋ ଫସଲ ଅମଳ କରାଯାଏ | ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ଓଡ଼ିଶା ଓ ଛତିଶଗଡ଼ ସହ ଆମ ଓଡ଼ିଶାର ଅବଦାନ ଦେଶରେ ଉତ୍ପାଦିତ ଟମାଟୋ ପରିମାଣର ପ୍ରାୟ ୧୧.୪୨ ପ୍ରତିଶତ | ଆମ ରାଜ୍ୟରେ ବାର୍ଷିକ ପ୍ରାୟ ୯୦ ହଜାର ହେକ୍ଟର ଜମିରେ ଚାଷ( Tamato farming) କରାଯାଇ ୧୩ ଲକ୍ଷ ଟନ ଟମାଟୋ ଅମଳ ହୁଏ |

କେନ୍ଦୁଝର, ମୟୂରଭଞ୍ଜ, ଗଂଜାମ, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରେ ବେଶି ଟମାଟୋ ଚାଷ ହୁଏ, ଯାହା ମୁଖ୍ୟତଃ ଶୀତ ଦିନେ କରାଯାଇଥାଏ | କୋରାପୁଟ ଓ ଫୁଲବାଣୀ ଜିଲ୍ଲାର ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚତା ସମ୍ପନ୍ନ ନିଗିଡ଼ା ଜମି ଓ ଅପେକ୍ଷାକୃତ ଥଣ୍ଡା ଜଳବାୟୁରେ ଅଦିନିଆ ଟମାଟୋ ଚାଷ ( Tamato farming) କରାଯାଇଥାଏ | ଆଧୁନିକ କୃଷି କ୍ଷେତ୍ରରେ ବର୍ଷ ସାରା ହାଇବ୍ରିଡ଼ ଟମାଟୋ ଚାଷ କରା ଯାଉଥିବାରୁ ଗ୍ରୀଷ୍ମ ଓ ବର୍ଷାଦିନେ ମଧ୍ୟ ଟମାଟୋ ଉତ୍ପାଦନ ହୋଇପାରୁଛି | ଉତ୍ପାଦିତ ଫସଲକୁ ଅମଳ ପରବର୍ତ୍ତୀ ପରିଚାଳନା ବିଜ୍ଞାନ ସହଯୋଗନେଇ ଅଧିକ ଦିନ ସାଇତା ଯାଉଛି ଓ ଶୀତଳ ଶୃଙ୍ଖଳା ମଧ୍ୟରେ ବଜାରରେ ଉପଲବ୍ଧ କରାଯାଇ ପାରୁଛି |

ମଇ ମାସରେ ଓଡ଼ିଶାର ଖାଉଟିମାନେ ଦୈନିକ ପ୍ରାୟ ୩୦୦ ଟନ ଟମାଟୋ (Tamato)ଆବଶ୍ୟକ କରୁଥିଲେ ହେଁ ଉପଲବ୍ଧ ହେଉଛି ମାତ୍ର ୧୦୦ ଟନ | ନିକଟରେ , ଝାରଖଣ୍ଡ ରାଜ୍ୟରେ କରାଯାଇଥିବା ଏକ ମୂଲ୍ୟ ଶୃଙ୍ଖଳ ଅନୁଧ୍ୟାନରୁ ଜଣା ଯାଇଛି ଚାଷୀମାନେ ଟମାଟୋ କିଲୋପ୍ରତି ୭ ଟଙ୍କା ଦରରେ ବିକ୍ରି କଲେ, ଖାଉଟି ପାଖରେ ପହଞ୍ଚିଲା ବେଳକୁ ତାହାର ମୂଲ୍ୟ ୧୮ ଟଙ୍କା ହେଉଛି |

ଓଡିଶାରେ ଚାଷୀମାନେ (Odisha farming )ବୈଜ୍ଞାନିକ ପ୍ରଣାଳୀରେ ଅତ୍ୟାବଶ୍ୟକ ଯତ୍ନ ନେଉ ନଥିବାରୁ ଓଡ଼ିଶାରେ ଉତ୍ପାଦିତ ଟମାଟୋ ଫସଲର ବଜାର ଚାହିଦା କମ ରହୁଛି ଓ ମୂଲ୍ୟ କମିଯାଉଛି | ପୂରା ପାଚିବା ପୂର୍ବରୁ ସଠିକ ସମୟରେ ପାକଳ ଟମାଟୋ ତୋଳି ଏହାକୁ ସଙ୍ଗେ ସଙ୍ଗେ ଥଣ୍ଡା କରିବା ଉଚିତI ନ ହେଲେ, ବିଲରୁ ତୋଳା ହୋଇଥିବା ଗରମ ଟମାଟୋ ଶୀଘ୍ର ପାକଳ ହୋଇଯାଇଥାଏ ପରେ ,ଏହାକୁ ଧୋଇ ପରିଷ୍କାର କଲା ପରେ ସୋଡ଼ିଅମ ହାଇପୋକ୍ଲୋରାଇଟ ମିଶା ପାଣିରେ ବିଶୋଧନ କରାଯାଏ | ଏକା ଭଳି ଦେଖାଯାଉଥିବା ଟମାଟୋକୁ ବାଛି ଅଲଗା ଅଲଗା ପ୍ୟାକିଂ କରାଗଲା ପରେ ବଜାରକୁ ବିକ୍ରି କରିବାକୁ କିମ୍ବା ଶୀତଳ ଭଣ୍ଡାରକୁ ପଠା ଯାଇଥାଏ | ଟମାଟୋ ଭଳି ଶୀଘ୍ର ପଚନଶୀଳ କୃଷି ଉତ୍ପାଦର ଉପଯୁକ୍ତ ପରିଚାଳନା କରାଗଲେ ବର୍ଷ ସାରା, ନିର୍ଦ୍ଦିଷ୍ଟ ଦରରେ ବଜାରରେ ଟମାଟୋ ପାଇବା

ଟମାଟୋ ଚାଷ କରି ହାସଲ କରିବେ ବିଶ୍ବ ରେକର୍ଡ, ଜାଣନ୍ତୁ କିପରି?

ଟମାଟୋ କିଲୋ ୨ ଟଙ୍କା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments